• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 30 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 1 year ago

ଝାରସୁଗୁଡ଼ା ଫାଇଟ୍‌ : ପ୍ରାର୍ଥୀଙ୍କୁ କାନରେ ବିଜୟର ମନ୍ତ୍ର ଫୁଙ୍କିଲେ ବରିଷ୍ଠ ନେତା

ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ More
  • Tanmay Kumar Mahalik
  • 1 year ago

ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣ ନିଶା; ଇସ୍ପାତନଗରୀରେ ଆଣିଛନ୍ତି ସବୁଜିମାର ଜୁଆର

ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା । More
  • Tanmay Kumar Mahalik
  • 1 year ago

ଅବ୍ୟବସ୍ଥାର ବିକଳ ଚିତ୍ର; ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର

ଖୋର୍ଦ୍ଧା ଡାଳତୋଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଛନ୍ତି, ହେଲେ ଫାର୍ମାସିଷ୍ଟ ଆସୁନାହାନ୍ତି । ଫଳରେ ତାଙ୍କ ସ୍ଥାନ ନେଇଛନ୍ତି, ଜଣେ ସୁଇପର । ଏମିତିକି ରୋଗୀଙ୍କ ରକ୍ତଚାପ ମାପିବା କାମକୁ ବି ରୀତିମତ ତୁଲାଇ ଦେଉଛନ୍ତି ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ । More
  • Tanmay Kumar Mahalik
  • 1 year ago

ତେଜୁଛି ବିବାଦ; ଚେତାଇଥିଲା ଗୁଇନ୍ଦା, କାହିଁକି ଚେତିଲାନି ଗୃହ ବିଭାଗ ?

ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଘଟିପାରେ ଅଘଟଣ । ଆୟୋଜିତ ବାଇକ ଶୋଭାଯାତ୍ରାବେଳେ ଦେଖାଦେଇପାରେ ସାମ୍ପ୍ରଦାୟିକ ପରିସ୍ଥିତି । ୧୨ ତାରିଖ ରାଲି ପୂର୍ବରୁ ଏଭଳି ଠୋସ୍ ସୁରାଗ ପାଇଥିଲା ଗୁଇନ୍ଦା ବିଭାଗ । ଆଉ ୧୧ ତାରିଖରେ ହିଁ ଚିଠି ଲେଖି ସମ୍ବଲପୁର ଏସପିଙ୍କ ସହ ଗୃହ ବିଭାଗ ACS, ଆଇନ୍ ଶୃଙ୍ଖଳା ଏଡିଜି ଓ ସମ୍ବଲପୁର ରେଞ୍ଜ ଆଇଜିଙ୍କୁ ଚେତାଇ ଦେଇଥିଲା । More
  • Chandan Shishu
  • 1 year ago

ଭତ୍ତା ପାଇଁ ଦିବ୍ୟାଙ୍ଗ ସହୁଛନ୍ତି ନର୍କ ଯନ୍ତ୍ରଣା

୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି More
  • Tanmay Kumar Mahalik
  • 1 year ago

ରାଜଧାନୀରେ କୁକୁର ରଖିଥିଲେ ସାବଧାନ ! ଗଣିପାରନ୍ତି ଜରିମାନା

ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ । କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ । ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ । ବିଏମସି ଆଣିଛି ଏପରି ନୂଆ ନିୟମ । More
  • Sarbeswar
  • 1 year ago

"ଆମେ NACରେ ରହୁଛୁ, ହେଲେ ପଞ୍ଚାୟତରେ ରହିବା ପରି ମନେ ହେଉଛି"

୧୯୭୨ ମସିହାରେ ଏନ.ଏ.ସିର ମାନ୍ୟତା ପାଇଲା ବାଣପୁର । ୫୦ ବର୍ଷ ପୂରିଲା ପରେ ବି ବିଭିନ୍ନ ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତା ସହ ବିଭିନ୍ନ ସାହି ଓ ଗାଁ ଭିତରେ ଜମି ରହୁଛି ପାଣି । ଯେଉଁଥି ଲାଗି ରୋଗ ବଢିବା ସହିତ ନାନାପ୍ରକାର ସମସ୍ୟା ଭୋଗୁଛନ୍ତି ଲୋକେ More
  • Sarbeswar
  • 1 year ago

ଭାରି ପ୍ରତ୍ୟକ୍ଷ ଯାଜପୁରର ଶନିଦେବ : ଯାହା ମାଗିବ ତାହା ମିଳିବ

ଶନିଦେବଙ୍କ ପୂଜାର୍ଚ୍ଚନା ଲାଗି ପୂରା ପ୍ରସ୍ତୁତି ହେବା ସହିତ ହୋମଯଜ୍ଞ, ଭଜନ ସହ କୀର୍ତ୍ତନ ବି ହୋଇଥିଲା । ବିଶ୍ୱାସ ରହିଛି ଏଇ ମେଳାରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ସେଇଥି ଲାଗି ତ ଭକ୍ତଙ୍କର ଲାଗିଥିଲା ଗହଳି । ଖାଲି ଦିଅଁ ଦର୍ଶନ ନୁହେଁ ବରଂ ଠାକୁରଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । More
  • Tanmay Kumar Mahalik
  • 1 year ago

ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ; ORIEDLକୁ ରିପୋର୍ଟ ମାଗିଲା DMRC

ଭୁବନେଶ୍ୱରର ୬୭ଟି ଯାକ ୱାର୍ଡର ମ୍ୟାପ, ସୀମା, କେଉଁ ୱାର୍ଡରେ କେତେ ଲୋକ କାମ କରୁଛନ୍ତି, ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱରର କେଉଁ ରୁଟରେ କେତେ ସିଟି ବସ୍ ଚାଲୁଛି, କେତେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି, କେଉଁଠି କେତେ ଷ୍ଟପେଜ ଅଛି, କେଉଁ ଅଞ୍ଚଳରେ ଲୋକ ଅଧିକ ସିଟି ବସ୍ ବ୍ୟବହାର କରୁଛନ୍ତି, ଭବିଷ୍ୟତରେ ଆଉ କେଉଁଠି ମୋ ବସ୍ ଚାଲିବ, ଏସବୁର ବିସ୍ତୃତ ରିପୋର୍ଟ ମାଗିଛି DMRC । More
  • Prangyan Parimita
  • 1 year ago

କି ଦୁଃଖ ଦେଲେ ଭଗବାନ ! ପିଲା ମୁହଁ ଦେଖିବା ପୂର୍ବରୁ ଚାଲିଗଲେ ସ୍ୱାମୀସ୍ତ୍ରୀ

ଗର୍ଭବତୀ ସ୍ତ୍ରୀକୁ ଧରି ହସ୍ପିଟାଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍, ଦମ୍ପତି ମୃତ More
  • Sarbeswar
  • 1 year ago

ସାବିତ୍ରୀ ପୂର୍ବରୁ ସତ୍ୟବାନ ଫେରାର୍‌ : ଶାଶୂଘର ସାମ୍ନାରେ ବସି ନ୍ୟାୟ ମାଗୁଛି ସ୍ତ୍ରୀ

ମହିଳା ଜଣଙ୍କ ହେଉଛନ୍ତି ‌ଇଗିନେସ ବାଘୱାର । ଘର ଆସାମରେ। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ପୁଅ ସଦାନନ୍ଦ ଗୌଡ଼ଙ୍କ ସହିତ ୨୦୨୧ ମସିହାରେ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିଥିଲେ ଇଗିନେସ୍‌ More
  • Sarbeswar
  • 1 year ago

ମେଡିକାଲରେ ବେଡ୍‌ ନାହିଁ, ବେଡସିଟ୍‌ରେ ଶୋଉଛନ୍ତି ରୋଗୀ

ନାହିଁ ନାହିଁରେ ଚାଲୁଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ବେଡ୍‌ ବଦଳରେ ବେଡସିଟ୍‌ରେ ଶୋଉଛନ୍ତି ରୋଗୀ More
  • Tanmay Kumar Mahalik
  • 1 year ago

ଏତେ ନିଷ୍ଠୁର କେମିତି ଭଗବାନ ? ଏକାସଙ୍ଗେ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ବାପାଙ୍କୁ ବେଡକୁ ନେଇ ଯିବା ସମୟରେ ପୁଅ ଆର୍ତ୍ତତ୍ରାଣଙ୍କ ସ୍ୱାସ୍ଥ୍ୟ ଭଲ ଲାଗୁନି ବୋଲି ମେଡିକାଲର କିଛି କର୍ମଚାରୀଙ୍କୁ କହିଥିଲେ । ପରେ ପରେ ସେହିଠାରେ ହଠାତ୍‌ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । More
  • Sarbeswar
  • 1 year ago

ପ୍ରକୃତି ପ୍ରେମରେ ବନ୍ଧା ଦୁଇ ବନ୍ଧୁ କୈଳାସ ଓ ଗୋବିନ୍ଦ

ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗରେ କାମ କରୁଥିଲେ । ସେ ଗତ ୨୦୧୨ ମସିହାରେ ଅବସର ନେଲେ। ସେହିପରି କୈଳାସ ବାବୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରୁ ୨୦୦୬ ମସିହାରେ ଅବସର ନେଇଛନ୍ତି । ଉଭୟ ବନ୍ଧୁ ଗତ ୧୦ ବର୍ଷରୁ ଅଧିକ ସମୟ ହେବ ଗଛ ଲଗାଉଛନ୍ତି । ଚାକିରି କରିବା ସମୟରେ ମଧ୍ୟ ଉଭୟେ ଗଛ ଲଗାଉଥିଲେ ଏବଂ ଏବେ ମଧ୍ୟ ଗଛ ଲଗାଉଛନ୍ତି More
  • Prangyan Parimita
  • 1 year ago

ମାଟି ମୁଠାଏ ପଡିନି, ହେଲେ ବିଲ୍ ହୋଇଛି ୧ ଲକ୍ଷ ୩୦ ହଜାର ଟଙ୍କା

କାର୍ଯ୍ୟାଦେଶର ତଥ୍ୟ ମଧ୍ୟ ନାହିଁ । କିଛି କାମ ନକରି ଶ୍ମଶାନ କରିବା ନାଁରେ ବିଲ୍ କରିଦେଇଛନ୍ତି ସରକାରୀ ଅଧିକାରୀ More
  • Manoranjan Behera
  • 1 year ago

ନୃଶଂସ ପୁଅ !! ନିଶା ଖାଇବାକୁ ଟଙ୍କା ନଦେବାରୁ ଲୁହା ରଡ୍‌ରେ ବାପାକୁ ପିଟିପିଟି ମାରିଦେଲା

ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା। More
  • Rajalaxmi Sahoo
  • 1 year ago

ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ପୁଅକୁ ମିଳିଲା ବଡ଼ ଦାୟିତ୍ୱ

ଓଡ଼ିଆ ପୁଅକୁ ମିଳିଲା ବଡ଼ ଦାୟିତ୍ୱ। ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ମିଳିଛି। More
  • Manoranjan Behera
  • 1 year ago

World Veterinary Day 2023: ମନ ମୋହିଲା ଚିତ୍ତାକର୍ଷକ ଘୋଡା ଦୌଡ ସାଙ୍ଗକୁ ପୋଷା କୁକୁରଙ୍କ କ୍ୟାଟ୍ ୱକ୍

OUAT ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଚିତ୍ତାକର୍ଷକ ଘୋଡା ଦୌଡ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । More
  • Rajalaxmi Sahoo
  • 1 year ago

ବନ୍ଧୁକ ଦେଖାଇ ଦାଦାଗିରି କରୁଥିଲେ, ମାଡ଼ି ବସିଲା ପୋଲିସ୍‌

ବାଲିଘାଟରେ ବନ୍ଧୁକ ଦେଖାଇ ଦାଦାଗିରି ବେଳେ ମାଡ଼ି ବସିଲା ପୋଲିସ୍‌। ବନ୍ଧୁକ ଓ କାର୍‌ ଜବତ କରି ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍‌ ଅଟକ ରଖିଛି।  More
  • Rajalaxmi Sahoo
  • 1 year ago

ସମ୍ବଲପୁରରୁ ହଟିଲା କର୍ଫ୍ୟୁ, ହେଲେ କଟକଣା ରହିଲା...

ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳ ଯଥା- ଧନୁପାଲୀ ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା। More
  • Chandan Shishu
  • 1 year ago

ସାପକୁ ଧରି ମେଡିକାଲରେ ପହଞ୍ଚିଲେ ମହିଳା ରୋଗୀ

ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର More
  • Chandan Shishu
  • 1 year ago

ନକ୍ସଲଙ୍କୁ ବଟି ଦେଉଛନ୍ତି ବିଜେଡି ନେତା, ଟ୍ରକ ମାଲିକ ସଂଘର ଅଭିଯୋଗ ପରେ ତଦନ୍ତ ଦାବି କଲେ ବିରୋଧୀ

ବିଜେଡି ନେତାଙ୍କର ଯେ କେତେ ରୂପ ତାହା ଗୃହ ମନ୍ତ୍ରୀଙ୍କୁ ପଚାରିଲେ ଜଣାପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ। More
  • Chandan Shishu
  • 1 year ago

ରଂଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। More
  • Chandan Shishu
  • 1 year ago

ସଂଜୟ ଦାସବର୍ମାଙ୍କୁ ନବୀନ ନିବାସ ଡାକି ଟିକଟ୍ ଅଫର ଚର୍ଚ୍ଚା

ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା ପଡ଼ିଲେ? କିଛି ପ୍ୟାଚ୍ ଅପ୍ ପାଇଁ ଉଦ୍ୟମ ହେଉଛି କି ? କେବଳ ଦଳ ନୁହେଁ ରାଜ୍ୟ ରାଜନୀତିରେ ବି ଏସବୁ ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା। ତାର କାରଣ ବି କିଛି ରହିଛି। More
  • Prangyan Parimita
  • 1 year ago

ଖୋଲୁଛି କଟକର ଭଣ୍ଡ ମୌଲାନାର କଳା କାରନାମା : ସୁନା ଇଟା ନାଁରେ ୫ ଲକ୍ଷ ଠକେଇ

ହୀରା ବ୍ୟବସାୟ ନାଁରେ କଟକର ମହିଳାଙ୍କୁ ୧୫ ଲକ୍ଷର ଚୂନା । ଥାନାରେ ଆଉ ଦୁଇ ମାମଲା ପରେ ପୋଲିସର ତନାଘନା । More