MPHW ପଦବୀରେ ନିଯୁକ୍ତି ପାଇଁ କାର୍ଯ୍ୟକ୍ଷମ ହୋଇଛି ଅନ୍ଲାଇନ୍ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କର ମୋଟ ୨୭୫୩ ପଦବୀ ପୂରଣ ହେବ। ଦରମା ୬୯ ହଜାର।
କେତେବେଳେ ସାଧାରଣ ଲୋକଙ୍କୁ ତ ଆଉ କେତେବେଳେ ବଡ଼ବଡ଼ ଅଫିସରଙ୍କୁ ଧକ୍କା ଦେଇ ମୋବସ୍ ଚର୍ଚ୍ଚାରେ ରହିଛି । ଅନେକ ବ୍ୟକ୍ତି ଦୁର୍ଘଟଣା ଲାଗି ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଥାନ୍ତି । ହେଲେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଏୟାରପୋର୍ଟକୁ ଯିବା ସମୟରେ ମୋ ବସ୍ ସହ ଧକ୍କା ହୋଇଥିଲା । ପ୍ରଶ୍ନ ଉଠିଥିଲା ଭୁଲ୍ କାହାର?
ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ ।
ଭୁବନେଶ୍ୱରରେ ଜନ୍ମିତ ସସ୍ମିତା, ଗତ ୨୦ ବର୍ଷ ଧରି ଇଂଲଣ୍ଡର ସର୍ବପୁରାତନ ସହର ‘ବାଥ୍’ର ଓଲ୍ଡଫିଲ୍ଡ ପାର୍କ ଅଂଚଳରେ ରହି ଆସୁଛନ୍ତି। ସେ ସେଠାକାର ନାଗରିକତ୍ୱ ମଧ୍ୟ ଗ୍ରହଣ କରିସାରିଛନ୍ତି। ସସ୍ମିତା ବାଥ୍ ସହରରେ ଜଣେ ସମାଜସେବୀ ଓ ବ୍ୟବସାୟୀ ରୂପେ ଖୁବ୍ ଲୋକପ୍ରିୟ। ତାଙ୍କରି ତତ୍ୱାବଧାନରେ ବାଥ୍ ସହରରେ ଗଢ଼ି ଉଠିଛି ଭବ୍ୟ ଜଗନ୍ନାଥ ମନ୍ଦିର।
ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ
ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।
ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ପାରାଦୀପ ଆସନ ଉପରେ ଆଖି ରଖିଛନ୍ତି କି ପୂର୍ବତନ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ? ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ହଟାଇ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଆଶାୟୀ ଅଛନ୍ତି କି ଦେବାଶିଷ ?
ମଦ ପିଇ ଗାଡି ଚଲାଇ ଧରାପଡ଼ିଲେ ଫାଇନ୍ ଗଣିବେ। ଖାଲି ଏତିକି ନୁହେଁ ମଦ ପିଇ ଗାଡ଼ି ଚଲାଇଲା ବେଳେ ଅନ୍ୟକୁ ଧକ୍କା ଦେଲେ ଲାଇସେନ୍ସ ରଦ୍ଦ ହେବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
‘ପ୍ରତିମା ଫାଉଣ୍ଡେସନ୍’ ଚଳିତ ବର୍ଷର ସମ୍ମାନ ଜନକ "ପ୍ରତିମା ପୁରସ୍କାର ୨୦୨୩" ଘୋଷଣା କରିଛି। ପ୍ରବନ୍ଧ, ଶିକ୍ଷା ଓ କଳାକ୍ଷେତ୍ରରେ ଅବଦାନ ପାଇଁ ତିନିଜଣ ବିଶିଷ୍ଟ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି । ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଞ୍ଚିଥିଲେ କନିଆଁ ପାଖରେ । ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୂର ଦେଇ ସାତଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା ।
ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ ।
ସେଦିନର ଅସୁସ୍ଥତା ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଦିନ ସେ ଯେଉଁ ଗାଁରେ ଆଶ୍ରୟ ନେଇଥିଲେ ସେ ଗାଁକୁ ଗାଡ଼ିରେ ଯିବା ପାଇଁ କୌଣସି ରାସ୍ତା ନଥିଲା। ଏହାପରେ ସେ କ’ଣ କରିଥିଲେ ଆସନ୍ତୁ ଜାଣିବା।
ବିଜେପିର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ଗ୍ରାଉଣ୍ଡ ଭିଜିଟ୍ । ସମ୍ବଲପୁର ହିଂସାଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍ ।
ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।
ପାଣିପାଗ ବିଶେଷଜ୍ଞ କହିବା କଥା, ପ୍ରାକ୍ ମୌସୁମୀ ୠତୁରେ ବାତ୍ୟା ପାଇଁ ସାଧାରଣତଃ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ । ପ୍ରଭାବରେ ପୂର୍ବବର୍ଷ ଗୁଡ଼ିକରେ ଖରାଦିନିଆ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ୧୯୮୨ ମସିହା ଜୁନ୍ ମାସର ବାତ୍ୟା ପରେ ପରେ ୨୦୧୯ ମେ’ ୩ରେ ଫନି, ୨୦୨୦ରେ ଅମ୍ଫାନ୍ ଏବଂ ୨୦୨୧ରେ ସେହି ଖରାଦିନିଆ ବାତ୍ୟା ୟଶ୍ ନିଦ ହଜାଇ ଦେଇଥିଲା ଉପକୂଳବାସୀଙ୍କର ।
ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟର ନାକ । ୨୦୧୬ରେ ଥିଲା A+ , ୨୦୨୩ରେ ମିଳିଲା A ଗ୍ରେଡ୍ । ଉପରକୁ ଉଠିବା ବଦଳରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ନାକ୍ ପକ୍ଷରୁ ହୋଇଥିବା ସର୍ଭେରେ ଉତ୍କଳକୁ ମିଳିଛି ୩.୧୬ ସ୍କୋର । ଫଳରେ ୟୁନିଭରସିଟି A+ରୁ A ଗ୍ରେଡକୁ ଖସିଆସିଛି ।
OPSC ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗ୍ରୁପ୍ ବି ବର୍ଗ ଅଧୀନରେ ଏହି ନିଯୁକ୍ତି ମିଳିବ। ଦରମା ୪୪ ହଜାରେ ଟଙ୍କା ପରେ।
ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।
ରିଲିଜ୍ ହୋଇଛି ତରଙ୍ଗପ୍ଲସ୍ର ନୂଆ ୱେବ୍ସିରିଜ୍ ‘ଛାଡ଼ପତ୍ର’ର ଟ୍ରେଲର୍। ଟ୍ରେଲର୍ରେ ହିରୋଙ୍କ ଜବରଦସ୍ତ ଏଣ୍ଟ୍ରୀ ଆଉ ଦମଦାର ଡାଏଲଗ୍ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ବିବାହ ଆଉ ବିଚ୍ଛେଦର କାହାଣୀକୁ ନେଇ ଆସୁଛି ଏହି ସିରିଜ୍।
ଜଳବାୟୁ ପରିବର୍ତ୍ତନ କର୍ମଶାଳାରେ ରାଜ୍ୟର ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁ ପ୍ରତିନିଧି ଯୋଗ ଦେଇଥିଲେ ।
ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ।
ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ବଣରୁ ଚାର ଆଣିଲେ, ବଜାରରେ ବିକ୍ରି କରିବେ । ଆଉ ଯୋଉ ଦୁଇ ପଇସା ଲାଭ ହେବ ସେତିକିରେ ପରିବାର ଚଳିବ । ସେଇଥି ଲାଗି ତ ସକାଳୁ ହେଲେ ବଣକୁ ଯିବା ସହିତ ଝୁଣା, ମହୁ,ଲାଖ,ଔଷଧୀୟ ଚେର ମୂଳି ସବୁ ଜଙ୍ଗଲଜାତ ମୂଲ୍ୟବାନ ଜିନିଷକୁ ସଂଗ୍ରହ କରନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକ।