• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

 

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା । କାରାବରଣ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍‌ ପୂର୍ବରୁ ୧୦ ହଜାର ଟଙ୍କା ଥିବା ବେଳେ ଏହାକୁ ଦୁଇଗୁଣା କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଭତ୍ତା ବାବଦକୁ ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୨୦ ହଜାର ଟଙ୍କା କରି ଦିଆଯାଇଛି । ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର

କାରାବରଣ କରି ନଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍‌କୁ ୯ ହଜାର ଟଙ୍କାରୁ ବଢାଇ ୧୫ ହଜାର ଟଙ୍କା କରିଛନ୍ତି ରାଜ୍ୟ ସରକାର । କେବଳ ସେତିକି ନୁହେଁ, ଜାତୀୟ ପେନସନ୍‌ଧାରୀ ସଂଗ୍ରାମୀଙ୍କ ଭତ୍ତାକୁ ୮ ହଜାର ଟଙ୍କାରୁ ବଢାଇ ୧୦ ହଜାର ଟଙ୍କା କରିଛନ୍ତି ସରକାର । ଏନେଇ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସଂଗ୍ରାମକୁ ମହତାବଙ୍କ ନେତୃତ୍ୱ ଦିଶା ଦେଖାଉଥିଲା । କିନ୍ତୁ ମହତାବଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ କଣ ଥିଲା, କେତେ ଲୋକ ଜାଣିଛନ୍ତି ? ବୀର ବାଘା ଯତୀନ, ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବାଜି ରାଉତଙ୍କୁ କେତେ ଜଣ ଆଜି ମନେ ରଖିଛନ୍ତି ? ରକ୍ତ ତୀର୍ଥ ଇରମ ବାବଦରେ କେତେ ଲୋକ ଜାଣିଛନ୍ତି ? ସେମାନଙ୍କୁ ଆଜି ମନେ ପକାଇବାର ସମୟ ଆସିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ଅଛି ।

ଅଧିକ ପଢ଼ନ୍ତୁ: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା

କଲେଜ ଓ ସ୍କୁଲ ବହିରେ ସେମାନଙ୍କୁ ସ୍ଵତନ୍ତ୍ର ସ୍ଥାନ ଦିଆଯାଇନାହିଁ । କେବଳ ଗୋଟିଏ ଦୁଇଟି ପୃଷ୍ଠାରେ ସୀମିତ ରଖାଯାଇଛି । ଐତିହାସିକମାନେ କିଛି ଲୋକଙ୍କୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କୁ ଗୌଣ କରିଦେଇଛନ୍ତି। ସବୁ ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏକଥାକୁ ସରକାର ବିଚାର କରୁଛନ୍ତି। ପୂଜ୍ୟ ପୁଜାଙ୍କୁ ସମ୍ମାନ ଦେବା ସହ ସ୍ମୃତି ଚାରଣ କରିବାରେ ସରକାର ପଛଘୁଞ୍ଚା ଦେବେ ନାହିଁ । ସେହିଭଳି ଆସନ୍ତା ଜାନୁଆରୀ ୫ ତାରିଖ ଦିନ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରିବେ ସରକାର ।

ଅଧିକ ପଢ଼ନ୍ତୁ: ଆଖିଏମିତି ଏକ ଗାଁ, ଯେଉଁଠି ୩୮ ବର୍ଷ ଧରି ପାଳନ ହେଉନି ନୂଆବର୍ଷ

OTV is now on Whatsapp

Join and get latest news update delivered to you via whatsapp

Join Now