Advertisment

Digapahandi Kangaroo Court: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ...ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ୪ ଯୁବକଙ୍କୁ ନିସ୍ତୁକ ମାଡ଼

ପୋଲିସ ପହଞ୍ଚି ଯୁବକ ମାନଙ୍କୁ ଖୁଣ୍ଟାରୁ ଫିଟାଇ ଆଣିବା ସହିତ ସେମାନଙ୍କ ଠାରୁ ନକଲି ବନ୍ଧୁକ ଜବତ କରିଥିବା ବେଳେ ଉଭୟ ପକ୍ଷର ଆପୋଷ ବୁଝାବଣ। ହୋଇଥିବା ପୋଲିସ କହିଛି ତେବେ ଗାଁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଭିଡିଓ ଏବେ ବେସ ଭାଇରଲ ହେଉଥିବା ଦେଖିବାକୁ ମିଳିଛି ।

author-image
Prasan Subudhi
ଅଦ୍ୟତନ ହୋଇଛି
ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼

ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼

ଯୁଗ ବଦଳୁଛି ଆଉ ତା’ ସହ ତାଳ ଦେଇ ଆମ ବ୍ୟବସ୍ଥା ବି ବଦଳୁଛି। ବିଶେଷ କରି ଆମ ଆଇନ ବ୍ୟବସ୍ଥାରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ବେଳେ ବେଳେ ଏମିତି ଘଟଣା ସବୁ ଘଟୁଛି, ଯାହା ଦେଖିଲେ ଆଇନ ବ୍ୟବସ୍ଥା ଉପରୁ ଯେକେହି ଲୋକର ଭରସା ତୁଟିଯିବ। ସବୁଠୁ ଉଦ୍‌ବେଗଜନକ କଥାଟି ହେଉଛି ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଦୃଷ୍ଟାନ୍ତମଳଳକ କାର୍ଯ୍ୟାନୁଷ୍ଠାନ ହେଉନାହିଁ।

Advertisment

ଏମିତି ଏକ ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ କମଳାପୁର ଗାଁରେ। ଏଠି ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ନୁହେଁ କି ଦିଜଣ ନୁହେଁ ୪ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଗାଁର କିଛି ଲୋକ ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମାଡ଼ ବେଳେ ଘଟଣାସ୍ଥଳରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ଏହାର ପ୍ରତିବାଦ ନକରି ସମସ୍ତେ ଦେଖଣାହାରୀ ସାଜିଥିଲେ। 

ଏହି ଘଟଣା ପୁଣି କୌଣସି ଲୁଚାଛପା ଜାଗାରେ ନୁହଁ, ଗାଁ ଦାଣ୍ଡରେ ଦେଖିବାକୁ ମିଳିଛି। ଦିଗପହଣ୍ଡି ଥାନା କମଳାପୁର ଗାଁର ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଏ ନେଇ ଦିଗପହଣ୍ଡି ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା କୁହାଯାଉଛି।

Advertisment

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, କଲ୍ୟାଣୀପୁର ଗ୍ରାମର ଜଣେ ଯୁବକଙ୍କ ସହିତ ନିକଟସ୍ଥ ଜକର ଗ୍ରାମର କିଛି ଯୁବକଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ସେହି ଚାରିଜଣ ଯୁବକ ହଠାତ୍ କମଳାପୁର ଗ୍ରାମରେ ପହଞ୍ଚି ସଂପୃକ୍ତ ଯୁବକଙ୍କ ସହିତ ଗଣ୍ଡଗୋଳ କରିଥିଲେ । ଗଣ୍ଡଗୋଳ ବାବଦରେ ଗ୍ରାମବାସୀ ଖବର ପାଇ ଚାରିଜଣ ଯୁବକଙ୍କ ସାର୍ଟ ଓହ୍ଲାଇ ଗାଁର ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ପରେ ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ପହଞ୍ଚି ଯୁବକମାନଙ୍କୁ ଖୁଣ୍ଟରୁ ଫିଟାଇ ଆଣିବା ସହିତ ସେମାନଙ୍କ ଠାରୁ ନକଲି ବନ୍ଧୁକ ଜବତ କରିଥିବା ଜଣାପଡ଼ିଛି। ତେବେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ପୋଲିସ କହିଛି। ତେବେ ଗାଁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଭିଡିଓ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

Kangaroo Court Odisha Kangaroo Court Ganjam Culprits
Advertisment
Advertisment