/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735829238.jpg)
ଆଭା କହିଦେବ ହେଲ୍ଥ ହିଷ୍ଟ୍ରି
ଆୟୁଷ୍ମାନ ସହିତ ଆସୁଛି 'ଆଭା'। ଏଣିକି ଆଉ ପୁଳା ପୁଳା ପ୍ରେସକ୍ରିପସନ ଧରି ସାଙ୍ଗରେ ବୁଲିବାକୁ ପଡ଼ିବନି । ଆୟୁଷ୍ମାନ ଭାରତ ଡିଜିଟାଲ ମିସନ୍ ଅଧିନରେ ହେଲ୍ଥ ଆକାଉଣ୍ଟ ଖୋଲାଯିବ। ଯେଉଁଥିରେ ରୋଗୀଙ୍କ ସମସ୍ତ ଚିକିତ୍ସା ରେକର୍ଡ ରହିବ। ଫେବ୍ରୁଆରୀରୁ ଏହି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ମାଳ ମାଳ ପ୍ରେସକ୍ରିପସନ୍ ଝମେଲାରୁ ମିଳିବ ମୁକ୍ତି । ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି ଆଭା କାର୍ଡ ବ୍ୟବସ୍ଥା । ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା କାର୍ଡ । ଏଥିପାଇଁ ପ୍ରଥମେ online ପଞ୍ଜୀକରଣ କରିବାକୁ ହେବ । ଏହାପରେ ଆଧାର ସଂଯୋଗୀକରଣ ହୋଇ Account ନମ୍ବର ମିଳିବା ସହ ଡିଜି ଲକର୍ ସିଷ୍ଟମ ସକ୍ରିୟ ହେବ । ସେହି ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ହେଲଥ ଅଥରିଟି ଅଧିନରେ ରହିବ ଏହି କାର୍ଡ । ଆଭା କାର୍ଡରେ Quick Response ବା QR କୋଡ୍ ରହିବ । ଯାହାକୁ ସ୍କାନ କଲେ ପୂର୍ବ ରୋଗ ସମ୍ବଦ୍ଧୀୟ ସବୁ ଡାଟା ମିଳିପାରିବ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନୁଯାୟୀ ଏହା ପାଇହେବ । କାର୍ଡ ପାଇଁ ଅନଲାଇନରେ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଲିଙ୍କ୍ କରାଯିବ ।
ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ପୋଲିସ-ସର୍ଦ୍ଦାର ଦୋସ୍ତି; ସର୍ଦ୍ଦାର-IICଙ୍କ ମଧ୍ୟରେ ଡିଲ୍ ଚାଲିଥିବା ଅଭିଯୋଗ
ଫେବ୍ରୁଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି। ଆଭା କାର୍ଡକୁ ନେଇ ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି । କଟକ ବଡ଼ ମେଡିକାଲରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ହାତରେ ଗଣ୍ଡା ଗଣ୍ଡା ପ୍ରେସକ୍ରିପସନ ଧରି ରହିଛନ୍ତି । କେଉଁଠି ଲମ୍ବା ଧାଡ଼ି ତ ଆଉ କେଉଁଠି ଅପେକ୍ଷା । ଦିସ୍ତା ଦିସ୍ତା ପ୍ରେସକ୍ରିପସନ ଧରି ଡାକ୍ତରଖାନା ଆସୁଛନ୍ତି ରୋଗୀ ଓ ସଂପର୍କୀୟ । ଖାଲି SCB ନୁହଁ, ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ବି ସମାନ ଚିତ୍ର । କିନ୍ତୁ ଆଭା କାର୍ଡ ଆସିଲେ ସବୁ ପ୍ରେସକ୍ରିପସନ ନେଇ ଆସିବା ଆବଶ୍ୟକ ନଥିବ କି ହଜିବାର ବି ଭୟ ନଥିବା ।
ସେପ୍ଟେମ୍ବର ୨୦୨୧ରେ ମୋଦି ସରକାର ଆଭା କାର୍ଡ ବ୍ୟବସ୍ଥା ଆରମ୍ଭ କରିଥିଲେ । ଅନେକ ରାଜ୍ୟରେ ଏହା ଲାଗୁ ବି ହୋଇସାରିଲାଣି। ଦେଖିବାର କଥା କେତେ ଶୀଘ୍ର ଓଡ଼ିଶା ବାସୀ ଆଭା କାର୍ଡ ସୁବିଧା ପାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)