Advertisment

ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ; ORIEDLକୁ ରିପୋର୍ଟ ମାଗିଲା DMRC

ଭୁବନେଶ୍ୱରର ୬୭ଟି ଯାକ ୱାର୍ଡର ମ୍ୟାପ, ସୀମା, କେଉଁ ୱାର୍ଡରେ କେତେ ଲୋକ କାମ କରୁଛନ୍ତି, ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱରର କେଉଁ ରୁଟରେ କେତେ ସିଟି ବସ୍ ଚାଲୁଛି, କେତେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି, କେଉଁଠି କେତେ ଷ୍ଟପେଜ ଅଛି, କେଉଁ ଅଞ୍ଚଳରେ ଲୋକ ଅଧିକ ସିଟି ବସ୍ ବ୍ୟବହାର କରୁଛନ୍ତି, ଭବିଷ୍ୟତରେ ଆଉ କେଉଁଠି ମୋ ବସ୍ ଚାଲିବ, ଏସବୁର ବିସ୍ତୃତ ରିପୋର୍ଟ ମାଗିଛି DMRC ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Metro train project

Metro train project

ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ୍‌ ଚଳାଚଳ ନେଇ ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ- ORIEDLକୁ ଏକ ରିପୋର୍ଟ ମାଗିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ- DMRC । ଏହା ଆଗରୁ ଏହି ମେଟ୍ରୋ ରେଳ ପ୍ରକଳ୍ପର DPR ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଥିଲା । ତେଣୁ DPR ପ୍ରସ୍ତୁତ ପୂର୍ବରୁ ଭୁବନେଶ୍ୱରକୁ ନେଇ ପ୍ରସ୍ତୁତ ହୋଇଥିବା ବିସ୍ତୃତ ଗମନାଗମନ ଯୋଜନା-CMP ରିପୋର୍ଟ ମାଗିଛି DMRC ।

Advertisment

DMRC କହିଛି, ଏହି ରିପୋର୍ଟ ପାଇବା ପରେ ହିଁ DPR ପ୍ରସ୍ତୁତ କରାଯାଇପାରିବ । କିନ୍ତୁ ସୂଚନା ଅନୁସାରେ ନଗର ଉନ୍ନୟ ବିଭାଗ ପାଖରେ ଭୁବନେଶ୍ୱରର ସିଏମପି ନାହିଁ । ତେଣୁ ୨୦୧୮ରେ ବିଡିଏ ପ୍ରସ୍ତୁତ କରିଥିବା ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଭୁବନେଶ୍ୱରରେ କେଉଁ ପ୍ରକାର ଗାଡ଼ି ଚଳାଚଳର ଯୋଜନା ଅଛି, କେଉଁ ଅଞ୍ଚଳରେ କେତେ ପୁଟ ରାସ୍ତା ଅଛି, ଭବିଷ୍ୟତେର ଏହାକୁ କେତେ ସଂପ୍ରସାରଣ କରାଯିବ, କେଉଁ ଅଞ୍ଚଳରେ ନୂଆ ରାସ୍ତା ନିର୍ମାଣ କରିବାର ଯୋଜନା ଅଛି, କେଉଁଠି ଭବିଷ୍ୟତରେ ସଂପ୍ରସାରଣ ହେବ, କେତେ ଜମି ଅଛି, ସେଠାରେ କ’ଣ କରିବାର ଯୋଜନା ଅଛି, ଏହାର ବିସ୍ତୃତ ରିପୋର୍ଟ ମାଗିଛି DMRC ।

ଭୁବନେଶ୍ୱରର ୬୭ଟି ଯାକ ୱାର୍ଡର ମ୍ୟାପ, ସୀମା, କେଉଁ ୱାର୍ଡରେ କେତେ ଲୋକ କାମ କରୁଛନ୍ତି, ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱରର କେଉଁ ରୁଟରେ କେତେ ସିଟି ବସ୍ ଚାଲୁଛି, କେତେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି, କେଉଁଠି କେତେ ଷ୍ଟପେଜ ଅଛି, କେଉଁ ଅଞ୍ଚଳରେ ଲୋକ ଅଧିକ ସିଟି ବସ୍ ବ୍ୟବହାର କରୁଛନ୍ତି, ଭବିଷ୍ୟତରେ ଆଉ କେଉଁଠି ମୋ ବସ୍ ଚାଲିବ, ଏସବୁର ବିସ୍ତୃତ ରିପୋର୍ଟ ମାଗିଛି DMRC ।

Advertisment

ମେଟ୍ରୋ ଚାଲିବାକୁ ଥିବା ଅଞ୍ଚଳରେ କେତେ ଲୋକ ସିଟି ବସରେ ଯିବା ଆସିବା କରୁଛନ୍ତି, ଆଗରୁ ମେଟ୍ରୋ କେଉଁ ଅଞ୍ଚଳକୁ ସଂପ୍ରସାରିତ ହେବ, ସେହି ସ୍ଥାନକୁ ସିଟି ବସ୍ ଚାଲୁଛି କି ନାହିଁ, ନିୟମିତ ଭାବେ ସିଟି ବସରେ କେତେ ଲୋକ ଯାତ୍ରା କରୁଛନ୍ତି, କେଉଁ ବସ୍‌ଷ୍ଟାଣ୍ଡରେକେତେ ଲୋକ ଚଢୁଛନ୍ତି, ଓହ୍ଲାଉଛନ୍ତି ତାର ତଥ୍ୟ ମଧ୍ୟ ମଗାଯାଇଛି । ଭୁବନେଶ୍ୱରରେ ବାଇକ, ସ୍କୁଟି, କାର୍, ଅଟୋ, ବସ୍ କେତେ ଅଛି, ତାର ମଧ୍ୟ ରିପୋର୍ଟ ଦେବାକୁ କୁହାଯାଇଛି ।

Advertisment
Advertisment