Advertisment

Potato Price: ଆଳୁ ଦର ବୃଦ୍ଧି ପଛରେ ମମତା ! ଖୁଚୁରା ବଜାରରେ ‌ଆଳୁ କେଜି ୪୦ ପାର୍

କେବଳ ଚେନ୍ନାଇକୁ ଛାଡିଦେଲେ ଓଡିଶା ତୁଳନାରେ ଅନ୍ୟ ରାଜ୍ୟର ଆଳୁ ଦର କମ ରହିଛି। ଉତ୍ତରପ୍ରଦେଶରେ ଆଳୁ କେଜି ୧୭ ରୁ ୨୦ ଟଙ୍କାରେ ମିଳୁଥିବା ବେଳେ, ମହାରାଷ୍ଟ୍ରରେ ଆଳୁ କେଜି ୧୯ ଟଙ୍କାରୁ ୨୫ ଟଙ୍କା, କେରଳରେ କେଜି ପିଛା ୩୦ ଟଙ୍କାରୁ ୩୫ ଟଙ୍କା, ତାମିଲନାଡୁରେ ୩୫ ଟଙ୍କା ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
 Potato Prices Still High

Potato Prices Still High

ଆଳୁ ଏବେ ଅମୁଲମୂଲ। ଦର କମିବାର ନାଁ ନେଉନି। ସବୁଠୁ ଦରକାରୀ ପରିବାର ଦର ଆକାଶଛୁଆଁ। ଦୋକାନୀ ମନ ଇଚ୍ଛା ଦର କଷୁଛନ୍ତି। ଯାହା ମନକୁ ଆସିଲା ଦର କହୁଛନ୍ତି। ଖୁଚୁରା ବଜାରରେ କିଲୋ ପିଛା ୪୦ ଟଙ୍କାରୁ ୪୫ ଟଙ୍କାରେ ବିକ୍ରି ହେଉଛି ଆଳୁ। ଏବେ ବି ପଶ୍ଚିମବଙ୍ଗରୁ ଆଳୁ ଆସୁନି। ଉତ୍ତରପ୍ରଦେଶରୁ ଆସୁଥିବା ଆଳୁରେ ଅଧିକ ଖରାପ ଆଳୁ ଥିବା କହୁଛନ୍ତି ଦୋକାନୀ। ତେବେ ଏସବୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରାଯାଉଛି।

Advertisment

ପଶ୍ଚିମବଙ୍ଗରୁ ଆଳୁ ଆସୁନି। ଯଦି ଆସୁଛି ଚୋରାରେ। ଉତ୍ତରପ୍ରଦେଶରୁ ଆସିଥିବା ଆଳୁ ସରିବାକୁ ବସିଲାଣି। ସେଥିରେ ଅଧିକାଂଶ ଆଳୁ ପଚା ବାହାରୁଛି। ଯାହାକୁ ନେଇ ଖୁଚୁରା ବ୍ୟବସାୟୀ ବି ଖୁସି ନାହାନ୍ତି। ବାଧ୍ୟହୋଇ ହୋଲ୍ ସେଲ ବଜାରରୁ କେଜି ପିଛା ୩୦ ଟଙ୍କାରେ କିଣି ୪୦ ରୁ ୪୫ ଟଙ୍କା ଅଧିକରେ ବିକୁଛନ୍ତି ବୋଲି ଛତ୍ରବଜାର ବ୍ୟବସାୟୀ ମହାସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ନୁଆ ଆଳୁ ବଜାରକୁ ଆସିବାକୁ ଆହୁରି ୧୫ ଦିନ ସମୟ ଲାଗିବ। ଜାନୁଆରୀ ୧୫ ବେଳକୁ ଓଡିଶାକୁ ନୁଆ ଆଳୁ ଆସିଲେ ଦର କମିବା ନେଇ ଆଶା ରଖିଛି ମହାସଂଘ।

କେବଳ ଚେନ୍ନାଇକୁ ଛାଡିଦେଲେ ଓଡିଶା ତୁଳନାରେ ଅନ୍ୟ ରାଜ୍ୟର ଆଳୁ ଦର କମ ରହିଛି। ଉତ୍ତରପ୍ରଦେଶରେ ଆଳୁ କେଜି ୧୭ ରୁ ୨୦ ଟଙ୍କାରେ ମିଳୁଥିବା ବେଳେ, ମହାରାଷ୍ଟ୍ରରେ ଆଳୁ କେଜି ୧୯ ଟଙ୍କାରୁ ୨୫ ଟଙ୍କା, କେରଳରେ କେଜି ପିଛା ୩୦ ଟଙ୍କା ୩୫ ଟଙ୍କା, ତାମିଲନାଡୁରେ ୩୫ ଟଙ୍କା ରହିଛି। ଦିଲ୍ଲୀରେ ଆଳୁ କେଜି ୩୦ ଟଙ୍କା ରହିଛି। ପଞ୍ଜାବରେ ସବୁଠୁ କମ ଦର ଅର୍ଥାତ କେଜି ପିଛା ୯ ଟଙ୍କାରୁ ୧୬ ଟଙ୍କା ଭିତରେ ବିକ୍ରି ହେଉଛି। ରାଜ୍ୟ ସରକାର ୟୁପି ଓ ପଞ୍ଜାବରୁ ଆଳୁ ମଗାଇ ଚାହିଦା ମେଣ୍ଟାଉଛନ୍ତି। ଏପରି ସ୍ଥଳେ ଓଡିଶାରେ କାହିଁକି ଦର କେଜି ପିଛା ୪୦ ଟଙ୍କା ରୁ ଖସୁନି ସାଧାରଣରେ ପ୍ରଶ୍ନ ହେଉଛି।

Advertisment

ଅଧିକ ପଢ଼ନ୍ତୁ:ଆଉ ହେବନି ଆଳୁ ସଂକଟ ! ନିଜ ଜମିରେ ଆଳୁ ଫଳାଇଲେ କୋରାପୁଟ ଚାଷୀ

Mamata Banerjee Potato Price Westbengal
Advertisment
Advertisment