• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଢଳେଇ ଫାଟି ଆଁ କଲାଣି, ଲୁହା ରଡ୍‌ ଖଣ୍ଡଖଣ୍ଡ ହୋଇ ଦିଶିଲାଣି । ଆଉ ତାହାରି ଉପରେ ଗାଡି ବି ଯାଉଛି । ବ୍ରିଜ୍‌ ଅବସ୍ଥା ଦେଖିଲେ ଯିବାକୁ ଡର ଲାଗିବ । ହେଲେ ଉପାୟ କିଛି ନାହିଁ । ଜୀବନକୁ ବାଜିରେ ଲଗାଇ ଅତିବିପଦ ସଙ୍କୁଳ ବ୍ରିଜ୍‌ ଦେଇ ଯାତାୟତ କରୁଛନ୍ତି ଲୋକେ । ବ୍ରିଜ୍‌ ଉପରୁ ପଲସ୍ତରା ଛାଡିଗଲାଣି । ଲୁହା ରଡ୍ ସ୍ପଷ୍ଟ ଭାବେ ଦିଶିଲାଣି । ବ୍ରିଜ ସାରା ବଡବଡ ଗ‌ାତ । ଏମିତିକି ବୋର୍ଡ ଲାଗିଛି 'ଦୁର୍ବଳ ପୋଲ, ଗାଡି ଧୀରେ ଚଲାନ୍ତୁ' । ଆଉ ତାହାରି ଉପରେ ଯାଉଛି ଗାଡି । ଏମିତି ଊୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୋଟେରୁ ବ୍ରିଜରେ । ବ୍ରିଜ୍‌ ଦୁର୍ବଳ ଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ନୂଆ ବ୍ରିଜ୍‌ ଲାଗି ଟେଣ୍ଡର ସରିଛି । ହେଲେ ବ୍ରିଜ୍‌ କାମ ଆରମ୍ଭ ହୋଇନି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ପାଇଁ...କାମ ସରିନି, ଉଦଘାଟନ ହେଲା ସ୍କୁଲ

ତୁରନ୍ତ ବ୍ରିଜ୍‌ ନିର୍ମାଣ କରିବାକୁ ବିଧାନସଭାରେ ବିଧାୟକ ଆଦିତ୍ୟ ମାଡି ଆଲୋଚନା ବି କରିଛନ୍ତି । ଖାଲି ବିଧାୟକ କାହିଁକି? ବରଂ ୨୦୨୨ରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଏହା ଉପରେ ପ୍ରଶ୍ନ ବି କରିଛନ୍ତି । ଜିଲ୍ଲାରେ ଥିବା ସବୁ ତଳିଆ ବ୍ରିଜ୍‌ର ଉଚ୍ଚତା ବୃଦ୍ଧି ଲାଗି ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଉପରେ ପଦକ୍ଷେପ ବି ନିଆଯାଇଛି ।

୩୨୬ ନମ୍ବର ଜାତୀୟ ରାଜପଥରେ ପାଙ୍ଗାମ,ପୋଟେରୁ, ଏମଭି-୯୦, ଏମଭି-୯୫ ଓ କାଙ୍ଗୁରକୋଣ୍ଡାଠାରେ ୫ଟି ଉଚ୍ଚ ବ୍ରିଜ ନିର୍ମାଣ କରାଯିବାର ପ୍ଲାନ ଥିଲା । ଏଥିପାଇଁ ୭୯ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟବରାଦ ବି ହୋଇଛି । ୫ଟି ବ୍ରିଜ ନିର୍ମାଣ ପାଇଁ ଛତିଶଗଡର ଏମଏସ୍ ବ୍ରିଜେଶ ଅଗ୍ରୱାଲ ନାମକ ଠିକା ସଂସ୍ଥା ଟେଣ୍ଡର ପାଇଛି । ୨୦୨୨ ମସିହା ଜୁଲାଇ ୨ ତାରିଖରୁ ବ୍ରିଜ୍‌ କାମର ଟେଣ୍ଡର ଏଗ୍ରିମେଣ୍ଟ ହୋଇସାରିଛି । ହେଲେ ଆଜିଯାଏଁ ଗୋଟିଏ ବ୍ରିଜର କାମ ଆରମ୍ଭ ହୋଇପାରିନି ।

ତେବେ ଟେଣ୍ଡ ପରେ ବି କାହିଁକି ବ୍ରିଜ୍‌ କାମ ସରିନି ପ୍ରଶ୍ନର ଉତ୍ତରରେ ନିର୍ବାହୀ ଯନ୍ତ୍ର କହୁଛନ୍ତି, ୨୦୨୪ ସୁଦ୍ଧା ବ୍ରିଜ୍‌ କାମ ସରିବାର କଥା । କାହିଁକି ସରିନି ସେନେଇ ଏଇ ସପ୍ତାହରେ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ । ଟେଣ୍ଡର ସରିଲା, ବ୍ୟୟ ବରାଦ ବି ହେଲା । ନିର୍ଦ୍ଧାରିତ ସମୟ ବି ଦିଆଗଲା । ହେଲେ ବ୍ରିଜ୍‌ କାମ ମୂଳରୁ ଆରମ୍ଭ ହେଲାନି । ଏବେ ବି ବିପଦସଂକୁଳ ବ୍ରିଜ୍‌ ଦେଇ ଯାତାୟତ କରୁଛନ୍ତି ଲୋକେ । ଯଦି କେତେବେଳେ କିଛି ଦୁର୍ଘଟଣା ହେଲା ଏଥିଲାଗି ଦାୟୀ କିଏ ରହିବ ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

  • Reported by:
  • JITENDRA BEURA