Advertisment

Fake Medicines:କାୟା ମେଲାଇଛି ନକଲି ମେଡିସିନ ସାମ୍ରାଜ୍ୟ, ଚିହ୍ନଟ ହେଲାଣି ୧୦୩ଟି ନିମ୍ନମାନର ଔଷଧ

ଅଭିଯୋଗ ଆସିଥିବା ବେଳେ ଆଜି ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଖି ତରାଟି ଦେଲା ଭଳି ତଥ୍ୟ ହେଲା, ୩ ବର୍ଷରେ ୧୦୩ଟି ନିମ୍ନମାନର ମେଡିସିନ୍ ଚିହ୍ନଟ ହୋଇଛି।

author-image
Saroj Kumar Jena
undefined

medicine

ଆପଣ ଖାଉଥିବା ମେଡିସିନ୍ ଅସଲି ତ। ନହେଲେ ରୋଗ ଭଲ ହେବା ବଦଳରେ ବଢ଼ି ଯାଇପାରେ। କାହିଁକି ନା ଓଡ଼ିଶାରେ କାୟା ବିସ୍ତାର କରିଛି ନକଲି ମେଡିସିନର ସାମ୍ରାଜ୍ୟ। ଆଗରୁ ଅଭିଯୋଗ ଆସିଥିବା ବେଳେ ଆଜି ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଖି ତରାଟି ଦେଲା ଭଳି ତଥ୍ୟ ହେଲା, ୩ ବର୍ଷରେ ୧୦୩ଟି ନିମ୍ନମାନର ମେଡିସିନ୍ ଚିହ୍ନଟ ହୋଇଛି।

Advertisment

ସାବଧାନ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍। ଟିକେ ନାଁ ପରିବର୍ତ୍ତନ କରି ରୋଗୀଙ୍କ ବିଶ୍ବାସରେ ବିଷ ଦେଉଛନ୍ତି ମୁନାଫାଖୋର୍ ଔଷଧ ବ୍ୟବସାୟୀ। ରାଜ୍ୟ ବାହାରକୁ ଲମ୍ବିଛି ଏହି ଚେର। 3 ବର୍ଷରେ ଧରା ପଡିଛି 103ଟି ନିମ୍ନ ମାନର ମେଡିସିନ୍। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ରଖିଛନ୍ତି ଏମିତି ଚଞ୍ଚଲ୍ୟକର ତଥ୍ୟ। ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କ ପ୍ରଶ୍ନର ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମାର୍କେଟରେ ଜିଙ୍କ ସଲଫେଟ୍, ସୋଡିୟମ ଲାକଟେଟ୍, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନମାନର ବୋଲି ଧରା ପଡ଼ିଛି।

ସେହିପରି ତିନି ବର୍ଷ ରେ ୧୦୩ଟି ମେଡିସିନ ନିମ୍ନ ମାନର ଧରା ପଡିଥିବା ବେଳେ ୪ ସପ୍ଲାୟରଙ୍କ ସମେତ ସେହି କମ୍ପାନୀଗୁଡ଼ିକୁ କଳା ତାଲିକା ଭୁକ୍ତ କରାଯାଇଛି। ୨୦୨୨-୨୩ରେ ୪୫ଟି ମେଡିସିନ୍, ୨୦୨୩-୨୪ରେ ୩୨ଟି, ୨୦୨୪-୨୫ରେ ୨୬ଟି ମେଡିସିନ୍ ନିମ୍ନ ମାନର ଥିବା ଧରା ପଡ଼ିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦ ଭଳି ବିଭିନ୍ନ ସ୍ଥାନରୁ ଓଡ଼ିଶାକୁ ଆସୁଥିଲା ନକଲି ମେଡିସିନ୍।

Advertisment

ବଡ଼ କଥା ହେଲା କରୋନା ସମୟରେ ମଧ୍ୟ ରାଜ୍ୟରେ ନକଲି ମେଡ଼ିସିନ କଥା ନଜରକୁ ଆସିଥିଲା. TELMA AM ଏବଂ TELMA 40 ଭଳି ବହୁଳ ବ୍ୟବହୃତ ମେଡ଼ିସିନ ମଧ୍ୟ ନକଲି ଜବତ ହେବା ପରେ ଛାନଭିନ ଆରମ୍ଭ ହୋଇଥିଲା। କଟକରୁ ଜବତ ଏହି ମେଡିସିନ କର୍ଣ୍ଣାଟକ ଏବଂ ବିହାରରୁ ଆସିଥିବା ଜଣାପଡିବା ପରେ କମିଶନରେଟ ପୋଲିସର ଏକ ଟିମ ରାଜ୍ୟ ବାହାରକୁ ଯାଇ ମଧ୍ୟ ତଦନ୍ତ କରିଥିଲେ। ଏବେ ବିଧାନସଭାର ଏହି ତଥ୍ୟ ସମସ୍ତଙ୍କୁ ଚକିତ କରିଛି। ବିଶେଷ କରି ଗାଁ ଗହଳି ରହୁଥିବା ଏବଂ ଛୋଟ ଛୋଟ ସମସ୍ୟା ପାଇଁ ଡାକ୍ତରଙ୍କ ପାଖକୁ ନଯାଇ ମେଡିସିନ ଦୋକାନରୁ ଔଷଧ ଖାଉଥିବା ଲୋକ ଏବେ ଚିନ୍ତାରେ ପଡିଛନ୍ତି। ଏହି ସମସ୍ୟା ପ୍ରତି ନୂଆ ସରକାର କେତେ ଗୁରତ୍ୱ ଦେଉଛନ୍ତି, ଆଗକୁ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ନବୀନଙ୍କ ପୋଲ୍ ଖୋଲିଦେଲେ ବାବୁ, ବିଜେଡି କହିଲା ମନଗଢ଼ା କାହାଣୀ

Fake Medicine
Advertisment
Advertisment