Advertisment

ମାଟି ମୁଠାଏ ପଡିନି, ହେଲେ ବିଲ୍ ହୋଇଛି ୧ ଲକ୍ଷ ୩୦ ହଜାର ଟଙ୍କା

କାର୍ଯ୍ୟାଦେଶର ତଥ୍ୟ ମଧ୍ୟ ନାହିଁ । କିଛି କାମ ନକରି ଶ୍ମଶାନ କରିବା ନାଁରେ ବିଲ୍ କରିଦେଇଛନ୍ତି ସରକାରୀ ଅଧିକାରୀ

author-image
Prangyan Parimita
ଅଦ୍ୟତନ ହୋଇଛି
Yojana Ra Na Hariloot

Jojanara Na Hariloot

ମାରିନେଲେ ମଶାଣୀ ଟଙ୍କା । କିଛି କାମ ନକରି ଶ୍ମଶାନ କରିବା ନାଁରେ ବିଲ୍ କରିଦେଇଛନ୍ତି ସରକାରୀ ଅଧିକାରୀ। ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁ ପଞ୍ଚାୟତରେ ଏଭଳି ଫଲସ ବିଲ୍ .ହୋଇଥିବା ସାମ୍ନାକୁ ଆସିଛି। ବ୍ଲକ ଅଫିସ ଯାଇ ମନରେଗା ୱେବସାଇଟ ଯାଞ୍ଚ କରିବା ପରେ ଏହି ଦୁର୍ନୀତି ଜଣାପଡିଛି।

Advertisment

ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ଷୋଳବିନ୍ଧା ଗାଁରେ ଶ୍ମଶାନ କରିବା ନାଁରେ ଏମିତି ହୋଇଛି ଦୁର୍ନୀତି। ଷୋଳବିନ୍ଧା ଗାଁର ଏହି ସ୍ଥାନରେ ଶ୍ମଶାନ ତିଆରି ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗାରୁ ମଞ୍ଜୁର ହୋଇଥିଲା ୫ ଲକ୍ଷ ଟଙ୍କା। ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଶାସନ ଅଧୀନରେ ଏହି ଶ୍ମଶାନ କାମ ହୋଇଥାନ୍ତା। ମନରେଗା ୱେବସାଇଟ୍ ତଥ୍ୟ ଅନୁସାରେ, ଏଥିରେ ୭ ଜଣ ଶ୍ରମିକ କାମ କରିଛନ୍ତି ଏବଂ ମଜୁରୀ ବାବଦକୁ ୧୭୫୦ ଟଙ୍କା ନେଇଛନ୍ତି। ସେହିପରି ୨୦୨୨ ଅକ୍ଟୋବର ୧୯ରୁ ୨୯ ତାରିଖ ମଧ୍ୟରେ ମ୍ୟାଟେରିଆଲ୍ ବାବଦକୁ ୧ ଲକ୍ଷ ୨୮ ହଜାର ୪୯୦ ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି।

ଅଧିକ ପଢ଼ନ୍ତୁ: ରାସନ୍ କାର୍ଡଧାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଉଳ ହଡପ୍, ଗରିବଙ୍କ ଦୁଃଖ ବୁଝିବ କିଏ ?

Advertisment

ଲେବର ପେମେଣ୍ଟ ଓ ମ୍ୟାଟେରିଆଲ ମିଶି ୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦସ୍ତାବିଜ୍ କହୁଛି। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର ଭିନ୍ନ । ମାଟି ମୁଠାଏ ବି ପଡିନି। ପୂର୍ବଭଳି ଏବେବି ଖୋଲା ଆକାଶ ତଳେ ପୋଡାଯାଉଛି ମୃତଦେହ। ମଶାଣି ତିଆରି ପାଇଁ ଗ୍ରାମବାସୀ ରଙ୍ଗେଇଲୁଣ୍ଡା ବ୍ଲକ ଅଫିସକୁ ଯିବା ପରେ କାମ ସରି ଏଥିପାଇଁ ବିଲ୍ ଉଠାଯାଇଥିବା ଜଣାପଡିଥିଲା।

ଶ୍ରୀ ଚୈତନ୍ୟ ଟ୍ରେଡର୍ସ ଭେଣ୍ଡରକୁ ଦିଆଯାଇଥିବା ବିଲରେ ସିମେଣ୍ଟ ପ୍ୟାକେଟ୍ ପ୍ରତି ୬୭୦ ଟଙ୍କାରେ ୧୦୪ ବସ୍ତା ଓ ଲୁହାରଡ୍ ୧୦ କୁଇଣ୍ଟାଲ ବାବଦକୁ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି, ଏମିତି କେଉଁ ସିମେଣ୍ଟ ଅଛି ଯାହାର ପ୍ୟାକେଟ ଦାମ୍ ୬୭୦ ଟଙ୍କା ? ଯେକୌଣସି ମନରେଗା କାର୍ଯ୍ୟ ହେଲେ କାର୍ଯ୍ୟାଦେଶ, ବ୍ୟୟ ଅଟକଳ ଇତ୍ୟାଦି ଏକ ସାଇନ୍ ବୋର୍ଡରେ ଲେଖାଯିବା କଥା । କିନ୍ତୁ ଏଠି ସବୁ ନିୟମକୁ ଦଳିମକଚି ଶ୍ମଶାନ ନାଁରେ ଟଙ୍କା ଉଠାଯାଇଛି।

ବିନା ଜେଇ, ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସରଙ୍କ ବିନା କ୍ଷେତ୍ର ପରିଦର୍ଶନରେ କିଭଳି ହେଲା ବିଲ୍ ? କେମିତି ବିଲରେ ଦସ୍ତଖତ ମାରିଲେ ବିଡିଓ ? ଏମିତି ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ବିଡିଓ କହିଛନ୍ତି, ଶ୍ମଶାନ କାର୍ଯ୍ୟର କୋଡରୁ ଟିକେ ଭୁଲ୍ ଭଟକା ହୋଇଥିବାରୁ ନୂଆ ଶ୍ମଶାନ କାର୍ଯ୍ୟରେ ଲେଖି ଦିଆଯାଇଥିଲା।

ବିଡିଓଙ୍କ କହିବା ଅନୁସାରେ, ଯଦି କୋଡରେ ଭୁଲ୍ ହେଲା ତେବେ ସିମେଣ୍ଟ ପ୍ୟାକେଟ୍ ଦାମ୍ କିଭଳି ୬୭୦ ଟଙ୍କା ପଡିଛି ? ଏଭଳି ଫେକ୍ ବିଲ୍ କରିଥିବା ଭେଣ୍ଡର ବିରୋଧରେ ଆକ୍ସନ ନେବେ କି ବିଡିଓ ?

Yojana Ra Na Hariloot Jojanara Na Hariloot
Advertisment
Advertisment