Advertisment

Political Challenge for 2025: ବିଜେଡି ପୋଷ୍ଟମର୍ଟମରେ ସାମିଲ ହେଉଛନ୍ତି ନୂଆ ନୂଆ ନେତା, କେବେ ବାହାରିବ ଅସଲ ନିର୍ଯ୍ୟାସ

୨୦୨୪ ମସିହାରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଯେଉଁ ଦୁଇଟି ବଡ ଘଟଣା ଘଟିଥିଲା ତାହା ହେଲା ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏବଂ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ବା ବିଜେଡି ସରକାରର ପତନ ଘଟିବା । ବିଜେଡିର ଏହି ପତନକୁ ଏକ ଭୂମିକମ୍ପ ସହିତ ତୂଳନା କରାଯାଉଛି । ଯେଉଁ ବିଜେଡି ଦିନେ ନିଜକୁ ଅପରାଜେୟ ବୋଲି ଦାବି କରୁଥିଲା ଏବଂ ନବୀନ ପଟ୍ଟନାୟକ ବଂଚିଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହୁଥିଲା, ତାହାର ଏଭଳି ପତନ ହେବ ବୋଲି ବହୁ କମ୍ ସମୀକ୍ଷକ କଳ୍ପନା କରିଥିଲେ ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ସରୁନି ବିଜେଡି ପରାଜୟର ପୋଷ୍ଟମର୍ଟମ

ସରୁନି ବିଜେଡି ପରାଜୟର ପୋଷ୍ଟମର୍ଟମ

ବିଦାୟ ନେଇଛି ବର୍ଷ ୨୦୨୪ । ଆସିଛି ନୂଆବର୍ଷ ୨୦୨୫ । ଏହି ବର୍ଷ ଉଭୟ ଦେଶ ଓ ଆମ ରାଜ୍ୟ ଓଡ଼ିଶା ପାଇଁ ଅନେକ ଆଶା ଓ ସମ୍ଭାବନାର ବର୍ଷ ହେବ ବୋଲି କୁହାଯାଉଛି । ଉଭୟ ରାଜନୀତି ଓ ଅର୍ଥନୀତି ଚଳିତ ବର୍ଷ ବେଶ୍ ଘଟଣା ବହୁଳ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ଓ ଅର୍ଥନୀତି ବିଷାରଦମାନେ ପୂର୍ବାଭାଷ କରିଛନ୍ତି । ଚଳିତ ବର୍ଷ ଦିଲ୍ଲୀ ଓ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦିଲ୍ଲୀରେ ବ୍ରାଣ୍ଡ ନରେନ୍ଦ୍ର ମୋଦି ଓ ବ୍ରାଣ୍ଡ ଅରବିନ୍ଦ କେଜ୍ରିୱାଲ ମଧ୍ୟରେ ଲଢାଇ ହେବାକୁ ଥିବା ବେଳେ ବିହାରରେ ବ୍ରାଣ୍ଡ ନିତିଶ କୁମାର ଓ ବ୍ରାଣ୍ଡ ତେଜସ୍ୱୀ ଯାଦବ ମଧ୍ୟରେ ଲଢେଇ ହେବ । ବିହାର ଓ ଦିଲ୍ଲୀ ବିଧାନସଭାର ଫଳାଫଳ ଦେଶର ରାଜନୀତିକୁ କିଛି ମାତ୍ରାରେ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

Advertisment

ଏହାଛଡ଼ା ଏହା ଆଗାମୀ ୨୦୨୯ ସାଧାରଣ ନିର୍ବାଚନକୁ ମଧ୍ୟ ବେଶ୍ ପ୍ରଭାବିତ କରିବ ବୋଲି କଳ୍ପନା କରାଯାଉଛି । ଦିଲ୍ଲୀରେ ଦୀର୍ଘ ଅଢେଇ ଦଶନ୍ଧି ଧରି ଭାରତୀୟ ଜନତା ପାର୍ଟି କ୍ଷମତା ବାହାରେ ରହିଛି । ଅନେକ ଚେଷ୍ଟା ପରେ ମଧ୍ୟ ଏହି ଦଳ କ୍ଷମତାକୁ ଆସି ପାରୁନାହିଁ । ସେହିପରି ବିହାରରେ ନିତିଶ୍ କୁମାର ମଧ୍ୟ କୌଣସି ନା କୌଣସି ପ୍ରକାରରେ କମ୍ ସିଟ୍ ପାଇଲେ ମଧ୍ୟ କ୍ଷମତାର ମ୍ୟୁଜିକ୍ ଚେୟାର ଖେଳରେ ସର୍ବଦା ବାଜିମାତ୍ କରୁଛନ୍ତି । ୨୦୨୪ ମସିହାରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଯେଉଁ ଦୁଇଟି ବଡ ଘଟଣା ଘଟିଥିଲା ତାହା ହେଲା ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏବଂ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ବା ବିଜେଡି ସରକାରର ପତନ ଘଟିବା ।

ବିଜେଡିର ଏହି ପତନକୁ ଏକ ଭୂମିକମ୍ପ ସହିତ ତୂଳନା କରାଯାଉଛି । ଯେଉଁ ବିଜେଡି ଦିନେ ନିଜକୁ ଅପରାଜେୟ ବୋଲି ଦାବି କରୁଥିଲା ଏବଂ ନବୀନ ପଟ୍ଟନାୟକ ବଂଚିଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହୁଥିଲା, ତାହାର ଏଭଳି ପତନ ହେବ ବୋଲି ବହୁ କମ୍ ସମୀକ୍ଷକ କଳ୍ପନା କରିଥିଲେ ।ଏହା ମଧ୍ୟରେ ବିଧାସଭା ନିର୍ବାଚନ ଶେଷ ହେବା ଛଅମାସ ବିତି ସାରିଥିଲେ ମଧ୍ୟ ବିଜେଡି ହାରିବାର କାରଣର ପୋଷ୍ଟମର୍ଟମ ଜାରି ରହିଛି । ନିର୍ବାଚନ ପରେ ପରେ କିଛି ସମୀକ୍ଷକ ନବୀନଙ୍କ ଏକାନ୍ତ ଅନୁଗତ ଭୈରବ କାର୍ତିକେୟନ ପାଣ୍ଡିୟାନଙ୍କୁ ଦାୟୀ କରିଥିବା ବେଳେ ଅଳ୍ପ କିଛି ସମୀକ୍ଷକ ନବୀନ ସିଧାସଳଖ ଦାୟୀ ବୋଲି କହିଥିଲେ । ବିଜେଡିର କିଛି ନେତା ପାଣ୍ଡିୟାନ ଦାୟୀ ବୋଲି କହୁଥିବା ବେଳେ ଜଣେ ଅଧେ ନବୀନଙ୍କୁ ସିଧାସଳଖ ଭାବେ ଦାୟୀ ନକଲେ ମଧ୍ୟ ସେ ନିର୍ବାଚନ ସମୟରେ ନବୁଲିବା ଦଳ ପାଇଁ କାଳ ହେଲା ବୋଲି କହି ପରୋକ୍ଷରେ ତାଙ୍କୁ ଦାୟୀ କରିଥିଲେ ।

Advertisment

ବିଜେଡି ପରାଜୟ କାରଣ ପୋଷ୍ଟମର୍ଟମ କାର୍ଯକ୍ରମରେ ଏବେ ଏଣ୍ଟ୍ରି ମାରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ । ବିଜେଡି ବିଜୟ ଲାଗି ନବୀନଙ୍କୁ ଶ୍ରେୟ ଦିଆଯାଉଥିବା ବେଳେ ପରାଜୟ ପାଇଁ ପାଣ୍ଡିୟାନଙ୍କୁ ଦାୟୀ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ତଥାଗତ ବିଜେଡିରୁ ଚାରିଚାରି ଥର ସାଂସଦ ହୋଇଛନ୍ତି । ବିଜେଡି ଦଳ ତିଆରି ବେଳେ ତାଙ୍କର କିଛି ଭୂମିକା ମଧ୍ୟ ଥିଲା । ହେଲେ ନବୀନ ଯେତେବେଳେ ଜଣଙ୍କ ପରେ ଜଣେ ବିଜେଡିର ବରିଷ୍ଠ ନେତାଙ୍କୁ ଦଳରୁ ବିତାଡିତ କରି ଦଳ ପାଇଁ ନିଜ ପାଇଁ ଗାତ ଖୋଳୁଥିଲେ, ସେତେବେଳେ ସେ ଅତ୍ୟନ୍ତ ରହସ୍ୟଜନକ ଭାବରେ ନୀରବ ରହୁଥିଲେ । ସ୍ଥଳବିଶେଷରେ ସେ ନବୀନଙ୍କ ଅନେକ କାର୍ଯ୍ୟକୁ ସମର୍ଥନ କରିବା ଦେଖାଯାଇଥିଲା ।

ତଥାଗତ ବିଜେଡି ପଲିଟିକ୍ସରେ ମଝିରେ କିଛି ଦିନ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାମାନଙ୍କ ସହିତ ଖାପ ଖୁଆଇ ପାରିନଥିଲେ । ସେଥିପାଇଁ ନିଜକୁ ଦଳରୁ କିଛି ଦିନ ଦୂରେଇ ନେଇଥିଲେ ବୋଲି ଆଲୋଚନା ହୁଏ । ପ୍ରଥମ ଦଫାରେ କିଛି ଦିନ ପାଇଁ ଦୂରେଇ ଯାଇ ପୁଣି ଥରେ ଦଳକୁ ଫେରିଥିଲେ । ହେଲେ ଅଳ୍ପ କିଛି ବର୍ଷ ପୂର୍ବରୁ ଦଳ ଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିଲେ । ତଥାଗତ ଏବେ ଯେଉଁ କଥା କହୁଛନ୍ତି, ସେତେବେଳେ ନିଜର ବ୍ୟବସାୟିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ଓ ସମ୍ଭାଳିବା ଲାଗି ପାଟି ଚୁପ୍ ରଖିଥିଲେ ବୋଲି ଚର୍ଚ୍ଚା ଆଲୋଚନା ହୁଏ ।
ଏକ ଶବ ସତେଜ୍ ଥିଲାବେଳେ ତାହାର ପୋଷ୍ଟମର୍ଟମ ରିପୋର୍ଟ ଯେତିକି ସଠିକ୍ ହୋଇଥାଏ, ପଚିସଢି ଯାଇଥିବା ଶବକୁ ପୋଷ୍ଟମର୍ଟମ କଲେ ମୃତ୍ୟୁର କାରଣ ସେତିକି ସଠିକ୍ ବା ନିର୍ଭୂଲ୍ ହୋଇନପାରେ ବୋଲି ଚିିକିତ୍ସା ବିଜ୍ଞାନୀମାନେ ମତ ଦେଇଥାନ୍ତି ।

କେବଳ ତଥାଗତ କାହିଁକି ବିଜେଡିର ବହୁ ପୁରୁଖା ନେତା ଯଥା ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ପାଟ୍ଟଶାଣୀ,ସୂର୍ଯ୍ୟ ପାତ୍ର, ଅମର ଶତପଥୀ ପ୍ରଭୃତି ନବୀନଙ୍କ ଶାସନ କାଳଖଣ୍ଡରେ ଘଟୁଥିବା ଅନେକ ଅନୀତି ଓ ଦୂର୍ନୀତି ସମୟରେ ଚୁପ୍ ରହିଥିଲେ । ଏପରିକି ବର୍ତମାନ ବିଜେପିରେ ସାମିଲ ଥିବା ଭର୍ତୃହରି ମହତାବ ବିଜେଡିରେ ଢେର ଦିନ ଧରି ଅବହେଳାର ଶୀକାର ହୋଇଥିଲେ ମଧ୍ୟ ବହୁବର୍ଷ ନୀରବ ରହିଥିଲେ ।

ଡିସେମ୍ବର ୨୦ ତାରିଖ ଦିନ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଭାବରେ ଚାଷ ଓ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏ ନେଇ ମୋହନ ମାଝି ସରକାର ତୁରନ୍ତ ସଜାଗ ହୋଇ କ୍ଷୟକ୍ଷତି ଆକଳନରେ ଲାଗି ପଡିଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲି କ୍ଷୟକ୍ଷତି ବୁଲି ଦେଖିବା ସହିତ ଚାଷୀମାନଙ୍କ ସହିତ କଥାବାର୍ତା ହୋଇ ସେମାନଙ୍କ ବ୍ୟଥା ଶୁଣିବା ସହିତ ଉପଯୁକ୍ତ କ୍ଷତିପୂରଣର ଆଶ୍ୱାସନା ଦେଇଥିଲେ । ମୋହନ ମାଝିଙ୍କ ଗସ୍ତ ପରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ବୁଝିବା ପାଇଁ ଚେଷ୍ଟା କରିଥିଲେ । ବିଭିନ୍ନ ମହଲରେ ଆଲୋଚନା ହେଲା ଯେ ନବୀନ ମୁଖ୍ୟମନ୍ତ୍ରୀ କାଳରେ ଯଦି ଆକାଶରେ ନଉଡି ଏମିତି ହିଡମୁଣ୍ଡକୁ ଯାଇ ଚାଷୀ ଓ ଚାଷ କଥା ବୁଝିଥାନ୍ତେ, ତେବେ ତାଙ୍କୁ ଆଜିର ଦୁର୍ଦ୍ଦଶା ଭୋଗିବାକୁ ପଡିନଥାନ୍ତା ।

କେଉଁ ନେତା କେଉଁ ସମୟରେ କେଉଁଠାକୁ ଯିବେ ତାହା ତାଙ୍କର ବିଚାର ଓ ବିବେକ ଉପରେ ନିର୍ଭର କରେ । ହେଲେ ଜଣେ ନେତା ଜାଣିବା ଦରକାର ଯେ ରାଜନୀତିକୁ ଥରେ ଓହ୍ଲାଇଲେ ସେମାନଙ୍କର ବିଚାର ଓ ବିବେକ ସାର୍ବଜନୀନ ଆଲୋଚନା ଓ ସମାଲୋଚନାର ପରିସରକୁ ଆସିଯାଏ ଥାଏ । ନେତାମାନେ କେତେବେଳେ କେଉଁ କାର୍ଯ୍ୟ କଲେ ବା କିପରି କଲେ ସୋମାନଙ୍କ କାର୍ଯ୍ୟ କେତେ ପ୍ରଭାବୀ ତାହା ସେମାନେ ତାହାର ମୂଲ୍ୟାଙ୍କନ କରିଥାନ୍ତି । ଅତଏବ୍ ନବୀନଙ୍କ ଲେଟ୍ ଆୱେକେନିଂ ବା ଡେରିରେ ବୁଦ୍ଧି ପ୍ରବେଶକୁ ରାଜନୈତିକ ମହଲରେ ଭିନ୍ନଭିନ୍ନ ଭାବରେ ବିଶ୍ଲେଷଣ କରାଯାଉଛି ।

ବିଜେଡି ଶାସନ ସମୟରେ ଯଦି କେଉଁ କ୍ଷେତ୍ରକୁ ସବୁଠାରୁ ଅଧିକ ଉପେକ୍ଷା କରାଯାଇଥିଲା, ତେବେ ତାହା ହେଲା କୃଷିକ୍ଷେତ୍ର । ୨୪ ବର୍ଷ ଶାସନ କାଳରେ ରାଜ୍ୟର ପ୍ରତି ବ୍ଲକକୁ ପ୍ରତିଶ୍ରୁତି ମୁତାବକ ୩୫ ପ୍ରତିଶତ ଜଳସେଚନର ସୁବିଧା ପ୍ରଦାନ କରାଯାଇପାରିଲା ନାହିଁ । ରାଜ୍ୟରେ ଆଳୁ ଓ ପିଆଜ ମିଶନ ଫେଲ ହେଲା । ଶୀତଳ ଭଣ୍ଡାରଗୁଡିକର ସଂଖ୍ୟା ବଢିବା ପରିବର୍ତ୍ତେ କମିବାରେ ଲାଗିଲା । ପଳତଃ ଗୋଟିଏ ଚାଷୀ ପରିବାରର ମାସିକ ଆୟ ମାତ୍ର ୫ହଜାର ୧୧୨ଟଙ୍କାରରେ ସୀମିତ ରହିଲା ।

ଚାଷୀଙ୍କୁ ଉପଯୁକ୍ତ ମାର୍ଗରେ ନେବା ପରିବେର୍ତ୍ତେ କାଳିଆ ଓ ବଳିଆ ଭଳି ସାମୟିକ ଚକ୍‌ମା ଦେବା ଭଳି ଯୋଜନା ପ୍ରଣୟନ କରି ସେମାନଙ୍କ ଭୋଟ୍ ହଡପ କରିବାର ଏକ ବିକଳ୍ପ ଉଦ୍ୟମ କରାଗଲା । ପଡୋଶୀ ଛତିଶଗଡ଼ ରାଜ୍ୟରେ ଚାଷୀମାନେ କ୍ୱିଣ୍ଟାଲ ପିଛା ଧାନ ୩୧ଶହ ଟଙ୍କାରେ ବିକ୍ରି କଲାବେଳେ ଓଡ଼ିଶାରେ ଚାଷୀମାନେ ଶାଗମୁଗ ଦରରେ ଧାନ ଦଲାଲ୍‌ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଲେ । ଏବେ ସରକାରକୁ ଆସିବା ପରେ ମୋହନ ମାଝି ସରକାର ୩୧ଶହ ଟଙ୍କା ଦେବା ଆରମ୍ଭ କରିଛନ୍ତି ।

ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନାମ ଲେଖିବାକୁ ହେଲେ ସଠିକ୍ ତଥା ନିର୍ଭୂଲ ଭାବରେ ନିଜର କାର୍ଯ୍ୟ ସମ୍ପାଦିତ କରିବା ପାଇଁ ପଡିବ । ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମକୁ ଚପାଇ ଦେଲେ ସତ୍ୟ କେବେ ଲୁଚି ରହିପାରିବ ନାହିଁ । ସେହି ଗଣମାଧ୍ୟମର ମୁଣ୍ଡିଆଳ ବୋଲି ନିଜକୁ ଦାବି କରୁଥିବା ଲୋକମାନେ ବିଜ୍ଞାପନ ଲୋଭରେ ଠିକଣା ସମୟରେ ଠିକ୍ କଥା ନକହିଲେ ଇତିହାସ ବି ସେମାନଙ୍କୁ ଠିକ୍ ଭାବେ ଚିତ୍ରିତ କରିବ ନାହିଁ । ଧୃତରାଷ୍ଟ୍ର ଚରିତ୍ୱମାନେ କେବେ ଇତିହାସ ପୃଷ୍ଠାରେ କ୍ଷମା ଓ ଦୟା ଅଶା କରିବା ଠିକ୍ ନୁହେଁ ।

Odisha Naveen Patnaik BJD Political Issues Defeat Postmortem
Advertisment
Advertisment