Advertisment

ନକ୍ସଲଙ୍କୁ ବଟି ଦେଉଛନ୍ତି ବିଜେଡି ନେତା, ଟ୍ରକ ମାଲିକ ସଂଘର ଅଭିଯୋଗ ପରେ ତଦନ୍ତ ଦାବି କଲେ ବିରୋଧୀ

ବିଜେଡି ନେତାଙ୍କର ଯେ କେତେ ରୂପ ତାହା ଗୃହ ମନ୍ତ୍ରୀଙ୍କୁ ପଚାରିଲେ ଜଣାପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ।

author-image
Chandan Shishu
ଅଦ୍ୟତନ ହୋଇଛି
veteran BJD leader N Bhaskar Rao

veteran BJD leader N Bhaskar Rao

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ଟାଣୁଆ ନେତା ଏନ୍.ଭାସ୍କର ରାଓଙ୍କର ବଢ଼ୁଛି ଅଡ଼ୁଆ। ଟ୍ରକ ମାଲିକ ସଂଘ ଠାରୁ ଟଙ୍କା ଆଦାୟ କରି ଭାସ୍କର ରାଓ ନକ୍ସଲଙ୍କୁ ବଟି ଦେଉଛନ୍ତି ଏବଂ ୪୦ ବର୍ଷ ଧରି ସଂଗଠନର ହିସାବ ନଦେଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ୨ଦିନ ତଳେ ଟ୍ରକ ମାଲିକ ସଂଘ ଏଭଳି ସିଧାସଳଖ ଅଭିଯୋଗ କରିବା ପରେ ଆଜି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସ ବି ଭାସ୍କର ରାଓଙ୍କୁ ଟାର୍ଗେଟ୍ କରିଛନ୍ତି।

Advertisment

ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅତୀତରେ ବି ବିଜେଡିର ଅନେକ ନେତା ନକ୍ସଲଙ୍କ ଲିଙ୍କରେ ଥିବା ନଜିର ରହିଛି। ବିଜେଡି ନେତାଙ୍କର ଯେ କେତେ ରୂପ ତାହା ଗୃହ ମନ୍ତ୍ରୀଙ୍କୁ ପଚାରିଲେ ଜଣାପଡ଼ିବ ବୋଲି କହିଛନ୍ତି ଦିଲ୍ଲୀପ ମଲ୍ଲିକ।

ସେହିଭଳି ଗତ ୧୮ ତାରିଖରେ ଟ୍ରକ୍ ମାଲିକ ସଂଘ ଏତଲା ଦେଇଥିଲେ ବି ପୋଲିସ ନୀରବ ରହିଥିବା ଅଭିଯୋଗ କରି ନକ୍ସଲ ଫଣ୍ଡିଂର କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା। ତେବେ ଗତ ୨୭ ତାରିଖରେ ପ୍ରେସମିଟ୍ କରି ଟ୍ରକ୍ ଆସୋସିଏସନର ଏ ଅଭିଯୋଗକୁ ଖଣ୍ଡନ କରିଥିଲେ ବିଜେଡି ନେତା ଏନ.ଭାସ୍କର ରାଓ।

Advertisment

Advertisment
Advertisment