Advertisment

୧୫ ହଜାର ଡିପୋଜିଟ୍‌ ମାସକୁ ମିଳିବ ଲକ୍ଷେ, ଲୋଭ ଦେଖାଇ ଠକିନେଲେ !

୫ ହଜାର ଡିପୋଜିଟ୍ କଲେ ମାସକୁ ମିଳିବ ୫୫ ହଜାର ଟଙ୍କା ଏବଂ ୧୫ ହଜାରରେ ମିଳିବ ଲକ୍ଷାଧିକ ଟଙ୍କା। ଶହ ଶହ ଲୋକଙ୍କ ବିଶ୍ୱାସ ଜନ୍ମାଇ ଟଙ୍କା ଠକି ନେବା ପରେ ଠକ ସଂସ୍ଥା ଆପ୍ ବନ୍ଦ କରି ଛୁ’ ମାରିଛି l

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Duping Money Through App On Pretext Of Providing More Money

Duping Money Through App On Pretext Of Providing More Money

୫ ହଜାର ଡିପୋଜିଟ୍ କଲେ ମାସକୁ ମିଳିବ ୫୫ ହଜାର ଟଙ୍କା ଏବଂ ୧୫ ହଜାରରେ ମିଳିବ ଲକ୍ଷାଧିକ ଟଙ୍କା। ଏଭଳି ଲୋଭ ଦେଖାଇ ଠକମାନେ ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ନୟାଗଡ଼ରେ APM ଟର୍ମିନାଲସ ନାମକ ସଂସ୍ଥା ଆକର୍ଷଣୀୟ ଅଫର ଦେଖାଇ ମୋବାଇଲ ଆପ୍‌ରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

ଶହ ଶହ ଲୋକଙ୍କ ବିଶ୍ୱାସ ଜନ୍ମାଇ ଟଙ୍କା ଠକି ନେବା ପରେ ଠକ ସଂସ୍ଥା ଆପ୍ ବନ୍ଦ କରି ଛୁ’ ମାରିଛି l ନୟାଗଡ଼ରେ ଏଜେଣ୍ଟ ମାଧ୍ୟମରେ ସଭା ସମିତି କରି ଆପ୍‌ରେ ଲୋକଙ୍କୁ ଯୋଡିଥିଲା ଏହି ସଂସ୍ଥା। ପରେ ଆକର୍ଷଣୀୟ ଅଫର ଦେଇ ଚେନ ସିଷ୍ଟମ ମାଧ୍ୟମରେ ଜିଲ୍ଲାର ଶହ ଶହ ଲୋକଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l 

ବଡ଼ କଥା ହେଉଛି ଯେ, ରାଜନେତା, ଓକିଲ ଓ ପୋଲିସ କର୍ମଚାରୀ ଏହି ଲୁଟ୍‌ର ଶିକାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣା ପଛର ମାଷ୍ଟରମାଇଣ୍ଡ ୨ ଭାଇ ନୟାଗଡ଼ ଜିଲ୍ଲା ଗାୟତ୍ରୀ କଲୋନୀର ଅରୁଣ ଦାଶ ଓ ଅମୂଲ୍ୟ ଦାଶଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି। ଘଟଣାକୁ ନେଇ ତଦନ୍ତ ଚାଲିଛି। ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ନୟାଗଡ SDPO ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି l

Advertisment
Advertisment
Advertisment