• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନିଆରା ବିବାହ...ଅନ୍ତେବାସୀ ଥିଲେ, ବନ୍ଧୁ ହେଲେ । ଆଉ ଏବେ ପତିପତ୍ନୀ । ସାତ ଜନ୍ମର ସାଥୀ ଭାବେ ଏମାନେ ପରସ୍ପରକୁ ଆପଣାଇଛନ୍ତି । ଦୁନିଆ ଏମାନଙ୍କୁ ଅଲଗା କରିଦେଲା, ସଂସାର ଏମାନଙ୍କୁ ଭୁଲିଗଲା । କିନ୍ତୁ ଏମାନଙ୍କ ମନରେ ଥିବା ଭାବନା, ଭଲ ପାଇବା ଓ ଜଣଙ୍କର ଆଉ ଜଣଙ୍କ ପ୍ରତି ସ୍ନେହ ଦୁହିଁଙ୍କୁ ନୂଆ ପରିଚୟ ଦେଲା ।

ବାଲେଶ୍ୱରର ଏକ ଆଶ୍ରମରେ ଦାସ ମାରାଣ୍ଡି ଓ ପଦ୍ମାବତୀ ରୁହନ୍ତି । ଉଭୟଙ୍କ ବୟସ ୬୦ ବର୍ଷ ଉପରେ । ରୋଗରେ ପୀଡ଼ିତ ହୋଇଥିଲେ । ସେଥିପାଇଁ ପରିବାର ପର କରି ଦେଇଥିଲା । ଆଖ ପାଖ ଲୋକ ବି ମୁହଁ ଫେରାଇ ନେଇଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।

ଦାସଙ୍କ ପାଇଁ ପଦ୍ମବାତୀ ଥିଲେ ସବୁକିଛି ଆଉ ପଦ୍ମାବତୀଙ୍କ ପାଇଁ ଦାସ ଥିଲେ ସବୁକିଛି । ସେଥିପାଇଁ ତ ହିନ୍ଦୁ ରୀତିନୀତିରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହାତରେ ମେହେନ୍ଦି ଲଗାଇ ପଦ୍ମାବତୀ ବଧୂ ବେଶରେ ଓ ଧୋତୀ ପଞ୍ଜାବୀ ପିନ୍ଧି ବର ବେଶରେ ଦାସଙ୍କୁ ବାହା ବେଦୀରେ ଦେଖିବାକୁ ମିଳିଥିଲା ।

ସୂଚନାଥାଉ କି, ପଦ୍ମାବତୀ ୧୦ ବର୍ଷ ପୂର୍ବରୁ କୁଷ୍ଠାଶ୍ରମରେ ଚିକିତ୍ସିତ ହେଉଥିବା ବେଳେ ୩ ବର୍ଷ ପୂର୍ବେ ଦାସ ମାରାଣ୍ଡି ମଧ୍ୟ ରୋଗରେ ପୀଡ଼ିତ ହେବା ପରେ କୁଷ୍ଠାଶ୍ରମକୁ ଆସି ଚିକିତ୍ସିତ ହେଉଥିଲେ । ଉଭୟ କିଛିଦିନ ପୂର୍ବରୁ ଭଲ ହୋଇଥିଲେ । ଉଭୟ ଏକଠି ଗୋଟିଏ ଜାଗାରେ ଚିକିତ୍ସତ ହେଉଥିବ ବେଳେ ମନ ମିଶିଥିଲା । ଏହାପରେ ବାକି ଜୀବନ କାଟିବା ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ ।