/odishatv-khabar/media/post_attachments/uploadimage/library/16_9/16_9_0/Pannu_1735880419.jpg)
Pannu
ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଛି ଧମକ ପୂର୍ଣ୍ଣ ଇ-ମେଲ୍ । ଭିଡିଓ ମାଧ୍ୟମରେ ଧମକ ପୂର୍ଣ୍ଣ ମେଲ୍ ମଧ୍ୟ ଦେଇଛି ପନ୍ନୁ। ଆସନ୍ତା ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଯାଉଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ସମ୍ମିଳନୀକୁ ଭଣ୍ଡୁର ପାଇଁ ଏକ ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ୍ ଆସିଛି। ବିମାନବନ୍ଦରରୁ ଜନତା ମଇଦାନ ଯାଏ ଆତଙ୍କ ଖେଳାଇବାକୁ ଧମକ ଦିଆଯାଇଛି।
ପୂର୍ବରୁ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଇମେଲ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା। ଏଥିରେ ଏକ ଅଡିଓ ମେସେଜ୍ ଆସିଥିଲା।ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ ଦେଇଥିଲା ।
ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା ବି କରିଥିଲା । ଏନେଇ ଅକ୍ଷୟ ସାହୁ ପୋଲିସ କମିଶନରଙ୍କୁ ଜଣାଇଥିଲେ। ପନ୍ନୁର ଧମକ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା। ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ପୁଣି କିଛି ଦିନର ନୀରବତା ପରେ ପୁଣି ଥରେ ଧମକ ପୂର୍ଣ୍ଣ ଇ-ମେଲ୍ ପଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)