• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ପତ୍ତି ପାଇଁ ଜନ୍ମ କଲା ମାଆକୁ ହତ୍ୟା କରିଛି ଝିଅ । ଏଭଳି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ୮୫ ବର୍ଷୀୟ ବୃଦ୍ଧ ସତ୍ୟନାରାୟଣ ଜିତବାବୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀ ପ୍ରତିଭାରାଣୀଙ୍କୁ ଝିଅ ସୁଜାତା ସମ୍ପତ୍ତି ପାଇଁ ହତ୍ୟା କରିଛନ୍ତି । ଏନେଇ ସେ ଗତ ଅଗଷ୍ଟ ୧୯ ତାରିଖରୁ ମଞ୍ଚେଶ୍ୱର ଥାନାରେ FIR ଦେଇଥିଲେ ସୁଦ୍ଧା ତାହା ରେଜିଷ୍ଟ୍ରି ହୋଇ ନାହିଁ ।

ଥାନାରୁ ଡିସିପି ଅଫିସ ଏବଂ ଡିସିପି ଅଫିସରୁ ଥାନାକୁ ଦୌଡି ଦୌଡ଼ି ସେ ନୟାନ୍ତ ହୋଇଗଲେଣି। ତଥାପି ପୋଲିସ ତାଙ୍କ କଥା ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । ଦିନେ ଲୋକଙ୍କୁ ନ୍ୟାୟ ଦେବା ପାଇଁ କୋର୍ଟରେ ଲଢ଼ୁଥିବା ସତ୍ୟ ନାରାୟଣ ଏବେ ନ୍ୟାୟ ପାଇବାକୁ ହାତ ଯୋଡ଼ି ଗୁହାରି କରୁଛନ୍ତି । ତେବେ ଏ ସମ୍ପର୍କରେ ତାଙ୍କ ଝିଅ ସୁଜାତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।