Advertisment

PDS Distribution: ରାଜ୍ୟରୁ ହଟିପାରେ କଣ୍ଟ୍ରୋଲ ଡିଲର ବ୍ୟବସ୍ଥା; ମାଗଣାରେ ମିଳିବ କିଛି ସାମଗ୍ରୀ !

ପିଡିଏସ୍ ସାମଗ୍ରୀ ବାଟମାରଣା ରୋକିବାକୁ । ସରକାର ନିଜେ ବାଣ୍ଟିବେ ରାସନ୍ । ମାଗଣାରେ ବି ମିଳିପାରେ କିଛି ସାମଗ୍ରୀ । ରାଜ୍ୟରେ ବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ଉଦ୍ୟମ ସ୍ବରୂପ ପ୍ରତି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ପୋଷଣ କେନ୍ଦ୍ର ଖୋଲାଯିବା ଉପରେ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର।

author-image
Sujit kumar Swain
ଅଦ୍ୟତନ ହୋଇଛି
PDS Distribution

PDS Distribution

କେଉଁଠି PDS ସାମଗ୍ରୀ ବାଟମାରଣା ହେଲାଣି ତ କେଉଁଠି ମୃତ ହିତାଧିକାରୀ ନାଁରେ ଚାଉଳ ଉଠିଲାଣି। ପୂର୍ବ ସରକାରରେ PDS ସାମଗ୍ରୀର ଏଭଳି ବିବାଦୀୟ ବଣ୍ଟନ ବ୍ୟବସ୍ଥାକୁ ଷ୍ଟ୍ରିମଲାଇନ କରିବାକୁ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ନୂଆ ସରକାର। ଡିଲର ବ୍ୟବସ୍ଥା ହଟାଇ ସବୁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା ଚାଲିଛି। ତେବେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଥିବା ଏହି ବ୍ୟବସ୍ଥାରେ କଣ ଲାଭ ମିଳିବ, ଆସନ୍ତୁ ଜାଣିବା...

Advertisment

ରାଜ୍ୟରୁ ହଟିପାରେ ଡିଲର ବ୍ୟବସ୍ଥା! ପିଡିଏସ୍ ସାମଗ୍ରୀ ବାଟମାରଣା ରୋକିବାକୁ । ସରକାର ନିଜେ ବାଣ୍ଟିବେ ରାସନ୍ । ମାଗଣାରେ ବି ମିଳିପାରେ କିଛି ସାମଗ୍ରୀ । ରାଜ୍ୟରେ ବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ଉଦ୍ୟମ ସ୍ବରୂପ ପ୍ରତି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ପୋଷଣ କେନ୍ଦ୍ର ଖୋଲାଯିବା ଉପରେ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର। ଏହି ଅନୁସାରେ ରାସନ ହିତାଧିକାରୀଙ୍କୁ ଏଟିଏମ୍ ଭଳି ସ୍ୱତନ୍ତ୍ର କାର୍ଡ ଯୋଗାଇ ଦିଆଯିବ। ଏହା ଯୋଗେ ହିତାଧିକାରୀଙ୍କୁ ଚାଉଳ, ଅଟା, ଡାଲି, ଲୁଣ, ଚିନି, କିରୋସିନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ। ଏମିତି କି ଲୁଣ ସହ କିଛି ସାମଗ୍ରୀକୁ ମାଗଣା ବାଣ୍ଟିବାକୁ ମଧ୍ୟ ଯୋଜନା କରୁଛି ଯୋଗାଣ ବିଭାଗ। ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟରେ 35ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଥିବା ଏବଂ ଖୁବ୍ଶୀଘ୍ର କେନ୍ଦ୍ର ସହ ଆଲୋଚନା କରି ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମନ୍ତ୍ରୀ କହିଛନ୍ତି ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲି ସେଠି ଜଣଙ୍କୁ ନିୟୋଜିତ କରିବେ ସରକାର। ହିତାଧିକାରୀ ସିଧାସଳଖ ସେହି କେନ୍ଦ୍ରରୁ ପିଡିଏସ୍ ସାମଗ୍ରୀ ନେଇପାରିବେ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

Advertisment

ଅନେକ ସମୟରେ ଭୂତ ହିତାଧିକାରୀ ନାଁରେ ଚାଉଳ ଉଠାଇବା ଅଭିଯୋଗ ହୋଇଛି ଆସୁଛି। ନିକଟରେ କେୱାଇସି ଯାଞ୍ଚ ବେଳେ 4 ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ମଧ୍ୟ କାଟିଛନ୍ତି ସରକାର। ଏହା ସହ ପିଡ଼ିଏସ ସାମଗ୍ରୀ ବାଟ ମାରଣାରେ ଡିଲର ବ୍ୟବସ୍ଥା ମୁଖ୍ୟତଃ ଦାୟୀ ବୋଲି ମଧ୍ୟ ଅଭିଯୋଗ ହୁଏ। ତେଣୁ ଏମିତି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ହିତାଧିକାରୀ। ଅନ୍ୟପଟେ ରାଜ୍ୟରେ 12 ହଜାରରୁ ଉର୍ଦ୍ଧ୍ୱ ଡିଲର ମାନେ ଏଭଳି ନିଷ୍ପତ୍ତି କୁ ନେଇ ଦ୍ୱନ୍ଦରେ ପଡିଛନ୍ତି। ସେମାନଙ୍କର ଦାବି ଯଦି ସରକାର ପୋଷଣ କେନ୍ଦ୍ର ଖୋଲୁଛନ୍ତି ତାହେଲେ ସେଠି ସେମାନଙ୍କୁ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ। ଯଦିଓ ମନ୍ତ୍ରୀ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିବା କହିଛନ୍ତି।

ଦେଶର ଏକାଧିକ ରାଜ୍ୟରେ ପିଏମ୍ ପୋଷଣ କେନ୍ଦ୍ର ବ୍ୟବସ୍ଥା ଲାଗୁ ହୋଇ ସାରିଥିବା ବେଳେ ଓଡିଶାରେ ମୋହନ ସରକାର ଏହି ବ୍ୟବସ୍ଥା କେବେଠୁ ଲାଗୁ କରୁଛନ୍ତି ଏବଂ ଏହାକୁ କେତେ ସଫଳତାର ସହ କାର୍ଯ୍ୟକାରୀ କରାଉଛନ୍ତି, ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି, ସିଝୁଛି ପଶ୍ଚିମ ଓଡ଼ିଶା

PDS Ration PDS Beneficiaries PDS PDS Distribution
Advertisment
Advertisment