/odishatv-khabar/media/post_attachments/uploadimage/library/16_9/16_9_0/s_1697183441.jpg)
Loot From CRPF Former DG House
ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍ପାଟ୍ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍ମେଟ୍ ଦେବାକୁ ପୋଲିସ୍ ବିଫଳ। ଏଭଳି ସ୍ଥିତିରେ ଖାଲି ରାଜଧାନୀବାସୀ ନୁହଁନ୍ତ ବରଂ ବାହାରୁ ଏଠାକୁ ଆସୁଥିବା ଲୋକ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ଏପରିକି ଲୁଟେରାଙ୍କ କବଳରୁ ପୋଲିସ୍ ମଧ୍ୟ ବର୍ତ୍ତି ପାରିନାହିଁ।
Advertisment
ରାଜଧାନୀ ଭୁବନେଶ୍ୱରରେ ପୋଲିସ୍କୁ ବି ଛାଡ଼ିଲେନି ଲୁଟେରା । CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା ଭୁବନେଶ୍ୱର ରଥ ରୋଡ୍ ସ୍ଥିତ ଘରୁ ଚୋରି ହୋଇଥିବା ନେଇ ସେ ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି ।
ଘରୁ ନଗଦ ଟଙ୍କା ଓ କିଛି ଆସବାବପତ୍ର ଚୋରି ହୋଇଥିବା ଏତଲାରେ ଦର୍ଶା ଯାଇଛି । ଅଭିଯୋଗ ମିଳିବା ପରେ ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)