ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା ।
ଏହି ଗ୍ରହ ପୃଥିବୀଠାରୁ ଟିକିଏ ବଡ଼ ଏବଂ ବାସ ଉପଯୋଗୀ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ଗ୍ରହଟି ଏହ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛି ଯାହାକି ସୂର୍ଯ୍ୟ ଅପେକ୍ଷା ଆକାରରେ ଛୋଟ ଓ ଅପେକ୍ଷାକୃତ ଶୀତଳ।
ଆପଣ ନିଶ୍ଚିତ ବ୍ଲାକ୍ ହୋଲ୍ ବିଷୟରେ ଅଳ୍ପ ବହୁତେ ଜାଣିଥିବେ। ନିକଟରେ ବ୍ଲାକ୍ ହୋଲ୍ ଭିତରେ ବିସ୍ଫୋରଣ ବିଷୟରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏହି ବିସ୍ଫୋରଣ ପୃଥିବୀ ପାଇଁ କ୍ଷତିକାରକ ହୋଇପାରେ।
ପୃଥିବୀରେ ଏମିତି ଏକ ଶୂନଶାନ ସ୍ଥାନ ରହିଛି ଯେଉଁ ସ୍ଥାନର ଚତୁଃପାର୍ଶ୍ୱରେ ପ୍ରଶାନ୍ତ ମହାସାଗର ଘେରି ରହିଛି । ଏହି ଜାଗାକୁ ପଏଣ୍ଟ ନିମୋ (Point Nemo) ବୋଲି କୁହାଯାଏ । ସବୁଠାରୁ ବଡ଼ କଥା ହେଉଛି, ଏହି ଜାଗାକୁ ବୈଜ୍ଞାନିକମାନେ ସନ୍ଧାନକରି ଏହାର ଠିକଣା ପାଇଥିଲେ ।
ମହାକାଶଚାରୀମାନେ ପ୍ରଥମେ ମଙ୍ଗଳ ଗ୍ରହରେ ରହିବାକୁ ଯିବେ।
ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆଗାମୀ ଦିନରେ ପୃଥିବୀର ନିକଟତର ହେବ ଉଲ୍କାପିଣ୍ଡ । ୫ଟି ଉଲ୍କାପିଣ୍ଡ ପୃଥିବୀ ଆଡ଼କୁ ଆସୁଥିବା କୁହାଯାଇଛି । ହେଲେ ସେଥିମଧ୍ୟରୁ ୨ଟି ଉଲ୍କାପିଣ୍ଡ ପୃଥିବୀର ନିକଟତର ହେବ । ଏନେଇ ସୂଚନା ଜାରି କରିଛି ନାସା।
ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ ।
ବୈଜ୍ଞାନିକମାନେ ଏବେ ଏହି ନିଆଁ ପିଣ୍ଡୁଳା ଉପରେ ନଜର ରଖିଛନ୍ତି ଏବଂ ଏହାର ସ୍ଥିତିକୁ ନେଇ ତର୍ଜମା କରୁଛନ୍ତି ।
ଆମେରିକା ମହାକାଶ ଏଜେନ୍ସି ନାସା ଦୀର୍ଘ ଦିନ ଧରି ଏକ ବିଶାଳକାୟ ପଥର(ଆଷ୍ଟ୍ରଏଡ୍)କୁ ଟ୍ରାକ୍ କରୁଛି। ଏବେ ଜଣାପଡ଼ିଛି ଯେ, ଏହି ପଥର ପୃଥିବୀର କକ୍ଷପଥରେ ପ୍ରବେଶ କରିପାରେ।
ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ବୋଲି କହିଛି ନାସା
ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ।
ଆକାଶରେ ଦେଖିବାକୁ ମିଳିପାରେ ଅଦ୍ଭୁତ ଦୃଶ୍ୟ। ଆଉ ରାତି ବି ଦିନ ଭଳି ଲାଗିବ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଅଜବ ଘଟଣା ଖୁବ୍ଶୀଘ୍ର ଘଟିବାକୁ ଯାଉଛି।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍ଆଉଟ୍ ହେବାର ବିପଦ ରହିଛି।
କୁହାଯାଉଛି ଯେ ପୃଥିବୀ ଭିତରୁ ଏକ ଗ୍ୟାସ୍ ଲିକ୍ ହେଉଛି। ବାସ୍ତବରେ, ଏହା ହେଉଛି ସେହି ଗ୍ୟାସ୍ ଯାହା ବ୍ରହ୍ମାଣ୍ଡ ସୃଷ୍ଟି ବେଳେ ନବକଳେବର ପାଇଁ ଆବଶ୍ୟକ ଥିଲା। ଏହାକୁ ହିଲିୟମ୍ ଗ୍ୟାସ୍ କୁହାଯାଏ। ବୈଜ୍ଞାନିକମାନେ ଏହି ଗ୍ୟାସ୍ ମାଧ୍ୟମରେ ପୃଥିବୀର ସୃଷ୍ଟି ପ୍ରକ୍ରିୟା ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି।
ବଉଳ ଫୁଲର ବାସ, ଚହଟଇ ଚଉପାସ। ପେନ୍ଥା ପେନ୍ଥା ଗଛ ଭର୍ତ୍ତି ଆମ୍ବ ବଉଳ, ଝରି ପଡ଼ୁଥିବା ଅଜସ୍ର କାଗେଜି ଫୁଲ। ଧୁ ଧୁ ଖରାବେଳେ ଭୁରୁଭୁରୁ ବାସ୍ନା, କେଉଁ ଏକ ଆମ୍ବ ଡାଳରେ କୋଇଲି ଗାଉଛି ବିରହର ଗୀତ। ଏବେ ଯଦି କୋରାପୁଟ ଯିବେ ସ୍ୱାଗତ କରିବ ଋତୁରାଜ ବସନ୍ତ।
ସତରେ ଦେଶ ମୋର ରଙ୍ଗିଲା। କେଉଁଠି ଦେଖିବାକୁ ମିଳେ ବିଭିନ୍ନତା ମଧ୍ୟରେ ଏକତା। ଆଉ କେଉଁଠିକାର ସୁନ୍ଦରତାକୁ ଯେତେ କହିଲେ ବି ସରିନଥାଏ। ଏମିତି ଏକ ସ୍ଥାନ କାଶ୍ମୀର।
ନୂଆ ବର୍ଷ ଆସିବା ପୂର୍ବରୁ ଭୟ ସୃଷ୍ଟି କରୁଛି ଭବିଷ୍ୟତବାଣୀ । ପୃଥିବୀକୁ ଆଷ୍ଟ୍ରୋଏଡ୍ ମାଡ଼ ସହ ଅନାହାର ମୃତ୍ୟୁ କବଳିତ କରିବ। ଏହା ସହ ପରମାଣୁ ବୋମା ବିସ୍ଫୋରଣରେ ବଦଳି ଯାଇପାରେ ବିଶ୍ୱର ରୂପ। ଏମିତି ଭବିଷ୍ୟବାଣୀ କରିଛନ୍ତି...
ପରମାଣୁ ବୋମା ସୃଷ୍ଟି ବିନାଶର କାରଣ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି କିଏ କହେ ପୃଥିବୀକୁ ରକ୍ଷା କରିବାକୁ ହେଲେ ପରମାଣୁ ବୋମା ବିସ୍ଫୋରଣ କରିବା ଆବଶ୍ୟକ ହୋଇପାରେ, ଏହାକୁ ବିଶ୍ୱାସ କରିବା ଅସମ୍ଭବ। କିନ୍ତୁ ଏହା ସତ। ଭବିଷ୍ୟତରେ ପୃଥିବୀକୁ ବିନାଶରୁ ରକ୍ଷା କରିବା ପାଇଁ ଆମକୁ ପରମାଣୁ ବୋମା ବିସ୍ଫୋରଣ କରିବାର ବିକଳ୍ପ ଗ୍ରହଣ କରିବାକୁ ପଡିବ ବୋଲି ଆମେରିକାର ଲରେନ୍ସ ଲିଭର୍ମୋର ନ୍ୟାସ୍ନାଲ୍ ଲାବୋରେଟୋରୀର ପୂର୍ବତନ ଗବେଷକ ପାଟ୍ରିକ୍ କିଙ୍ଗ ମତ ଦେଇଛନ୍ତି।
ଜଳବାୟୁ ପରିବର୍ତ୍ତନ ପୃଥିବୀରେ ଅନେକ ପରିବର୍ତ୍ତନ ଆଣିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଏହାର ଚମକତା ହ୍ରାସ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୂର୍ବ ତୁଳନାରେ ପୃଥିବୀର ଚମକତା ହ୍ରାସ ପାଇଛି। ବର୍ତ୍ତମାନ ଆମ ପୃଥିବୀ କୋଡ଼ିଏ ବର୍ଷ ପୂର୍ବ ତୁଳନାରେ ବର୍ଗ ମିଟର ପ୍ରତି ଅଧା ୱାଟ କମ୍ ଆଲୋକ ପ୍ରତିଫଳିତ କରୁଛି। ଏହା ଫଳରେ ବିଶ୍ୱ ତାପମାତ୍ରାରେ ବୃଦ୍ଧି ପାଉଛି। ମହାସାଗରର ଉଷ୍ମ ଜଳ ଯୋଗୁଁ ଏଭଳି ହେଉଥିବା ଏହି ଅଧ୍ୟୟନରେ କୁହାଯାଇଛି।
ପୃଥିବୀ ଆଡକୁ ମାଡିଆସୁଛି ବିପଦ। ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାକୁ ଯାଉଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଚେତାବନୀ ଦେଇଛି ଯେ ପୃଥିବୀର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ ତୁଳନାରେ ୨ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ବୃହତ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ତୁରନ୍ତ ହ୍ରାସ କରାଯିବା ଉଚିତ।