Advertisment

ବୈରାଗୀଙ୍କୁ ଭେଟିଲେ ଅଭିନେତା ସିଦ୍ଧାନ୍ତ, 'ପୁଚୁକି ଗାଲି' ଗୀତରେ ଥିଲେ ସାଇଡ୍-ଡାନ୍ସର

ସିଦ୍ଧାନ୍ତଙ୍କ ପାଦ ତଳେ ଲୋଟିଗଲେ ବୈରାଗୀ...ଭୋ ଭୋ କାନ୍ଦି ଉଠିଲେ, କୁଣ୍ଢାଇ ପକାଇଲେ..ସିଦ୍ଧାନ୍ତଙ୍କ ବହୁ ପୁରୁଣା ସାଥି କଳାକାର ବୈରାଗୀ

author-image
Prangyan Parimita
ଅଦ୍ୟତନ ହୋଇଛି
Sidhant Mohapatra meets background dancer Bairagi Sethi

Sidhant Mohapatra

ପୁରୁଣା ସାଥୀ କଳାକାର ବୈରାଗୀ ସେଠୀଙ୍କୁ ଭେଟିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । କଟକକୁ ଯାଇ ବୈରାଗୀଙ୍କୁ ସିଦ୍ଧାନ୍ତ ସାକ୍ଷାତ କରିଛନ୍ତି । ସେଇ ବୈରାଗୀ ସେଠୀ, ଯିଏ କି ଦିନେ ରୂପେଲି ପରଦାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଡ୍ୟାନ୍ସ କରୁଥିଲେ, ଆଉ ଆଜି କଟକର ଏକ ଫାଷ୍ଟଫୁଡ୍ ଦୋକାନରେ କାମ କରୁଛନ୍ତି । ପୁଚୁକି ଗାଲି ଭଳି ଅନେକ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ ସାଇଡ୍ ଡାନ୍ସର ଭାବେ କାର୍ଯ୍ୟ କରିଥିବା ବୈରାଗୀଙ୍କ କଥା ଓଟିଭି ପ୍ରଥମେ ଲୋକଲୋଚନକୁ ଆଣିବା ପରେ, ସିଦ୍ଧାନ୍ତ ତାଙ୍କର ଏହି ପୁରୁଣା ସହ-କଳାକାରଙ୍କୁ ଭେଟିବା ପାଇଁ ଆଜି କଟକ ଯାଇଥିଲେ ।

Advertisment

ସିଦ୍ଧାନ୍ତଙ୍କୁ ଏତେ ବର୍ଷ ପରେ ଆଖି ସାମ୍ନାରେ ଦେଖି, ତାଙ୍କ ପାଦ ତଳେ ଲୋଟିଯାଇଥିଲେ ଓ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ସିଦ୍ଧାନ୍ତ ବି ହୋଇଯାଇଥିଲେ ଭାବବିହ୍ୱଳ। ବୈରାଗୀଙ୍କୁ କୁଣ୍ଢାଇ ପକାଇ ତାଙ୍କ ଭଲମନ୍ଦ ପଚାରି ବୁଝିଥିଲେ ସିଦ୍ଧାନ୍ତ ମହାପାତ୍ର । ତାଙ୍କୁ ଏକ ଟି-ସାର୍ଟ ଉପହାର ଦେବା ସହ, ତାଙ୍କ ହାତରୁ କାଜୁ ଖାଇଥିଲେ । ସୁନା ପଞ୍ଜୁରି ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କ ସହ କ୍ୟାମେରା ଆଗରେ ଡାନ୍ସ କରୁଥିବା ବୈରାଗୀ ଏବେ ମଧୁପାଟଣା ସମ୍ରାଟ ହଲ୍ ନିକଟରେ ଫାଷ୍ଟଫୁଡ ଦୋକାନ ରେ କାମ କରୁଛନ୍ତି।

ସମୟ ଚକ୍ରରେ ପେଟପାଟଣା ପାଇଁ ତାଙ୍କ ବୃତ୍ତି ବଦଳିଥିଲେ ବି, ନାଚ ପ୍ରତି ଦୁର୍ବଳତା ଏବେବି ବଞ୍ଚିଛି । ସେଥିପାଇଁ ନିଜର ନିଆରା ଅନ୍ଦାଜରେ ନାଚି ନାଚି ଚାଉମିନ୍ ଓ ରୋଲ୍ ଆଦି ତିଆରି କରନ୍ତି ଓ ଗ୍ରାହକଙ୍କୁ ପରଷି ଦିଅନ୍ତି ବୈରାଗୀ। ତାଙ୍କୁ ବହୁ ବର୍ଷ ପରେ ଭେଟି ଖୁବ୍ ଖୁସି ବୋଲି କହିଛନ୍ତି ସିଦ୍ଧାନ୍ତ। ଆଉ ବୈରାଗୀଙ୍କ ପାଦ ତ ଆଜି ଖୁସିରେ ମାଟିରେ ଲାଗୁନି।...

Advertisment
Sidhant Mohapatra
Advertisment
Advertisment