• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁଆଦିଆ ଆଉ ଗରମ ଓ ନରମ...ପାଟିକୁ ଯେତେ ମିଠା, କୁଡ଼ମୁଡ଼ ମଧ୍ୟ...ଗରମରେ ଖାଇଲେ ଯେମିତି, ଥଣ୍ଡା ହେଲେ ମଜା ଅଲଗା...ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ କାକରା...ହଁ ଆମ କାକରା । ସୁଜି କିମ୍ବା ନଡ଼ିଆ ପୁର ଦେଇ ପ୍ରସ୍ତୁତ ହୋଇଥାଏ, ହେଲେ ୟେ କାକରା ଟିକିଏ ନିଆରା । କାରଣ ପୁରରେ ଦିଆଯାଏ ଛେନା । କାହିଁ କେଉଁ କାଳରୁ ଏମିତି ଛେନା କାକରା(Tangi’s Chhena Kakra) କଟକ ଜିଲ୍ଲା ଟାଙ୍ଗିରେ ତିଆରି ହୋଇ ଆସୁଛି । ପର୍ବ ପର୍ବାଣୀ, ଜାନି ଯାତ୍ରାରେ ଏହା ମୁଖ୍ୟ ଆକର୍ଷଣ। ଘରକୁ କୁଣିଆ ଆସନ୍ତୁ ଅବା କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ...ଏମିତି ଛେନା କାକରା ବିନା ସବୁ କିଛି ଅଧୁରା ।

ଏଥିପାଇଁ ଏବେ କଟକ ଟାଙ୍ଗୀର ସୁସ୍ୱାଦୁ ଛେନା କାକରାକୁ GI ଟ୍ୟାଗ୍ ମାନ୍ୟତା ପାଇଁ ଦାବି ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ମିଳୁଥିବା କାକରାରେ ଛେନାର ଏଭଳି ପୁର ମିଳେନି । ତାସହ ଛେନାକୁ ନେଇ ଏତେ ସୁଆଦିଆ ଖାଦ୍ୟ ପ୍ରସ୍ତୁତିରେ ବି କଟକ ଟାଙ୍ଗି ଅଞ୍ଚଳ ବହୁ ଆଗରେ...ଟାଙ୍ଗି ଅଞ୍ଚଳର ଘରେ ଘରେ ଲୋକେ ଏହାକୁ ଖୁସିରେ ଖାଆନ୍ତି ଓ ବନାନ୍ତି । ଓଡ଼ିଶାର ରସଗୋଲା ଓ କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ୍ ମିଳି ସାରିଛି । ତେଣୁ ଛେନା କାକରା ବି ଏବେ ପ୍ରମୁଖ ଦାବିଦାର୍... ।

ମଇଦାରେ ପାଗ ତିଆରି କରାଯାଇ ଏହାକୁ କାକରାର ଆକାର ପ୍ରଥମେ ଦିଆଯାଏ । ଏଥିରେ ସ୍ୱାଦ ଅନୁସାରେ ଗୁଜରାତି, ଗୁଡ଼ କିମ୍ବା ଚିନି ସହ ଦେଶୀ ଘିଅ, ଦହିରେ ଦଳା ହୁଏ । ପରେ ଛେନା ପୁର ଦେଇ ଏହାକୁ ତେଲରେ ଛାଣିଲା ପରେ ଏମିତି ଗୋଲିଆ ଆକାରର ଅନନ୍ୟ ମିଠା ମିଳିଥାଏା...

  • Reported by:
  • Prakash Nayak