Advertisment

ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍, ପଡ଼ିଲା ରକ୍ତଛିଟା

ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ହୋଇଛି। ମହାସ୍ନାନ ନୀତି ପରେ ପୁଣି ସମସ୍ତ ନୀତିକାନ୍ତି ଆରମ୍ଭ ହେବ।

author-image
Santosh Kumar Sahoo
Srimandira

Srimandira

ଶ୍ରୀମନ୍ଦିର ଗର୍ଭଗୃହରେ ପୁଣି ପଡ଼ିଲା ରକ୍ତଛିଟା । ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ପଡ଼ିଲା ରକ୍ତ ଛିଟା। ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ହୋଇଛି। ମହାସ୍ନାନ ନୀତି ପରେ ପୁଣି ସମସ୍ତ ନୀତିକାନ୍ତି ଆରମ୍ଭ ହେବ। ତେବେ ମାରପିଟ୍ କରିଥିବା ଉଭୟଙ୍କୁ ସିଂହଦ୍ୱାର ପୋଲିସ୍‌ ଅଧିକ ପଚରାଉଚରା କରିଛି।

Advertisment

ସୂଚନା‌ଯୋଗ୍ୟ, ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏହିଭଳି ଅପ୍ରୀତିକର ଅଘଟଣ ଦେଖିବାକୁ ଲାଗିଛି। ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ବାରମ୍ବାର ଏହିଭଳି ଅଘଟଣକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅ‌ସନ୍ତୋଷ ଜାତ ହୋଇଛି। ବୁଦ୍ଧିଜୀବୀ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଉଛି।

Advertisment
Odisha Puri Srimandir
Advertisment
Advertisment