/odishatv-khabar/media/post_attachments/uploadimage/library/16_9/16_9_0/MAO_1682785029.jpg)
MAO
ମାଓ କ୍ୟାମ୍ପରେ ଚାଲିଛି ଭୟଙ୍କର ନିର୍ଯାତନା । ବିବାହ ତ ହେଉଥିଲା ହେଲେ ପିଲା ଜନ୍ମ ଉପରେ କଟକଣା ଥିଲା । ଏମିତିକି ବିବାହ ପରେ କ୍ୟାମ୍ପରେ ଡାକ୍ତର ଯାଇ ଉଭୟ ପୁରୁଷ ଓ ମହିଳାଙ୍କୁ ବନ୍ଧ୍ୟାକରଣ କରୁଥିଲେ । ଯେଉଁଥି ଲାଗି ଅନେକ ମାଓବାଦୀ ଖୁସି ନଥିଲେ । ମାଓ କ୍ୟାମ୍ପରୁ ବାହାରି ଆସିବା ପରେ ଗଣମାଧ୍ୟମରେ ପୂରା କାହାଣୀ କହିଛନ୍ତି କିଛି ମାଓବାଦୀ ।
ଅଧିକ ପଢ଼ନ୍ତୁ: ‘ଯୌନ ନିର୍ଯାତନା ଦେଉଛନ୍ତି ନକ୍ସଲ୍’
ନବରଙ୍ଗପୁର ମାଓ କ୍ୟାମ୍ପରେ ଆପତ୍ତି ଜନକ ସାମଗ୍ରୀ ମିଳିବା ପରେ ମାଓ କ୍ୟାମ୍ପର ଅସଲ ଚିତ୍ର ଏବେ ପଦାକୁ ଆସିଛି । କ୍ୟାମ୍ପରେ କେମିତି ନିରୀହ ଆଦିବାସୀ ଝିଅଙ୍କୁ ନିଜ ଦଳରେ ସାମିଲ କରାଇ କେମିତି ଯୌନ ନିର୍ଯାତନା ଦିଆଯାଉଥିଲା ତାହା ପଦାକୁ ଆସିଛି । ସେମାନେ ନିଜ ମୁହଁରେ ବଖାଣିଛନ୍ତି ନିର୍ଯାତନାର ଛାତିଥରା କାହାଣୀ । ଏପରିକି ମହିଳା ଓ ପୁରୁଷ ମାଓବାଦୀଙ୍କ ମଧ୍ୟରେ ପ୍ରେମ ସଂପର୍କ ପରେ ବିବାହ ପାଇଁ ସ୍ଥିର ହୋଇଗଲେ ସେମାନଙ୍କୁ ନସବନ୍ଦି କରାଯାଏ। କେତେବେଳେ ଡାକ୍ତର ଆସି ମାଓ କ୍ୟାମ୍ପରେ ନସବନ୍ଦି କରାଇଥାନ୍ତି ତ ଆଉ କେତେବେଳେ ବାହାର ଚିକିତ୍ସାଳୟରେ ଯାଇ ନସବନ୍ଦି କରାଇ ପୁଣି ମାଓ ଦଳକୁ ଫେରିଥାନ୍ତି ।
ତେବେ ଜଙ୍ଗଲ ଭିତରେ ରହୁଥିବା ନକ୍ସଲ ବାରମ୍ବାର ନିର୍ଯାତିତ ହେଉଛନ୍ତି । ଅନେକ ସମୟରେ ଦେଖାଯାଏ କି କ୍ୟାମ୍ପରେ ନିର୍ଯାତନ ସହିନପାରି ଆତ୍ମସମର୍ପଣ ବି କରନ୍ତି । ହେଲେ ମାଓ କ୍ୟାମ୍ପରୁ ଫେରିଥିବା ମାଓବାଦୀମାନେ ଯେମିତି ଢଙ୍ଗରେ ନିଜର ନିର୍ଯାତନାର କାହାଣୀ କହୁଛନ୍ତି ସେଥିରୁ ଅନୁମାନ କରିପାରୁଥିବେ ସେମାନେ କେତେ ନିର୍ଯାତିତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)