Advertisment

BJD leader Raja Chakra: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ...

ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

BJD leader Raja Chakra

କେନ୍ଦୁଝରର ମହାଲୁଟେରା ବିଜେଡି ନେତା ରାଜା ଚକ୍ର ପାଇଁ ସୁରକ୍ଷାର ଢାଲ ସାଜିଥିବା ସରକାରୀ ବାବୁଙ୍କ ନିଇତି ଖୋଲୁଛି ଅସଲ ମୁଖା। ରାଜା ଚକ୍ରର ସାମ୍ରାଜ୍ୟ ପଛରେ ପ୍ରଛନ୍ନ ହାତ ଥିବା ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ରଙ୍କ ଭୂମିକାକୁ ନେଇ ନୂଆ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି। ଏତଲାରେ ନାଁ ସତ୍ତ୍ବେ, ଚାର୍ଜସିଟରୁ କେମିତି ରାଜାକୁ ବାଦ ଦିଅନ୍ତି ମିତ୍ରଭାନୁ, ୨୦୨୧ରେ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ସିଏମ୍ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲା ତା’ର ଜ୍ବଳନ୍ତ ଉଦାହରଣ। ଯାହାକୁ ନେଇ ପ୍ରଶ୍ନ ଉଠାଇ ଘେରିଛନ୍ତି କେନ୍ଦୁଝରବାସୀ।...

Advertisment

ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ। କେମିତି କଳ, ବଳ ଆଉ କୌଶଳ ଖଟାଇ ସତକୁ ମିଛ କରାଯାଉଥିଲା, ସାମ୍ନାକୁ ଆସିଛି ସଂଗୀନ ଅଭିଯୋଗ। ତା’ପୁଣି ତତ୍କାଳୀନ ଏସ୍.ପି. ମିତ୍ରଭାନୁ ମହାପାତ୍ରଙ୍କ ବିରୋଧରେ। ୨୦୨୧ରେ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ସିଏମ୍ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ଫିଟୁଛି ମହାଗୁମର। ଏତଲା ଦିଆଯାଇଥିଲା ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ବିରୋଧରେ। ଦର୍ଶାଯାଇଥିଲା ହତ୍ୟା ଉଦ୍ଦେଶ୍ୟରେ ରାଜା ଚକ୍ର କରିଛି ବୋମାମାଡ଼। କିନ୍ତୁ ଚାର୍ଜସିଟ୍ ଦାଖଲ ବେଳକୁ ନଥିଲା ରାଜା ଚକ୍ରର ନାଁ। କାହା ନିର୍ଦ୍ଦେଶରେ କଟିଲା ରାଜା ନାଁ ? କାହିଁକି ନାଁ ରହିଲାନି ଚାର୍ଜସିଟରେ ? ଏହା ପଛରେ କିଏ ? ସେନେଇ ନାନା ପ୍ରଶ୍ନ ଭିତରେ କେନ୍ଦୁଝର ବାସିନ୍ଦାଙ୍କ ଅଭିଯୋଗ, ମିତ୍ରଭାନୁ ମହାପାତ୍ର ମାମଲାର ତଦନ୍ତଭାର ନିଜ ହାତକୁ ନେଇ ରାଜା ଚକ୍ର ପାଇଁ ବନିଥିଲେ ସୁରକ୍ଷାର ଢାଲ। 

ଅଧିକ ପଢ଼ନ୍ତୁ: ରାମପୁରରେ ୭ ଥର ବିଷ ଇଞ୍ଜେକ୍ସନରେ ପତ୍ନୀ ହତ୍ୟା, ରବି ଓ ସହଯୋଗୀଙ୍କର ଷଡଯନ୍ତ୍ର

Advertisment

୨୦୨୧, ଅକ୍ଟୋବର ୧୦। ଦିନ ପ୍ରାୟ ୧୧ଟା ୪୫ ମିନିଟ୍। ମଣ୍ଡୁଆ ଅରଡ଼େଇ ନାଳ ପାଖରେ ମୋହନଙ୍କ ଗାଡ଼ିକୁ ହୋଇଥିଲା ବୋମାମାଡ଼। ଏନେଇ ଟାଉନ ଥାନାରେ ଏତଲା ଦେଇଥିଲେ ମୋହନ ମାଝୀ। । ଏତଲା କପିରେ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ହତ୍ୟା ଉଦ୍ଦେଶ୍ୟରେ ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା କରିଥିଲା ବୋମାମାଡ଼।  

ଏତଲା ଆଧାରରେ ସଂଗୀନ ଦଫା ବି ଲଗାଇଲା ପୋଲିସ। ହେଲେ ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ତଦନ୍ତ ଭାର ନିଜ ହାତକୁ ନେଇ ଟାଳଟୁଳ ନୀତି ପ୍ରୟୋଗ କରିଥିବାନେଇ ଉଠିଥିଲା ଅଭିଯୋଗ। ବିଜେପି ବିଧାୟକମାନେ କେନ୍ଦୁଝରରେ ଆନ୍ଦୋଳନ ବି କରିଥିଲେ। କିନ୍ତୁ ତତ୍କାଳୀନ ଏସପି,  ସଦର SDPO ଓ ସଦର ଥାନା ଅଧିକାରୀଙ୍କୁ ଧରି ମିଛ କାହାଣୀ ତିଆରି ସହ ଚାର୍ଜସିଟରୁ ରାଜାର ନାଁ କାଟିଦେଇଥିବା ଅଭିଯୋଗ ହୋଇଛି। ଏପରିକି ଟାଉନ ଥାନାରେ ମାମଲା ଥିଲେ ବି ସେହି ଥାନାର ଅଧିକାରିଣୀଙ୍କୁ ବାଦ୍ ଦେଇ ଏହି ୨ ବୋଲକରା ଅଧିକାରୀଙ୍କୁ ଧରି ତତ୍କାଳୀନ ଏସପି ସବୁ ତଦନ୍ତ କରିଥିବା ଅଭିଯୋଗ ଉଠିଛି। କେବଳ ଗୋଟିଏ ମାମଲା ନୁହଁ, ରାଜା ବିରୋଧରେ ବିଭିନ୍ନ ଥାନାରେ ଥିବା ୧୪ରୁ ଅଧିକ ମାମଲା ମଧ୍ୟରୁ ଅଧିକାଂଶ ମାମଲାରେ ନିଜେ ମୁଣ୍ଡ ପୁରାଇ ରାଜା ଚକ୍ର ପାଇଁ ତତ୍କାଳୀନ ଏସପି ଢାଲ ସାଜିଥିବା ଅଭିଯୋଗ ହୋଇଛି। 

ସେପଟେ ରାଜା ଚକ୍ରର ଗନ୍ଧମାର୍ଦ୍ଦନ ଖଣି ଦୁର୍ନୀତି ମାମଲାରେ ପୂର୍ବତନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ EOW ତଦନ୍ତ ପରିସରଭୁକ୍ତ ପାଇ DGPଙ୍କୁ ଭେଟି ଦାବି କରିଛନ୍ତି ସାମାଜିକ କର୍ମୀ। 

ତେବେ ସମଗ୍ର ଘଟଣା ସଂପର୍କରେ ଯୋଗାଯୋଗ କରାଯାଇଥିବାବେଳେ ମିତ୍ରଭାନୁ ମହାପାତ୍ର କହିଛନ୍ତି, ସର୍ଭିସ କଣ୍ଡକ୍ଟ ରୁଲ ଅନୁଯାୟୀ ଗଣମାଧ୍ୟମରେ ଏବାବଦରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହଁ। ହେଲେ ଆଶିଷ ଠାକରେଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ସମ୍ଭବ ହୋଇପାରିନାହିଁ। 

ଅଧିକ ପଢ଼ନ୍ତୁ: ହୋଲିରେ ସାଙ୍ଗ ନେଲା ସାଙ୍ଗର ଜୀବନ, ସାମାନ୍ୟ ବଚସାରୁ ଗୁଳି କରି କଲା ହତ୍ୟା

Police Crime News BJD Leader Raja Chakra
Advertisment
Advertisment