/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735816236.jpg)
Fake Cement Factory Busted by Commissionerate Police
କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ନକଲି ସିମେଣ୍ଟ କାରଖାନା । ବ୍ରାଣ୍ଡ ଅସଲି, ହେଲେ ସିମେଣ୍ଟ ନକଲି । ବଡଗଡ ଥାନା ଟଙ୍କପାଣି ରୋଡ ଅଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ ପୋଲିସ। କୋଟି କୋଟି ଟଙ୍କାର ନକଲି ସିମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ବଡଗଡ ଥାନା ଟଙ୍କପାଣି ରୋଡ ଅଞ୍ଚଳରେ ଚାଲିଥିଲା ନକଲି ସିମେଣ୍ଟ କମ୍ପାନୀ। ବ୍ରାଣ୍ଡେଡ୍ କମ୍ପାନୀ ଲୋଗୋରେ ପ୍ରସ୍ତୁତ ହେଉଥିଲା ସିମେଣ୍ଟ। ଅସଲି ବ୍ରାଣ୍ଡରେ ନକଲି ସିମେଣ୍ଟ ଭର୍ତ୍ତି କରି ବିକ୍ରି କରାଯାଉଥିଲା। ଏନେଇ ପୋଲିସକୁ ସୂଚନା ମିଳିଥିଲା।
ଏହାପରେ ଆକ୍ସନକୁ ଆସିଥିଲା କମିଶନରେଟ୍ ପୋଲିସ । ଖବର ପାଇବା ପରେ ତୁରନ୍ତ ସେହି ସ୍ଥାନରେ ଚଢାଉ କରିଥିଲା । ସିମେଣ୍ଟ ସହ ପାଉଁଶ ମିଶାଇ ଲୋକଙ୍କୁ ବିକ୍ରି କରାଯାଉଥିବା ଜଣାପଡିଛି । ପୁରୁଣା ବ୍ରାଣ୍ଡର ନାଁରେ ମାର୍କେଟରେ ଚାଲିଥିଲା ନକଲି ସିମେଣ୍ଟ ବିକ୍ରି । ଏହି ଘଟଣାରେ କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)