/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682787274.jpg)
IAS Ranjan Kumar Das
ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଆଇଏଏସ ରଞ୍ଜନ କୁମାର ଦାସ। ରଞ୍ଜନ କୁମାର ଦାସ ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଥିଲେ। ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଣିକି ସ୍ବତନ୍ତ୍ର ସଚିବ ପାହ୍ୟା ସହ ସମାନ କରାଯାଇଥିବା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେପଟେ ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିଭଳି ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ସ୍ବତନ୍ତ୍ର ସଚିବ ଥିବା ଶ୍ରୀକାନ୍ତ ପୃଷ୍ଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି।
ସେହିପରି IPS ସ୍ତରରେ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ମିଳିଲା ହୋମଗାର୍ଡ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ। ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନିଯୁକ୍ତ କରିଛନ୍ତି ସରକାର। SCRB ନିର୍ଦ୍ଦେଶକ ସହିତ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିନୟତୋଷ।
ସେପଟେ ଦୁଇ ବରିଷ୍ଠ IPSଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି । କମ୍ୟୁନିକେସନ ଡିଜି ଅରୁଣ ରାୟ ଏବଂ HRPC ସ୍ପେଶାଲ ଡିଜି ସିଦ୍ଧାର୍ଥ ନର୍ଭାଣେଙ୍କୁ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)