ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପାଦ ଦେବେ । ବିସିସିଆଇ ସମ୍ବିଧାନ ଅନୁଯାୟୀ, ସଭାପତି ପଦ ପାଇଁ ସର୍ବାଧିକ ବୟସ ସୀମା ୭୦ ବର୍ଷ । ନୂତନ ସଭାପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ, ରାଜୀବ ଶୁକ୍ଲା ସଭାପତି ଦାୟିତ୍ୱ ନିର୍ବାହ କରିବେ ।
ଭାରତୀୟ ଟିମର ନୂଆ ଟେଷ୍ଟ କ୍ୟାପଟେନ୍ ଭାବେ ଶୁବମନଙ୍କ ନାଁ ଘୋଷଣା କରିଛି ବିସିସିଆଇ। ରୋହିତ ଶର୍ମାଙ୍କ ସ୍ଥାନ ନେବେ ଏହି ପ୍ରତିଭାବାନ ବ୍ୟାଟସମ୍ୟାନ୍ । ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି । ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି।
୨୦ ବର୍ଷ ଧରି ରଣଜୀ ଟ୍ରଫି ଖେଳିଥିବା ତଥା ଏକମାତ୍ର ଓଡ଼ିଆ କ୍ରିକେଟର ଭାବେ ତ୍ରିଶତକ ହାସଲ କରିଥିବା ଶିବସୁନ୍ଦରଙ୍କ ଉପସ୍ଥିତି ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଥିଲା। କାହିଁକି ନା ଇଷ୍ଟ ଜୋନ ପକ୍ଷରୁ ବେଙ୍ଗଲର ସୁବ୍ରତୋ ବାନାର୍ଜୀ ଚୟନକର୍ତ୍ତାଙ୍କ ଟିମରେ ସାମିଲ ଅଛନ୍ତି। ନିଜ କ୍ୟାରିୟରର ସର୍ବାଧିକ ସମୟ ଇଷ୍ଟ ଜୋନ ତଥା ଓଡ଼ିଶା ପକ୍ଷରୁ ଖେଳିଥିବା ଶିବସୁନ୍ଦର ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ପକ୍ଷରୁ ଚୟନ କର୍ତ୍ତା ରହିଛନ୍ତି।
ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, 'ଯେତେବେଳେ ବଡ଼ ଖେଳାଳିମାନେ ଅବସର ନେଇଥାନ୍ତି ତାହା କଷ୍ଟକର ହୋଇଥାଏ।'
ରୋହିତ ଶର୍ମାଙ୍କ ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେବେ ଗିଲ୍ । ସେହିପରି ଋଷଭ ପନ୍ତଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ଟେଷ୍ଟ କ୍ୟାପଟେନ ରେସରେ ସବୁଠୁ ଆଗରେ ଶୁବମନ ଗିଲ୍ ଥିବା ଚର୍ଚ୍ଚା ହେଉଛି । ସେହିପରି ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଥିଲେ ଓ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକତ୍ୱ ମଧ୍ୟ ଗ୍ରହଣ କରିଥିଲେ। ଏଣୁ ତାଙ୍କ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।
ଆପଣ ସମସ୍ତ ଜାଣିଥିବେ IPL ଟାଇଟଲ୍ ଜିତିଥିବା ଦଳକୁ ବିପୁଳ ପୁରସ୍କାର ରାଶି ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି IPLରେ ହାରୁଥିବା ଦଳର ମାଲିକମାନେ କେତେ କ୍ଷତି ସହନ୍ତି ?
ବାକି ଥିଲା ଆହୁରି ୧୬ଟି ମ୍ୟାଚ୍ । ଗତକାଲି ଧର୍ମଶାଳା ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲା କ୍ୟାପିଟାଲସ ମଧ୍ୟରେ ଗତ କାଲି ମ୍ୟାଚ ଚାଲିଥିଲା । ତେବେ ଏୟାରଷ୍ଟ୍ରାଇକ କାରଣରୁ ଏହି ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଅବଶିଷ୍ଟ ମ୍ୟାଚଗୁଡିକ ବର୍ତ୍ତମାନ ସମୟରେ ଖେଳାଯିବା ଠିକ୍ ନୁହେଁ । ତେଣୁ BCCI ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ପହଲଗାମ୍ ହମ୍ଲାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଖେଳାଳିମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ କଳା ବ୍ୟାଜ୍ ପିନ୍ଧି ମଇଦାନକୁ ଓହ୍ଲାଇବେ।
ନିକଟରେ ଭାରତୀୟ ଦଳର ସହକାରୀ କୋଚ୍ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ମିଳିଛି ନୂଆ ନିଯୁକ୍ତି। ବିସିସିଆଇ ଘୋଷଣାର ଦିନକ ପରେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ୍କୁ ଫେରିଛନ୍ତି ନାୟାର। ସେ କୋଲ୍କାତା ନାଇଟ୍ ରାଇଡର୍ସରେ ସପୋର୍ଟ ଷ୍ଟାଫ୍ ଭାବେ ଯୋଗଦେଇଛନ୍ତି।
ନିକଟରେ ଦଳ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ବିଜୟୀ ହୋଇଥିଲା। ତେବେ କୋଚିଙ୍ଗ ଷ୍ଟାଫଙ୍କ ପ୍ରଦର୍ଶନରେ ବିସିସିଆଇର ଟପ ଅଧିକାରୀ ମାନେ ଖୁସି ନ ଥିବା କୁହାଯାଇଛି। ଏହା ସହିତ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିଆଇ ପକ୍ଷରୁ ୩ ଜଣ କୋଚଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।
ଟିମ୍ ଇଣ୍ଡିଆ ଆସିଷ୍ଟାଣ୍ଟ ବ୍ୟାଟିଂ କୋଚ୍ ଅଭିଷେକ ନାୟର, ଫିଲ୍ଡିଂ କୋଚ୍ ଟି. ଦିଲ୍ଲିପ , ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ୍ ସୋହମ ଦେଶାଇ ଏବଂ ଜଣେ ମସାଜରଙ୍କୁ ହଟାଇଛି ବିସିସିଆଇ । ଅଭିଷେକ ନାୟର ୨୦୨୪ ମସିହା ଜୁଲାଇ ୨୪ ତାରିଖରେ ଟିମ୍ ଇଣ୍ଡିଆର ଆସିଷ୍ଟାଣ୍ଟ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ । ଜୁନ୍ ୨୦ ତାରିଖ ପୂର୍ବରୁ ନୂତନ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି ।
ଡିସେମ୍ବର ୯ରେ ବାରବାଟୀରେ ହେବ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍। ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବ ଟି-ଟ୍ବେଣ୍ଟି ମ୍ୟାଚ୍। ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ।
ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ ଏଣିକି ଖେଳାଳି ମାନଙ୍କ ସହିତ ତାଙ୍କ ପରିବାର ଲୋକ ଯାଇ ପାରିବେ ନାହିଁ। ୪୫ ଦିନର କମ ସମୟର ଟୁରରେ ପରବାର ଲୋକଙ୍କୁ ଅନୁମତି ନାହିଁ। ତେବେ ୪୫ ଦିନରୁ ଅଧିକ ଦିନର ଟୁର ରହିଥିଲେ ପରିବାର ଅଥବା ପତ୍ନୀ ଯୋଗ ଦେଇ ପାରିବେ।
ଚାମ୍ପିଅନ୍ସ ଟ୍ରଫି ଜିତି ଭାରତ ଇତିହାସ ରଚିଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତଙ୍କ ନାଁରେ କିନ୍ତୁ ଯୋଡ଼ି ହୋଇଛି ଅଲୋଡା ରେକର୍ଡ । ରୋହିତ ଶର୍ମା ଦିନିକିଆ ମ୍ୟାଚ୍ରେ ଟସ୍ ହାରିବାର ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି ।
ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ରୋହିତଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ତାଙ୍କୁ ଦେଖିବାକୁ ଫ୍ୟାନ୍ଙ୍କ ପ୍ରବଳ ଗହଳି ଲାଗିଥିଲା ।
IPL କର୍ତ୍ତୁପକ୍ଷଙ୍କୁ ଏନେଇ ମନ୍ତ୍ରାଳୟ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ପ୍ରତ୍ୟକ୍ଷ ବିଜ୍ଞାପନ ସହ ସରୋଗେଟ୍ ବା ପରୋକ୍ଷ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍ ନେଇଥିବା ବେଳେ କୁଲ୍ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
BCCI, OCA ଉପରେ କାର୍ଯ୍ୟାନୁଷ୍ଠାନ ନେଉ । ଏତେ ବଡ ଅଘଟଣ ପାଇଁ ଉଭୟ ଓସିଏ ଓ କ୍ରୀଡା ମନ୍ତ୍ରୀ ଦାୟୀ । କ୍ରୀଡା ମନ୍ତ୍ରୀ ୪, ୪ ଥର ସମୀକ୍ଷା କଲେ । ଓଡିଶା ଏବେ ସାରା ବିଶ୍ବରେ ନିନ୍ଦିତ ହୋଇଛି । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେଡି ଦାବି କରିଛି ।
ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ ୩୦ ମିନିଟ ଅଚଳ ହୋଇ ପଡିଥିବା ବେଳେ ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟ୍ରୋଲର ଶିକାର ହେବାକୁ ପଡିଛି। ରବିବାର ଅନୁଷ୍ଠିତ ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ସପ୍ତମ ଓଭରରେ ହିଁ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା।
ଆନ୍ତର୍ଜାତିକ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ।
କିଏ ଚେତାଶୂନ୍ୟ ହୋଇପଡ଼ିଲେ ତ ଆଉ କିଏ ଟିକଟ ନହେଲା ନାଇଁ, ଜୀବନ ବଞ୍ଚାଇ ଘରକୁ ବାହୁଡ଼ିଗଲେ। ତାମଧ୍ୟରେ ଉପସ୍ଥିତ କିଛି ଦର୍ଶକ ଭାଙ୍ଗିଦେଲେ ବ୍ୟାରିକେଡ୍। ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲେ କଟକ ଡିସିପି।
ପାକିସ୍ତାନରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟର ଅନଲାଇନ ବିକ୍ରି ଜାନୁଆରୀ ୨୮ରୁ ଆରମ୍ଭ ହୋଇସାରିଛି । ଏବେ ଭାରତୀୟ ଦଳର ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆଜି (୩ ଫେବୃଆରୀ) ଠାରୁ ଆରମ୍ଭ ହୋଇଛି ।
ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ ହେବା ବେଳେ ଭାବବିହ୍ବଳ ହୋଇ ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ।
ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାର ପ୍ରଦାନ କରିଛି ବିସିସିଆଇ। ଶନିବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।