• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବେଡ୍‌ ନୁହେଁ ବେଡ ସିଟରେ ଶୋଉଛନ୍ତି ରୋଗୀ । ୱାର୍ଡରେ ନୁହଁ ୱେଟିଂ ହଲରେ ଚାଲିଛି ଇନଡୋର ସେବା । ହାତରେ ଭେନଫ୍ଲୋ ଲାଗିଛି, ରୋଗୀ ବାହାରେ ବୁଲିଛନ୍ତି। ଶିଶୁ ୱାର୍ଡର ପିଲା ବି ବାହାରେ ରାତି କାଟୁଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଏକମାତ୍ର ଉପଖଣ୍ଡ ଚିକିତ୍ସାଳୟ ନୀଳଗିରି ଉପଖଣ୍ଡ ମେଡିକାଲରେ । ପୂର୍ବରୁ ନୀଳଗିରି ସମେତ ମୟୁରଭଞ୍ଜ ଜିଲ୍ଲାର ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ ଥିଲେ। ହେଲେ ଏବେ ନାହିଁ ନାହିଁରେ ଚାଲିଛି ହସ୍ପିଟାଲ।

ନୀଳଗିରି ଉପଖଣ୍ଡ ମେଡିକାଲରେ ବେଡ୍‌ ଅଭାବରୁ ତଳେ ରୋଗୀ ପଡିଛନ୍ତି । ଅସହ୍ୟ ଗରମରେ ଅସୁସ୍ଥ ରୋଗୀ ମେଡିକାଲ ଆସି ଗରମରେ ସିଝୁଛନ୍ତି । ଭଲ ହେବାକୁ ଆସି ଅଧିକ ଅସୁସ୍ଥ ହେଉଥିବା ଅଭିଯୋଗ ହେଉଛି । ଦିନର ସ୍ଥିତିଠୁ ରାତିର ସ୍ଥିତି ଆହୁରି ସଙ୍ଗୀନ। ଗରମ ସମ୍ଭାଳି ନପାରି ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଛଣାକୁ ଆଣି ବାହାରେ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି । ବିଧାୟକ ଦେଇଥିବା ଏସିକୁ ଡାକ୍ତରମାନେ ନିଜ ନିଜ କ୍ୟାବିନରେ ଲଗାଇଛନ୍ତି ଆଉ ଗରମରେ ସିଝୁଛନ୍ତି ରୋଗୀ ।

 

କେବଳ ବିଲଡିଂ ଚିକାଚକ୍‌ କରିଦେଲେ ହେଲେ ଭିତରେ ବ୍ୟବସ୍ଥା ଆଦୌ ଭଲ ନୁହେଁ । ରକ୍ତ ଭଣ୍ଡାରରେ ରକ୍ତନାହିଁ । ଡାକ୍ତର ଅଭାବ ଦୂର ହେଉ ନାହିଁ । ଏମିତିକି ଶବକୁ ରଖିବା ଫ୍ରିଜର ବି ଅଚଳ ହୋଇ ପଡିଛି । ଏସବୁ ଅଵ୍ୟଵସ୍ଥାକୁ ସୁଧାର ତୁରନ୍ତ ନକଲେ ଆଗାମୀ ମେ' ମାସର ପ୍ରଥମ ସପ୍ତାହରେ ରକ୍ତଦାତା ସଙ୍ଘ ଆମରଣ ଅନଶନ ଦେବାର ଚେତାଵନୀ ଦେଇଛି । ଅନ୍ୟପଟେ ବାଲେଶ୍ୱର ଜିଲ୍ଲାପାଳ ଅଚାନକ ମେଡିକାଲ ଗସ୍ତ କରିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ବାଲେଶ୍ୱର ଜିଲ୍ଲାର ଏକମାତ୍ର ଉପଖଣ୍ଡ ଚିକିତ୍ସାଳୟ ଅନେକ ସମସ୍ୟା ଘେରରେ ରହିଛି ।  ଯାହାକୁ ନିଜେ ଏସଡିଏମଓ ମଧ୍ୟ ସ୍ୱୀକାର କରିଛନ୍ତି । ଜିଲାପାଳ ମଧ୍ୟ ଅଚାନକ ଗ୍ରସ୍ତ କରି ମେଡିକାଲର ସ୍ଥିତି ପରଖିଛନ୍ତି । ସମୟ କହିବ ଆଗାମୀ ଦିନରେ ମେଡିକାଲର ସ୍ଥିତିରେ ସୁଧାର ହେଉଛି ନା ଆମରଣ ଅନଶନ ହେଉଛି ।

 

 

  • Reported by:
  • Biswambar Das