Advertisment

ସମ୍ବଲପୁରରୁ ହଟିଲା କର୍ଫ୍ୟୁ, ହେଲେ କଟକଣା ରହିଲା...

ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳ ଯଥା- ଧନୁପାଲୀ ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sambalpur Curfew

Complete curfew from violence-hit Sambalpur to lifted up today

ସମ୍ବଲପୁରରୁ ହଟିଲା କର୍ଫ୍ୟୁ। ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳ ଯଥା- ଧନୁପାଲୀ ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା। ହନୁମାନ ଜୟନ୍ତୀ ହିଂସା ପରଠୁ ସହରରେ କର୍ଫ୍ୟୁ ବଳବତ୍ତର ଥିଲା। ତେବେ ପୂର୍ବଭଳି ସମସ୍ତ ସଭା ସମିତି, ଶୋଭାଯାତ୍ରା ଉପରେ କଟକଣା ଜାରି ରହିଛି। ଜିଲ୍ଲା ପ୍ରଶାସନର ଲିଖିତ ଅନୁମତି ବିନା ଶୋଭାଯାତ୍ରା, ସଭା ସମିତି ମନା କରାଯାଇଛି।

Advertisment

ସେପଟେ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସା ନେଇ ଗୁଇନ୍ଦା ରିପୋର୍ଟକୁ ଅଣଦେଖା କଲା କି ପୋଲିସ ? ସମ୍ଭାବ୍ୟ ହିଂସାକୁ ଦେଖି ଗୁଇନ୍ଦା ବିଭାଗ ପକ୍ଷରୁ ସମ୍ବଲପୁର ଏସ୍‌ପିଙ୍କ ସମେତ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଚିଠିରୁ ସ୍ପଷ୍ଟ ହେଉଛି, ହିଂସା ନେଇ ଜିଲ୍ଲା ଏସ୍‌ପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ। ସମ୍ବଲପୁର ଏସ୍‌ପିଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ଗୁଇନ୍ଦା ଏସ୍‌ପି। ୧୨ ତାରିଖରେ ଥିବା ରାଲି ନେଇ ୧୧ ତାରିଖରେ ଚିଠି କରିଥିଲେ। ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ହନୁମାନ ଜୟନ୍ତୀ ଶୋଭାଯାତ୍ରାର ତମାମ ରୁଟ୍ ଚାର୍ଟ ସହ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ।

ଶୋଭାଯାତ୍ରାକାରୀମାନେ ସ୍ଲୋଗାନବାଜି କରିବା ନେଇ ସୂଚନା ଦିଆଯାଇଥିଲା। ଶୋଭାଯାତ୍ରା ରୁଟ୍‌ରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଅଧିକ ଲୋକ ବାସ କରୁଥିବା ଦର୍ଶାଇଥିଲେ। ଶୋଭାଯାତ୍ରା ସ୍ଲୋଗାନବାଜି ବେଳେ ହିଂସା ଘଟିପାରେ ନେଇ ସତର୍କ କରାଇଥିଲେ। ଏନେଇ ଉଭୟ ପକ୍ଷ ମଧ୍ୟରେ ବିଦ୍ୱେଷ ହୋଇପାରେ ବୋଲି ଜଣାଇଥିଲେ। ଏସ୍‌ପିଙ୍କୁ ଦେଇଥିବା  ଚିଠିର କପି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ବି ଦେଇଥିଲେ। ଆଇନଶୃଙ୍ଖଳା ଏଡିଜି, ସମ୍ବଲପୁର ରେଞ୍ଜ ଆଇଜିଙ୍କୁ ବି କପି ଦେଇଥିଲେ । ଆଇନଶୃଙ୍ଖଳା ଏଡିଜି, ସମ୍ବଲପୁର ରେଞ୍ଜ ଆଇଜିଙ୍କୁ ବି କପି ଦେଇଥିଲେ ବୋଲି ଚିଠିରୁ ହିଁ ସ୍ପଷ୍ଟ ଜଣାପଡୁଛି।

Advertisment
Curfew
Advertisment
Advertisment