Advertisment

Odisha Politics: ନୂଆବର୍ଷରେ ୩ ଦଳର ନୂଆ ମୁଖିଆ ! ନୂଆ ନେତୃତ୍ବଙ୍କୁ ନବୀନ ବାଟ ଛାଡିବା ଚର୍ଚ୍ଚା

କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?

author-image
Sonali Ojha
ଅଦ୍ୟତନ ହୋଇଛି
undefined

Leaders

ନୂଆବର୍ଷରେ ନୂଆ ମୁଖିଆ ଦେଖିବ ରାଜ୍ୟ ବିଜେପି ଏବଂ କଂଗ୍ରେସ। ବିଜେଡିରେ ନବୀନ ସୁପ୍ରିମୋ ଥିଲେ ବି ସାମ୍ନାକୁ ଆଣିପାରନ୍ତି ନୂଆ ନେତୃତ୍ୱ। ବିଜେପିର ସାଙ୍ଗଠନିକ ପର୍ବ ଶେଷ ପର୍ଯ୍ୟାୟରେ ଥିବା ବେଳେ ଖୁବ ଶୀଘ୍ର ଘୋଷଣା ହେବ ସଭାପତିଙ୍କ ନାମ। କୁହାଯାଉଛି ନିର୍ବାଚନୀ ସଫଳତା ପାଇଁ ମନମୋହନଙ୍କୁ ପୁଣି ଥରେ ଦାୟିତ୍ୱ ମିଳିପାରେ। ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ସେପଟେ ପିସିସି ସଭାପତି ପାଇଁ କସରତ ଆରମ୍ଭ ହୋଇଥିବା ବେଳେ କାହା ଉପରେ କେନ୍ଦ୍ର ନେତୃତ୍ୱ ମୁକୁଟ ପିନ୍ଧାଉଛନ୍ତି ତାଉପରେ ନଜର। ଆଉ ପରାଜୟ ପରେ ବିଜେଡି ଏଥର କିଛି ଢାଞ୍ଚାଗତ ପରିବର୍ତ୍ତନ କରି ପୂର୍ବରୁ ସଙ୍ଗଠନ ସଂପାଦକ ଭଳି ଏକ ପଦବି କରି ଜଣେ କ୍ରାଇସିସ ମ୍ୟାନେଜରଙ୍କୁ ଦାୟିତ୍ୱ ଦେଇପାରେ।

Advertisment

କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ? ଶାସକ ଦଳ ବିଜେପିର ସାଙ୍ଗଠନିକ ପର୍ବ ଶେଷ ପର୍ଯ୍ୟାୟରେ। ବୁଥ୍ ପରେ ମଣ୍ଡଳ ସଭାପତି ଚୟନ ପ୍ରକ୍ରିୟା ଜାରି ରହିଛି। ତାପରେ ଜିଲ୍ଲା ଏବେ ପରେ ରାଜ୍ୟ ସଭାପତି ସ୍ଥିର ହେବେ। ପ୍ରଥମ ଥର ପାଇଁ ଏକାକୀ ସରକାରକୁ ଆସିଥିବାରୁ ବିଜେପି ଆଗରେ ରହିଛି ଅନେକ ଚାଲେଞ୍ଜ। ତେଣୁ ରାଜ୍ୟ ବିଜେପିର କିଏ ମଙ୍ଗ ଧରିବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

ସରକାର ଆଣିବାରେ ଏବେର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଆଗକୁ ପଞ୍ଚାୟତ, ପୌର ନିର୍ବାଚନ ରହିଛି। ତେଣୁ ସରକାର ଏବଂ ସଂଗଠନ ଭିତରେ ସମନ୍ୱୟ ରଖି ପାରୁଥିବା ବ୍ୟକ୍ତି, ସରକାରୀ ଏଜେଣ୍ଡାକୁ ଦଳୀୟ ସ୍ତରରେ ସଫଳ କରିବାର ଦକ୍ଷତା ରଖୁଥିବା ନେତାକୁ ମିଳିପାରେ ଦାୟିତ୍ୱ। କୁହାଯାଉଛି ମନମୋହନ ସାମଲଙ୍କୁ ମଧ୍ୟ ଏକ୍ସଟନସନ ଦିଆଯାଇପାରେ। ଏହାବାଦ୍ ଉପସଭାପତି ଗୋଲକ ମହାପାତ୍ର ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି।

Advertisment

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଭେଜାଲ୍; ରାଜଧାନୀରୁ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ

ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ବିଜେଡିରେ ଯଦିଓ ନବୀନ ସୁପ୍ରିମୋ ଅଛନ୍ତି, କିନ୍ତୁ ରାଜ୍ୟସ୍ତରୀୟ କମିଟି ଏ ଯାଏଁ ଦଳ ତିଆରି କରିପାରୁ ନାହିଁ। କୁହାଯାଉଛି ସୁପ୍ରିମୋ ଯଦିଓ ନବୀନ ରହିବେ ସେନାପତି ଭାବେ ଜଣେ ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯିବ। ପୂର୍ବରୁ ଯେମିତି ସାଙ୍ଗଠନିକ ସଂପାଦକ ଭାବେ ପ୍ରଣବପ୍ରକାଶ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ପରାଜୟ ପରେ ଦଳରେ ପ୍ରଣବ ପ୍ରକାଶଙ୍କୁ ନେଇ ଅସନ୍ତୋଷ ଜାରି ରହିଛି। ଯେଉଁଥି ପାଇଁ ଦେବୀପ୍ରସାଦ ମିଶ୍ରଙ୍କୁ ୧୫ ଜଣିଆ କୋର୍ଡିନେସନ କମିଟିର ଅସ୍ଥାୟୀ ଅଧ୍ୟକ୍ଷ କରି କାର୍ଯ୍ୟକ୍ରମ କରୁଛି ଦଳ।

ତେବେ ଚଳିତ ଥର ବିଜେଡି କିଛି ଢାଞ୍ଚାଗତ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ଦଳ ଭିତରେ ଥିବା କନ୍ଦଳ ଏବଂ ଅସନ୍ତୋଷକୁ ମ୍ୟାନେଜ କରିବାର ଦକ୍ଷତା ରଖୁଥିବା ଲୋକକୁ ଗୁରୁ ଦାୟିତ୍ୱ ମିଳିପାରେ। ପରାଜୟ ପରେ ବରିଷ୍ଠଙ୍କୁ ଦଳ ଗୁରୁତ୍ୱ ଦେଉଥିବାରୁ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟାସାଚୀ ଭଳି ନେତାଙ୍କୁ ଗୁରୁ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି।

ଅନ୍ୟପଟେ କଂଗ୍ରେସ ବି ନିର୍ବାଚନ ପରଠାରୁ ବିନା ମୁଖିଆରେ ଚାଲିଛି। ସଭାପତି ଚୟନ ପାଇଁ ଚରଣ ଦାସ ମହନ୍ତ ଏବଂ ମୀନାକ୍ଷୀ ନଟରାଜନଙ୍କୁ କେନ୍ଦ୍ର ଦାୟିତ୍ୱ ଦେଇଛି। ଏହା ଭିତରେ ସେମାନେ ଓଡିଶା ଆସି ନେତାଙ୍କ ସହ ମାନସମନ୍ଥନ କରିଛନ୍ତି। କିନ୍ତୁ ଏଯାଏଁ ନାଁ ସ୍ଥିର ହୋଇପାରୁନି। କୁହାଯାଉଛି ଏକ ଯୁବ ଚେହେରା ଖୋଜୁଛନ୍ତି କେନ୍ଦ୍ର ନେତୃତ୍ୱ। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନା , ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

Naveen Patnaik BJD BJP Congress
Advertisment
Advertisment