• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହାତରେ ମାତ୍ର ୨ମାସ । ନୂଆବର୍ଷରୁ ଭକ୍ତଙ୍କ ପାଇଁ ଲାଗୁ ହୋଇଯିବ ଶୋଭନୀୟ ପୋଷାକ ପରିଧାନ ନିୟମ । ସେଥିପାଇଁ ଏବେଠୁ ତତ୍ପର ଶ୍ରୀମନ୍ଦିର ପ୍ରଶାସନ । ଏ ସନ୍ଦେଶ ଯେପରି ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସଚେତନତା ସୃଷ୍ଟି ଲାଗି ସେବାୟତ ନିଯୋଗ, ଯାତ୍ରୀପଣ୍ଡା, ଟୁରିଷ୍ଟ ଗାଇଡ୍ ଓ ହୋଟେଲ ମାଲିକଙ୍କୁ ଚିଠି ଲେଖି ନିବେଦନ କରିଛି । ତା’ସହ ଶ୍ରୀମନ୍ଦିର ଆଗରେ ମାଇକ ଯୋଗେ ପ୍ରଚାର ସହ ଜେଟିପିଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।

ଜେଟିପିଙ୍କ କାନ୍ଧରେ ଡ୍ରେସକୋଡ୍ ଭାର । ଶ୍ରୀମନ୍ଦିର ଚାରିଦ୍ୱାର ଓ ଭିତର ବେଢ଼ାରେ ରଖିବେ ଅହରହ ନଜର । ଭକ୍ତଙ୍କୁ କରିବେ ଜାଗତିଆର । ସେଇ  ଉଦ୍ଦେଶ୍ୟରେ ଆଜି ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ମୁଖ୍ୟପ୍ରଶାସକଙ୍କ ଉପସ୍ଥିତିରେ ଜଗନ୍ନାଥ ମନ୍ଦିର ପୋଲିସ JTPଙ୍କୁ ଦିଆଯାଉଛି ଗୁରୁମନ୍ତ୍ର । ଜଗା ଦର୍ଶନାର୍ଥୀଙ୍କୁ କିଭଳି ଶୋଭନୀୟ ପୋଷାକ ପିନ୍ଧି ଆସିବାକୁ ହେବେ ସେ ନେଇ ସଚେତନ କରିବା ସହ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ଉପରେ ଦିଆଯାଇଛି ପ୍ରଶିକ୍ଷଣ ।

କି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ମିଳିବ ପ୍ରବେଶ ଅନୁମତି ?

ଶ୍ରୀମନ୍ଦିର ପ୍ରଶାସନର ପରାମର୍ଶବଳୀ ଅନୁସାରେ-ପୁରୁଷ ଭକ୍ତମାନେ ପ୍ୟାଣ୍ଟ-ସାର୍ଟ, ଚୁଡ଼ିଦାର ପଞ୍ଜାବୀ ଓ ଧୋତି ପିନ୍ଧିବେ । ମହିଳା ଭକ୍ତମାନେ ପିନ୍ଧିବେ ଶାଢ଼ୀ, ଶାଲୱାର ଓ କମିଜ୍ ।

ସେମିତି କଣ ପିନ୍ଧିଥିଲେ ହେବ ମନ୍ଦିର ବାରଣ ?

ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ ସମ୍ପୂର୍ଣ୍ଣ ବର୍ଜନୀୟ । ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକକୁ ବି ମନା । ଧାର୍ମିକ ଭାବନାକୁ କୁଠାରଘାତ କଲା ଭଳି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ଛାଡ଼ିବେନି ଜେଟିପି ।

ଏପଟେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ମାଇକ୍ ଯୋଗେ ବଡ଼ଦାଣ୍ଡରେ ଭକ୍ତଙ୍କୁ ନିରନ୍ତର ସୂଚନା ଦିଆଯାଉଛି । ତା’ସହ ବିଭିନ୍ନ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ, ଯାତ୍ରୀପଣ୍ଡା, ଟୁରିଷ୍ଟ ଗାଇଡ୍ ଓ ହୋଟେଲ ମାଲିକମାନଙ୍କୁ ବି ଚିଠି ଲେଖି ସଚେତନତା ସୃଷ୍ଟି ପାଇଁ ନିବେଦନ କରିଛି ।

ମନ୍ଦିର ହେଉ କି ଧର୍ମାନୁଷ୍ଠାନ । ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସକୋଡ୍ ନିୟମ ନୂଆ ନୁହେଁ । ଆନ୍ଧ୍ରର ତିରୁପତି ମନ୍ଦିରକୁ ଯାଉଥିବା ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଧୋତି ଓ କୁର୍ତ୍ତା ଏବଂ ମହିଳାଙ୍କ ପାଇଁ ଶାଢ଼ୀ ଓ ଢିଲା ପାଇଜାମା ପିନ୍ଧିବା ବାଧ୍ୟତାମୂଳକ । ସେମିତି କେରଳର ପଦ୍ମନାଭସ୍ୱାମୀ ମନ୍ଦିରରେ ଜିନ୍ସ, ହାପପ୍ୟାଣ୍ଟ, ଟ୍ରାଉଜର ଓ ବରମୁଡା ପ୍ୟାଣ୍ଟ ଏବଂ ଲେଗିନ୍ସ ସମ୍ପୂର୍ଣ୍ଣ ନିଷେଧ । ସେଠି ମଧ୍ୟ ଧୋତି, ଶାଢ଼ୀ ଓ ପାଇଜାମା ପିନ୍ଧିଥିଲେ ହିଁ ମିଳିବ ଭକ୍ତଙ୍କୁ ମିଳୁଛି ମନ୍ଦିର ପ୍ରବେଶ ଅନୁମତି । ସେପଟେ ଅମୃତସରର ସ୍ୱର୍ଣ୍ଣମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁମାନେ ମୁଣ୍ଡରେ ରୁମାଲ୍, ସ୍କାର୍ଫ କିମ୍ବା ଦୁପଟ୍ଟା ବାନ୍ଧିବା ବି ବାଧ୍ୟତା ମୂଳକ ।

  • Reported by:
  • PRADEEP MAHANTY , MADHUSUDAN MISHRA