ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ସେ ୫ ଥର ନିର୍ବାଚିତ ହୋଇଛନ୍ତି ।
ଦର୍ଶନ ଶୃଙ୍ଖଳିତ ହେବ ତା ଉପରେ ଗୁରୁତ୍ୱ ଦେବାପାଇଁ ହବିଷ୍ୟାଳୀ ଦାବି କରିଥିବା ବେଳେ ସରକାରୀ ଯୋଜନାରେ ଥିବା ହବିଷ୍ୟାଳୀଙ୍କ ପାଇଁ ସୁରକ୍ଷିତ ସାନ୍ନ ସହ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।
ଧନୁପାଲି ଥାନାର ମହିଳା IICଙ୍କ ସହ ମୁହାଁମୁହିଁ ଘଟଣାରେ ଜୟନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା ।
ସୋମବାର ରାତିରେ ଯାହା ଘଟିଯାଇଛି, ସମସ୍ତଙ୍କୁ ଜଣା । ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ରାଜବାଟିକା ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ, ରାତିକ ଭିତରେ ଦୁର୍ବୃତ୍ତ ଯେଭଳି କଳାକନା ବୁଲାଇ ଦେଇଛନ୍ତି, ସାରା ରାଜଧାନୀରେ ହଲଚଲ୍ ।
ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ ମାଆ ଝିଅ । ହେଲେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ ।
୬ ମାସ ହେଲା ଧାର କରି ଚଳାଉଛନ୍ତି ଶିକ୍ଷକ ଓ SHG ଗ୍ରୁପ୍ । କେନ୍ଦ୍ର ଟଙ୍କା ଦେବାରେ ଢିଲା କରୁଛି, ସେପଟେମ୍ବର ଯାଏଁ ଆସିଛି-ଜିଲ୍ଲାପାଳ ।
ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା ରତ୍ନଭଣ୍ଡାର । ଏହାପରେ ଏପ୍ରିଲ୍ ୨୦୧୮ରେ ରାଜ୍ୟ ସରକାର ପୁଣି ଏହାକୁ ଖୋଲିବାକୁ ପ୍ରୟାସ କରିଥିଲେ । ସେତେବେଳେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା ଓ ପରେ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ତମ୍ବିତୋଫାନ ସୃଷ୍ଟି କରିଥିଲା ।
କେବେ ଡନ୍, କେବେ ଦାନୀ ତ କେବେ ଡାକ୍ତର । ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଭିନ୍ନ ଭିନ୍ନ ରୂପ ।
ଲୁଟ୍ ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ଆକ୍ରମଣ କରିଥିବା ଜଣାପଡିଛି । ସବୁଦିନ ପରି ଡ୍ୟୁଟି କରୁଥିବା ବେଳେ ହଠାତ୍ ୩ ଜଣ ଦୁର୍ବୃତ୍ତ ସିକୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ ।
ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପୋଲିସ ନିକଟରେ ଏତଲା ଦିଆଯାଇଛି । ପୋଲିସ ଏ ନେଇ ଛାନଭିନ ଆରମ୍ଭ କରିଛି ।
ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଶ୍ରୀମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ରୁ କମିଟି ଗଠନ ପାଇଁ ସୁପାରିସ କରିଛି । ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି ବୋଲି ସାକ୍ଷାତ ପରେ କହିଛନ୍ତି ସମୀର ମହାନ୍ତି ।
ଡାକ୍ତର ସାଜିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ରକ୍ତଦାତାଙ୍କଠୁ ରକ୍ତ ଟାଣିଲେ । କଇଁଚି ଧରି ରିବନ କାଟିବା ଛାଡ଼ି ରକ୍ତଦାନ ପାଇଁ ଆସିଥିବା କର୍ମୀ ଓ ସାଧାରଣ ଲୋକଙ୍କ ପାଖକୁ ଯାଇଥିଲେ ।
ବଢ଼ିଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ସେନେଇ ସୋମାଲିକା ଅଭିଯୋଗ କରିଛନ୍ତି ।
ପୋଲିସ୍ କର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାରେ କାର୍ଯ୍ୟରତ ASI ଆନନ୍ଦ ମାଝୀ ଓ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? ପୁରୀ ବାଇପାସ୍ ରୋଡ୍ରେ ଏକ ଅଟୋ ଶୋ’ ରୁମ୍ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଥିବା ସୂଚନା ମିଳିଛି ।
କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଏସିଆନ ଗେମ୍ସ ଜାଭେଲିନ୍ ଥ୍ରୋ ରୌପ୍ୟ ପଦକ ବିଜେତା ହେଉଛନ୍ତି କିଶୋର ଜେନା ।
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର, ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୪ର୍ଥୀ ରାତ୍ରି ୦୧.୧୨ ଗତେ ୫ମୀ ଘାତଚନ୍ଦ୍ର- ନାସ୍ତି ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅନ୍ୟ ଜଣଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟଶଙ୍କର । କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ବିବାହ ପାଇଁ ଆବେଦନ ହୋଇଛି ।
ସହିଦ ନଗର ଥାନାରେ ଅଭିଯୋଗ ହୋଇଛି । ଅପହରଣ ପଛର କାରଣ ଜଣା ପଡିନଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି।
୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?
ସ୍ୱଳ୍ପ ବସ୍ତ୍ର ପିନ୍ଧା ସାଧୁ ଓ ସେବକଙ୍କ ପାଇଁ କି ନିୟମ, ଉଠିଲା ପ୍ରଶ୍ନ । ମ୍ୟାନେଜିଂ କମିଟିର ବିନା ଅନୁମୋଦନରେ ନିଷ୍ପତ୍ତିକୁ ନେଇ ବିବାଦ ।
ଟାର୍ଗେଟ୍ କରିଥିଲେ ଗୋଟିଏ ପରେ ଗୋଟିଏ ଘର । ସେମାନଙ୍କ ଫୋକସରେ ଥିଲା ବାହାରୁ ତାଲା ପଡ଼ିଥିବା ଘର । ଘରର ମୁଖ୍ୟ ତାଲା ଭାଙ୍ଗିବା ପରେ ଲୁଟି ନେଇଥିଲେ ସବୁ କିଛି । ଗତକାଲି ରାତିରେ ଏ ଆପାର୍ଟମେଣ୍ଟର ୪ଟି ଘରର ତାଲା ଭାଙ୍ଗି ସମ୍ପୂର୍ଣ୍ଣ କଳାକାନା ବୁଲାଇବା ପରେ ଆରାମରେ ଫେରାର ମାରିଥିଲେ ।