/odishatv-khabar/media/post_attachments/uploadimage/library/16_9/16_9_0/Shani_Dev_1682855772.jpg)
Shani Dev
ଯଜ୍ଞ ଚାଲିଛି, ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଏରିଆ କମ୍ପୁଛି । ଧୁଧୁ ଖରାରେ ଭକ୍ତଙ୍କର ଲାଗିଥିଲା ଲମ୍ବା ଲାଇନ୍ । ପ୍ରଭୁ ଶନିଦେବଙ୍କ ଆଶିଷ ଲାଭ କରିବାକୁ ଶ୍ରଦ୍ଧାଳୁଙ୍କର ଲାଗିଛି ପ୍ରବଳ ଗହଳି । ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳନ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ଆଉ ପୂଜା ଲାଗି ଯାଜପୁର ବ୍ୟାସନଗର ସହର ଉପକଣ୍ଠରେ ଅବସ୍ଥିତ ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗାଁର ଶନିଶ୍ଚର ଦେବଙ୍କ ପୀଠରେ ଲାଗେ ଭକ୍ତଙ୍କ ପ୍ରବଳ ଗହଳି ।
ଶନିଦେବଙ୍କ ପୂଜାର୍ଚ୍ଚନା ଲାଗି ପୂରା ପ୍ରସ୍ତୁତି ହେବା ସହିତ ହୋମଯଜ୍ଞ, ଭଜନ ସହ କୀର୍ତ୍ତନ ବି ହୋଇଥିଲା । ବିଶ୍ୱାସ ରହିଛି ଏଇ ମେଳାରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ସେଇଥି ଲାଗି ତ ଭକ୍ତଙ୍କର ଲାଗିଥିଲା ଗହଳି । ଖାଲି ଦିଅଁ ଦର୍ଶନ ନୁହେଁ ବରଂ ଠାକୁରଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।
ରାଛିପୁରର ଶନି ମହୋତ୍ସବକୁ ଏହାରି ମଧ୍ୟରେ ୭୪ ବର୍ଷ ପୂରିଲା । ଏମିତିକି ଏଠାକାର ଶନିଦେବତା ବେଶ୍ ପ୍ରତ୍ୟେକ୍ଷ ବୋଲି ବିଶ୍ୱାସ ରହିଛି । ସେଇଥି ଲାଗି ତ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁଙ୍କ ଏଠାକୁ ଛୁଟିଥିଲା ସୁଅ । ଆଉ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମେଳା କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ ବି କରାଯାଇଥିଲା । ମେଳା ପରିସରରେ ଲମ୍ବା ବାରିକେଟଠାରୁ ଆରମ୍ଭ କରି ପଙ୍ଖା ଓ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା । ତେବେ ଶନିଦେବଙ୍କୁ ଦର୍ଶନ କରିବାକୁ ଶହଶହ ଭକ୍ତ ଆସିଥିବାରୁ ପୋଲିସ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)