/odishatv-khabar/media/post_attachments/uploadimage/library/16_9/16_9_0/Firing_1735886542.jpg)
Firing
ଅନୁଗୁଳରେ ଚାଞ୍ଚଲ୍ୟ। ଭାଇ ଭଉଣୀଙ୍କୁ ଗୁଳିମାଡ଼ । ବିଳମ୍ୱିତ ରାତିରେ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ଗୁଳିମାଡ଼ କରିଛି। ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି । ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ସୂଚନା ଅନୁସାରେ, ପ୍ରଫୁଲ୍ଲ ମିର୍ଧାଙ୍କ ପୁଅ ଓ ଝିଅଙ୍କ ଉପରକୁ ଗୁଳିମାଡ଼ ହୋଇଛି। ୧୧ ବର୍ଷୀୟ ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟା ଯାଜ୍ଞସେନି ମିର୍ଧାଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଭାଇ ଭଉଣୀ ଶୋଇଥିବା ବେଳେ କେହି ସେମାନଙ୍କୁ ଗୁଳି କରିଥିଲେ । ଅବସ୍ଥା ବିଗୁଡୁଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦୁଇ ଛୋଟ ଭାଇ ଭଉଣୀଙ୍କୁ କାହିଁକି ଗୁଳିମାଡ଼ ହୋଇଛି, ତାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ କିଶୋରନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)