/odishatv-khabar/media/post_attachments/uploadimage/library/16_9/16_9_0/s_1682831283.jpg)
Ajit Kumar Mohanty Odia Scientist appointed chairman of Atomic Energy Commission
ଓଡ଼ିଆ ପୁଅକୁ ମିଳିଲା ବଡ଼ ଦାୟିତ୍ୱ। ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ଆଟୋମିକ ଏନର୍ଜି ବିଭାଗ ସଚିବ ଓ ଆଟୋମିକ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଯାହାକି ଓଡ଼ିଶା ପାଇଁ ଗର୍ବର ବିଷୟ। ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏବେ ଓଡ଼ିଆ ଦେଶର ପରମାଣୁ ସଂସ୍ଥାର ମୁଖ୍ୟ ସଚିବ ହୋଇଛନ୍ତି।
Advertisment
ଆସନ୍ତା ୨୦୨୫ ଅକ୍ଟୋବର ୧୦ ଯାଏ ତାଙ୍କର କାର୍ଯ୍ୟକାଳ ରହିବ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅଜିତଙ୍କ ନାଁ ଉପରେ ମୋହର ମାରିଛି । ଡକ୍ଟର ମହାନ୍ତି ୧୯୫୯ରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ବାରିପଦା ସ୍ଥିତ ଏମ୍ପିସି କଲେଜରୁ ସେ ଫିଜିକ୍ସ ଅନର୍ସରେ ଗ୍ରାଜୁଏସନ୍ କରିବା ସହ କଟକ ରେଭେନ୍ସା କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)