• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Odisha Energy Minister Pratap Deb On Power Cut
ବିଦ୍ୟୁତ କାଟ୍ ନେଇ ସରକାରଙ୍କୁ ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ

ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ । ଗ୍ରାଉଣ୍ଡ ଜିରୋରୁ ଆସୁଛି ବିଜୁଳି କାଟ୍ ଯନ୍ତ୍ରଣା ଓ ପରିଣାମର ମାଳ ମାଳ ଚିତ୍ର ।

Odisha Politics, CM Naveen Announce For Farmers
ଭୋଟ୍ ପୂର୍ବରୁ BJD ଖେଳିଲା ଚାଷୀ କାର୍ଡ, ୩୫ ଲକ୍ଷ ଚାଷୀଙ୍କୁ ୪୪୧ କୋଟିର ସୁଧ ରିହାତି !

୩୫ ଲକ୍ଷ ଖରିଫ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪୪୧ କୋଟିର ସୁଧ ରିହାତି ଘୋଷଣା । ଭେଳିକି କହି ଅସଲ ଚାଷୀଙ୍କ ପ୍ରଶ୍ନ, କୁଆଡ଼େ ଯାଉଛି ଋଣ ଟଙ୍କା ଓ ସୁବିଧା ?

OSSC Exam
OSSC ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ: ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ପୂର୍ବରୁ ଯାଞ୍ଚ ହେଉ ନାହିଁ କି ?

ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ(OSSC)ଙ୍କ ନୂଆ ଓଡ଼ିଆ ପ୍ରଶ୍ନପତ୍ର ଦେଖିଲେ ଆପଣଙ୍କ ମୁଣ୍ତ ବୁଲାଇଦେବ । ଏମିତିକି ପ୍ରଶ୍ନପତ୍ର ଦେଖି ପରୀକ୍ଷାର୍ଥୀଙ୍କ ମୁଣ୍ତ ବୁଲାଇ ଦେଉଛି ।

Cuttack Khannagar-Linkroad ring road to be expanded into 6-lane carriageway
ଆହୁରି ଚମକିବ ସିଲଭର୍‌ ସିଟି; କଟକ ରିଂ ରୋଡ୍ ହେବ ୬ ଲେନ୍

କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିବାବେଳେ ଖାନନଗରଠାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

OSSC cancels accountant recruitment preliminary examination
ପ୍ରଶ୍ନପତ୍ରରେ ତ୍ରୁଟି ପରେ ବାତିଲ ହେଲା OSSC ପରୀକ୍ଷା

ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ।

  • Monday, 24 April 2023
  • OSSC
Energy minister Pratap Deb refutes claims of power cut
ରାଜ୍ୟରେ ହେଉନି ବିଦ୍ୟୁତ କାଟ: ପ୍ରତାପ ଦେବ

ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।

Is Srimandir in the target of terrorists?
ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି

ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।

thunderstorm with lightening
୯ ଜିଲ୍ଲାକୁ ଅରେଞ୍ଜ ଚେତାବନୀ: ପ୍ରବଳ ବର୍ଷିବ, ୫୦ କିମି ବେଗରେ ପବନ ବହିବ !

ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତା ପରେ ବର୍ଷା କମିବ  ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Hailstorm
ନବରଙ୍ଗପୁରରେ କାଶ୍ମୀରର ଭ୍ରମ . .ଚାରିଆଡ଼େ ବରଫର ଚାଦର

ଚାଷ ଜମିରେ ବି ବରଫ ଜମି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି ।

death
ରାଜଧାନୀରେ ଚାଞ୍ଚଲ୍ୟ : ୮ ମହଲାରୁ ପଡ଼ି ଆଇନ୍‌ ଛାତ୍ର ମୃତ

ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଯୁବକ ମୃତ

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 24 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 24 April 2023
 ossc exam question paper
OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି: ପ୍ରଶ୍ନ ପଢ଼ିବା ମୁସ୍କିଲ, ଉତ୍ତର କେମିତି ଦେବେ ପରୀକ୍ଷାର୍ଥୀ ?

ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

  • Sunday, 23 April 2023
new guidelines
ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି; ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ

ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।

  • Sunday, 23 April 2023
akshaya tritiya
ଅକ୍ଷୟ ତୃତୀୟା ପାଇଁ ଗହଣା ଦୋକାନରେ ଗ୍ରାହକଙ୍କ ଖଚାଖଚ୍ ଭିଡ଼, ସପ୍ତାହେ ଯାଏଁ ଲାଗିଛି ଅଫର

ମହିଳାମାନେ ଭଳିକି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।

  • Sunday, 23 April 2023
Pension problem
ଆଖି ବୁଜିଦେଇଛି କି ଜିଲ୍ଲା ପ୍ରଶାସନ ? ଭତ୍ତା ପାଇଁ ଏ କି ଦହଗଞ୍ଜ !

କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ । କାରଣ ପଞ୍ଚାୟତକୁ ୪ପଟୁ ଘେରିରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ।

ଓଟିଭି ସାମ୍ବାଦିକାଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ସମ୍ମାନ
ଓଟିଭି ସାମ୍ବାଦିକା ପ୍ରଜ୍ଞା ଚୌଧୁରୀଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ସମ୍ମାନ

ପ୍ରଭାବୀ ସାମ୍ବାଦିକତା ଦ୍ବାରା ସାମାଜିକ ସମସ୍ୟାର ନିରାକରଣ ପାଇଁ ଓଟିଭିର ସାମ୍ବାଦିକା ପ୍ରଜ୍ଞାଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

  • Sunday, 23 April 2023
Akshaya Tritiya Politic
ନେତା ପାଳିଲେ ଅକ୍ଷୟ ତୃତୀୟା; ହେଲେ ବିହନ ପାଇଁ ହନ୍ତସନ୍ତ ଚାଷୀ

ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରେ ବିଲକୁ ଯାଇ ଚାଷୀଙ୍କ ପାଇଁ ଦରଦ ଦେଖାଉଛନ୍ତି ନେତା । କାଳିଆ ଟଙ୍କା ବାଣ୍ଟି ବାହାବାହା ନେଉଛନ୍ତି ସରକାର । ହେଲେ ଚାଷୀଙ୍କ ସ୍ଥିତି କିନ୍ତୁ ଯାହାକୁ ସେଇଆ ।

new BJD office
ଗରିବ ରାଜ୍ୟରେ ଧନୀ ପାର୍ଟି ଅଫିସ୍ କାହଁକି ?

ଗରିବ ରାଜ୍ୟରେ ହୋଇଛି ଧନୀ ଦଳର ଧନୀ ପାର୍ଟି ଅଫିସ୍ । ବିଜେଡି ଦ୍ୱିତୀୟ ଆଂଚଳିକ ଧନୀ ଦଳ ହୋଇଥିବାବେଳେ ନବୀନ ହେଉଛନ୍ତି ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଆଉ ସେଭଳି ଢାଂଚାରେ ତିଆରି ହୋଇଛି ଦଳର ମୁଖ୍ୟାଳୟ । ପୂରା କର୍ପୋରେଟ୍ ଅଫିସ୍ ଭଳି ହୋଇଛି ନୂଆ କାର୍ଯ୍ୟାଳୟ ।

Akshya Tritiya
ପୁରୀ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ: ସୁନା କୁରାଢ଼ୀରେ ଶୁଭ ଦେଲେ ବିଶ୍ୱକର୍ମା ମହାରଣା

ଜୟବିଜୟ ଦ୍ବାରର ବନ୍ଦାପନା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।

Bhadrak News
ବଜ୍ରାଘାତରେ ଭାଙ୍ଗିଗଲା ମନ୍ଦିରର କିଛି ଅଂଶ

ବଜ୍ରାଘାତରେ ମନ୍ଦିରର ଵହୁ କ୍ଷତି ଘଟିଛି । ଏହି ମନ୍ଦିରର କିଛି ଅଂଶ ଭାଙ୍ଗି ଖସି ପଡିଥିବାବେଳେ କିଛି ଅଂଶ ଫାଟି ଯାଇଛି । ଯାହା ଏବେ ଚିନ୍ତାର ଵିଷୟ ପାଲଟିଛି ।

  • Sunday, 23 April 2023
bjb college
ବିଜେବି ଛାତ୍ରଙ୍କୁ ମାଡ଼ ଘଟଣା : ୪ ଅଣଛାତ୍ର ଗିରଫ

କଲେଜ୍‌ ପରିସରରେ ଆତଙ୍କରାଜ ଘଟାଇ ଶେଷରେ ବନ୍ଧାହେଲେ ।

shivparbati
ଭାଇ-ଭଉଣୀଙ୍କ ଦେହରେ ଶିବ-ପାର୍ବତୀ !

କୁନି ଭାଇ ଭଉଣୀଙ୍କ ଦେହରେ ଶିବ-ପାର୍ବତୀ । ହାତରେ ତ୍ରିଶୁଳ,ମୁଣ୍ଡରେ ଜଟା, ଆଉ ସାଙ୍ଗରେ ଅଛନ୍ତି ପାର୍ବତୀ l ଡମ୍ବୁରୁ ବଜେଇ ମଞ୍ଚକୁ ଆସୁଛନ୍ତି ମହାଦେବ । ମଞ୍ଚ ଉପରକୁ ମହାଦେବ ଆସିବା ପରେ ତାଣ୍ଡବ ନୃତ୍ୟ କରୁଛନ୍ତି ଶିବ । ଆଉ ଏହି ନୃତ୍ୟ ଏବେ ଦଣ୍ଡ ଯାତ୍ରାର ସାଜିଛି ମୁଖ୍ୟ ଆକର୍ଷଣ । କୁନି ଭାଇଭଉଣୀ ମଞ୍ଚରେ ଏମିତି ନୃତ୍ୟ ପରିବେଷଣ କରିବା କେବଳ ଠାକୁରଙ୍କ ଆଶୀର୍ବାଦ ବୋଲି କହୁଛନ୍ତି ଲୋକେ ।

  • Sunday, 23 April 2023
Sura Routroy
‘୧୧୦ କୋଟି ଟଙ୍କାର ଘର, କୌଣସି ଷ୍ଟାର ହୋଟେଲ ମଧ୍ୟ ଏମିତି ନଥିବ’

ଏଥିସହିତ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଯେଉଁଭଳି ରାଜ୍ୟରେ ସରକାର ଚାଲିଛି, କର୍ପୋରେଟରମାନେ ମନକୁ ପାଇସାଦେଇ ଚାଲିଯାଉଛନ୍ତି ।

Rain Alert in Odisha Orange Warning For Various Districts
ମାଡ଼ି ଆସୁଛି କାଳବୈଶାଖୀ ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।