ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର ।
ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି ଫେରିଛନ୍ତି। ଏହାର ଠିକ୍ ପରଦିନ ନବୀନଙ୍କ ଗସ୍ତକୁ ନେଇ ଏବେ ରାଜନୀତି ବି ତେଜିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନବୀବଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି।
ଆଜିଠାରୁ ଦୁଇଦିନିଆ ଗସ୍ତରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସେ ଗଞ୍ଜାମ ଚାଷୀଙ୍କୁ ଭେଟିବେ ।
ହେଲିକପଟର ଯୋଗେ ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ପଡିଆରେ ପହଞ୍ଚିବା ପରେ ଗୋଷାଣୀ ବ୍ଲକ ଗୁରାଣ୍ଡି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ବିଲ ମୁଣ୍ଡରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା ଏବଂ ଉଜୁଡ଼ା ଫସଲ ଦେଖିଲେ ମୋହନ ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ବୀମାଭୁକ୍ତ ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଲେଣି । କାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିନିଅନ୍ତୁ। କୃଷି ରକ୍ଷକ ଆପ୍ର ଟୋଲ୍ ଫ୍ରି ନଂ ୧୪୪୪୭ରେ ଆବେଦନ କରିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ।
ବିଲକୁ ବାରମ୍ବାର ଆସୁଥିଲେ, ଉଜୁଡ଼ା କ୍ଷେତକୁ ଦେଖୁଥିଲେ ହେଲେ ଧୈର୍ଯ୍ୟ ରହୁନଥିଲା ବିଚଳିତ ଲାଗୁଥିଲା-ଶେଷରେ ହୃଦଘାତରେ ଜୀବନ ଚାଲିଗଲା। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ପରେ ଏମିତି ଶୋକାକୁଳ ପରିବେଶ ତାଙ୍କ ପରିବାରରେ ।
ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ ।
ଏଇ ସମୟରେ କ୍ଷେତ କାଦୁଆ ରହିବା କଥା.. ହେଲେ ଦେଖନ୍ତୁ କେମିତି ଜମି ଫାଟି ଆଁ କରିଛି.. ସେପଟେ ବର୍ଷାକୁ ଚାତକ ପରି ଚାହିଁ ଚାହିଁ ଶେଷରେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ..ଆଷାଢ ସରିଗଲା ଶ୍ରାବଣ ଚାଲିଛି..ହେଲେ ମୌସୁମୀ ଲୁଚକାଳି ଖେଳୁଛି..ଏ ବର୍ଷ କେମିତି ହେବ ଚାଷ ! କଣ କରିବ ଅନ୍ନଦାତା !
ଜୱାଦ ପ୍ରଭାବରେ କେନ୍ଦ୍ରାପଡାରେ ପ୍ରବଳ କ୍ଷତି ହୋଇଛି । ବିଭିନ୍ନ ଚାଷ ଜମିରେ ଗଜା ହେଲାଣି ପାଚିଲା ଧାନ। ଏନେଇ ଚାଷୀଙ୍କଠାରୁ ଶୁଣନ୍ତୁ ସେମାନଙ୍କର ଅଭିଯୋଗ ।