ନୂଆ ବର୍ଷ ଆସିଛି । ଆପଣ ବି ଚାହୁଁଛନ୍ତି, ଜୀବନରେ କିଛି କରିବା ପାଇଁ । କିଛି ନୂଆ କରି ଜୀବନକୁ ଅଧିକ ସୁନ୍ଦର ଓ ମଧୁମୟ କରିବା ପାଇଁ । କିନ୍ତୁ ଆପଣ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି । ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି । ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ । ମାନନ୍ତୁ, ଚାଣକ୍ୟଙ୍କ ଏହି ୫ଟି କଥା ।
୧- ଅପାତ୍ରରେ ଦାନ କରନ୍ତୁ ନାହିଁ :
Also Read
୨- ଲକ୍ଷ୍ୟ ସ୍ଥିର କରନ୍ତୁ:
ଯଦି ଆପଣ ନିଜର ଲକ୍ଷ୍ୟ ସ୍ଥିର କରିନାହାନ୍ତି, ତେବେ ଆପଣ ଜିତିପାରିବେ ନାହିଁ । ଲକ୍ଷ୍ୟ ସ୍ଥିର କଲେ ହିଁ ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ । କିଛି କାମ କରିବା ପୂର୍ବରୁ ନିଜକୁ ୩ଟି ପ୍ରଶ୍ନ ପଚାରନ୍ତୁ । ମୁଁ କାହିଁକି ଏ କାମ କରୁଛି ? ଏହି କାମ କଲେ ପରିଣାମ କ’ଣ ହେବ ? ମୁଁ ସଫଳ ହୋଇପାରିବି କି ? ଏହା ଉପରେ ଗଭୀର ଭାବେ ଅନୁଶୀଳନ କରନ୍ତୁ । ଯଦି ସନ୍ତୋଷଜନକ ଉତ୍ତର ପାଉଛନ୍ତି, ତେବେ ଆଗକୁ ବଢନ୍ତୁ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କାମ କରିଚାଲନ୍ତୁ ।
୩- ପୁଞ୍ଜି ବିନିଯୋଗ :
ନିଜର ସାଧ୍ୟମତେ ସବୁବେଳେ କିଛି ନା କିଛି ପୁଞ୍ଜି ବିନିଯୋଗ କରନ୍ତୁ । ଉତ୍ଥାନ ପତନ ରହିଛି । କିନ୍ତୁ କେତେବେଳେ ସୁଧାରକୁ ଭୟ କରନ୍ତୁ ନାହିଁ । ଅର୍ଥ ସଞ୍ଚୟ କରି ବିନିଯୋଗ କରିଚାଲ । ବିଫଳତାକୁ ଭୟ କରନାହିଁ । ବିଫଳତା ଆସିଲେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ । ଯେଉଁ ଲୋକମାନେ ନିଷ୍ଠାପର ଭାବେ କାମ କରିଚାଲନ୍ତି, ସେମାନେ ହିଁ ପ୍ରକୃତରେ ଖୁସି । ସେମାନଙ୍କ ଠାରୁ କେହି ଅଧିକ ଖୁସି ନୁହଁନ୍ତି ।
୪- ଅତି ଲେମ୍ୱୁ ଚିପୁଡିଲେ ପିତା :
ଚାଣକ୍ୟଙ୍କ ମତରେ ଅତି ଲେମ୍ବୁ ସବୁବେଳେ ଅଧିକ ବିପଦ ସୃଷ୍ଟି କରିଥାଏ । ଅତି ଗର୍ବେ ହତ ଲଙ୍କା । ଅଧିକ ସୌନ୍ଦର୍ଯ୍ୟ କାରଣରୁ ସୀତାଙ୍କୁ ଅପହରଣ କରାଯାଇଥିଲା । ଅଧିକ ଅହଙ୍କାର ପାଇଁ ରାବଣ ମରିଥିଲା । ଅଧିକ ଦାନୀ ହୋଇ ରାଜା ବଳୀ ପାତାଳକୁ ଯାଇଥିଲେ । କେହି କେହି କୁହନ୍ତି କୌଣସି ଜିନିଷ ଅଧିକ ହେଲେ କିଛି ଖରାପ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଆଚାର୍ଯ୍ୟ ଚାଣକ୍ୟଙ୍କ ମତ ଭିନ୍ନ । ତାଙ୍କର ମତ ପୂରା ସ୍ପଷ୍ଟ, କୌଣସି ବି ଜିନିଷ ଅଧିକ ହେଲେ ଆଦୌ ଭଲ ନୁହେଁ ।
ଅଧିକ ପଢନ୍ତୁ: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା
୫- ଅନ୍ୟମାନଙ୍କ ଭୁଲରୁ ଶିଖ :
ଯଦି ଆପଣ ଭାବୁଥାଆନ୍ତି ନିଜେ କରୁଥିବା ଭୁଲରୁ ଶିଖୁଛନ୍ତି, ତାହା ହେଲେ ଆପଣ ଭୁଲ୍ ରାସ୍ତାରେ ଅଛନ୍ତି ବୋଲି କୁହନ୍ତି ଆଚାର୍ଯ୍ୟ ଚାଣକ୍ୟ । ଆପଣଙ୍କ ଜୀବନ ସାରା କେବଳ ଆପଣ ଭୁଲରୁ ଶିଖୁଥିବେ । ଯଦି ଜୀବନରେ ଆଗକୁ ବଢିବାକୁ ଚାହୁଁଥାଆନ୍ତି, ତେବେ ଅନ୍ୟର ଭୁଲରୁ ଶିଖନ୍ତୁ । ନିଜକୁ ସଜାଡିବାକୁ ଚେଷ୍ଟା କରନ୍ତୁ । ଯଦି ଜଣେ କିଛି ଭୁଲ୍ କରି କ୍ଷତିଗ୍ରସ୍ତ ହୋଇଛି, ଆପଣ ବି ସେ ଭୁଲ୍ କରନ୍ତୁ ନାହିଁ । ଆପଣ ଯଦି ‘ମୋର କିଛି ହୋଇନାହିଁ’ ଭାବି ସେଇ କାମ କରିବେ, ଆପଣ ବି କ୍ଷତିଗ୍ରସ୍ତ ହୋଇପାରନ୍ତି । ତେଣୁ ନିଜକୁ ସୁଧାରିନେବା ଭଲ ।
ଚାଣକ୍ୟଙ୍କ ଏହି ଉପଦେଶଗୁଡିକୁ ମାନିଲେ, କେବଳ ଏ ବର୍ଷ ନୁହେଁ ଜୀବନରେ ଆପଣ ସଫଳତା ହିଁ ପାଉଥିବେ ।