ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।
ବାଲେଶ୍ୱର OSSC ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତର ମୁଖ୍ୟ ଦିଗ ରହିବ କିଏ ସେହି ଗୃହ ଶତ୍ରୁ? ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କମ୍ପି ଉଠିଲା ଗଗନ ପବନ । ବର୍ଷା ଆଉ ପବନ ମାଡ଼ରେ ଥରହର ଚତୁର୍ଦ୍ଦିଗ । ଘଡ଼ଘଡ଼ିର ଗର୍ଜନରେ ତାବଦା ହୋଇଯାଉଛି କାନ ମୁଣ୍ଡ । ପାତାଳଭେଦୀ ବଜ୍ରପାତରେ ଥରି ଉଠୁଛି ଶରୀରର ସର୍ବାଙ୍ଗ ।
ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମ ପାଇଁ ବି ଚପର ବ୍ୟବହାରର ସାଂଘାତିକ ଅଭିଯୋଗ । ସରକାରୀ ଗସ୍ତ ନାଁରେ ରାଜନୈତିକ ସଭା କରି ସାରା ରାଜ୍ୟ ବୁଲିଦେଲେ ସଚିବ ।
ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
ଓଡ଼ିଆ ମାଟିର ନାଁ ରଖିଲେ ପୀୟୂଷ । ଇସ୍ରୋରେ ବୈଜ୍ଞାନିକ ହେଲେ... ଚନ୍ଦ୍ରୟାନ-୩ ପାଇଁ କାମ କରୁଥିଲେ । ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବାପା-ମାଆଙ୍କଠୁ...ଗାଁ ଲୋକେ ସମସ୍ତେ ଖୁସ୍
ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା... ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି ।
ଯେଉଁମାନେ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଫାୟାରମ୍ୟାନ୍ ଆଣ୍ଡ୍ ଫାୟାରମ୍ୟାନ୍ ଡ୍ରାଇଭରର ପଦବୀ ପୂରଣ ପାଇଁ ଏକ ନିଯୁକ୍ତି ବିଜ୍ଞାପନ ଜାରି କରିଛି।
୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।
ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି... ରାକ୍ଷୀ ବାନ୍ଧିବା ପାଇଁ ହାତରୁ ଖୋଲିଛି ଗାମୁଛା
ଏଇଟା ସ୍କୁଲ ନାଁ ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରୀ ନଥିବାରୁ ପାଦେ ପାଦେ ରହିଛି ବିପଦ
ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ, ୩ ଗୁରୁତର...କଟକ ଏବଂ ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା
‘ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମକୁ ହେଲିକପ୍ଟରରେ ଯାଇଛନ୍ତି । ବ୍ୟକ୍ତିଗତ କାର୍ଯ୍ୟରେ ଥରେ ଅନୁଗୁଳ ଓ ଥରେ ତାଳଚେର ଯାଇଛନ୍ତି । ’
ଟ୍ୱିନ୍ ସିଟିକୁ ବର୍ଷା ଆଲର୍ଟ...ଢ଼ାଳୁଛି, କାଚୁଛି..
କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ... ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ୍ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ ।
ଘରେ ଘରେ.. ଗାଁ ଗାଁରେ ସମସ୍ତଙ୍କର ପ୍ରିୟ ସୁବାସ ସାର୍ । ଶିକ୍ଷକତା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ, ଏବେ ପୁଣି ଥରେ ରାଷ୍ଟ୍ରପତି ପୁରସ୍କାର ପାଇବେ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ।
ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।
ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି
ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?
ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ଦୁଇ ଦିନରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ୍ ଟି ସଚିବ । ଆଉ ଏହା ହେଉଛି ତାର ରିୟଲିଟି ଚେକ୍ । ୧୨ ଦିନ ପରେ ଏହା ହେଉଛି ପ୍ରକୃତ ସ୍ଥିତି ।
ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡାଙ୍କୁ ବିବାହ କରିଥିଲେ ଇତିଶ୍ରୀ । ତାଙ୍କର ଦୁଇ ଦୁଇ ଥର ଗର୍ଭ ନଷ୍ଟ ହେବାପରେ ତାଙ୍କ ଯାଆ ଅକଥନୀୟ ମାନସିକ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ବାପଘର ଲୋକେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରେଣ୍ଟ ନାହିଁ । ଦୀର୍ଘ ସମୟ ଲାଇନ୍ କଟିଥିବାରୁ ସାଧାରଣ ଲୋକେ ନୟାନ୍ତ ହେଲେଣି ।
ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ ।