ତୃଣମୂଳ କଂଗ୍ରେସ ଟିକେଟ୍ରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀ।
ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।
କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ।
ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ସାରା ଉତ୍ତରପ୍ରଦେଶ ଯେପରି ବାରଣାସୀରେ ଏକାଠି ହୋଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ମୋଦିଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।
ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ । ଆଜିଠୁ ମୋଦି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯାଇ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାୟ ଦୁଇ ଘଣ୍ଟା ବୁଲିଛନ୍ତି । ଜଙ୍ଗଲ ସଫାରିରେ ପରିଭ୍ରମଣ କରିବା ସହ ହାତୀ ଉପରେ ବସି କିଛି ସମୟ ବିତାଇଛନ୍ତି ।
ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।
ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଓଝା ସାର୍ ୟୁପିର କେସରଗଞ୍ଜ କିମ୍ବା ଆହ୍ଲାବାଦ ଆସନରୁ ନିର୍ବାଚନ ଲଢ଼ିପାରନ୍ତି।
ଆନ୍ଧ୍ରପ୍ରଦେଶରେ ଦମ୍ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।
ବିବାଦରେ ଫୁଡ ବ୍ଲଗର । ହଷ୍ଟେଲ ଖାଦ୍ୟ ସହ ବିମାନର ଖାଦ୍ୟ ତୁଳନା କରିବା ପରେ ବିବାଦରେ ପଡ଼ିଛନ୍ତି ଫୁଡ ବ୍ଲଗର । ସୋସିଆଲ ମିଡିଆ ସାଇଟ X ରେ ଏନେଇ ଏକ ଫଟୋ ପୋଷ୍ଟ କରିଥିଲେ କ୍ରିପାଲ ଅମନ୍ନା ।
ବିଦେଶ ଭ୍ରମଣର ସ୍ୱପ୍ନ । ଅଳ୍ପ ଅର୍ଥରେ ଜୀବନରେ ଶ୍ରେଷ୍ଠତାର ଅନୁଭୂତି । ବଡ଼ ବଡ଼ ହୋଟେଲରେ ରହିବା ଭଳି ରଙ୍ଗୀନ ଚିତ୍ର । ଏମିତି ପ୍ରଲୋଭନରେ ଟ୍ରାପ ହେଉଛନ୍ତି ଭାରତୀୟ ଯୁବକ । ଯୁବକଙ୍କୁ ଋଷ ଚାଲାଣ କରିବାରେ କାମ କରୁଛନ୍ତି ସ୍ପେଶାଲ ଏଜେଣ୍ଟ ।
ଜନ୍ମ କଲା ବାପା ହତ୍ୟା କଲା ପୁଅକୁ । ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ବର୍ବର ଆଉ ବିଭତ୍ସ...ଯେତେ ନିନ୍ଦା କଲେ ମଧ୍ୟ କମ ହେବ ।
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍ରେ ପଳାଇଥିଲା। ଏହାପରେ ଭଟକଲ୍, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।
ବିଲ୍ଡିଂର ତୃତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୨୭୦ ଟଙ୍କା ହୋଇଛି।
ଆଜିଠୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ ।
ପିଲାଟି ଉପରେ ଉଭୟ ବାପା-ମା’ଙ୍କର ସମାନ ଅଧିକାର ରହିଛି। ମାତ୍ର ମା’ ସହ ପିଲା ଥିବାରୁ ସେ ବାପାଙ୍କଠାରୁ ଦୂରେଇ ରଖୁଥିଲେ। ଆବେଦନକାରୀ-ସ୍ୱାମୀ ଛାଡପତ୍ର ନେଇ ଆବେଦନ କରିଥିଲେ।
ଭୀମରାମ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ।
ପ୍ରଥମଥର ପାଇଁ ୨୦ଟି ବର୍ଗରେ ୨୩ ଜଣଙ୍କୁ ସମ୍ମାନ । ଆକର୍ଷଣ ସାଜିଲା ମଜାଳିଆ ଅନ୍ଦାଜରେ ମୋଦିଙ୍କ ଭାବବିନିମୟ ।
କଂଗ୍ରେସ ପ୍ରାର୍ଥୀ ଘୋଷଣା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେରଳ ୱାୟନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି ।
ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇ ଭାରତ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ କନ୍ଫରେନ୍ସ କରି କୁହାଯାଇଛି ଯେ, ଖୁବ୍ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ । ଭାରତୀୟ ନାଗରିକଙ୍କୁ ଋଷ ସେନା ଏଭଳି ଜୋର ଜବରଦସ୍ତ ଯୁଦ୍ଧରେ ସାମିଲ କରିପାରିବ ନାହିଁ ।
ଯୁବକ ଜଣକ ଯେଉଁଭଳି ଚମତ୍କାର ଢ଼ଙ୍ଗରେ ପୋଲିସକୁ ଗଞ୍ଜେଇ ବିକ୍ରି ବିଷୟରେ କହୁଛନ୍ତି ତାହା ଶୁଣି ପୋଲିସ ଅଧିକାରୀ ବି ଚୁପ୍ । ସତେ ଯେମିତି ଉତ୍ତର ଶୂନ୍ୟ । ଆଉ ଯୁବକଙ୍କ କଥା ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ତାଳି ମାରି ସ୍ୱାଗତ କରିଛନ୍ତି ।
କୁନି କୁନି ପିଲାମାନେ ପ୍ରସେସନ୍ରେ ନାଚ ଗୀତ କରୁଥିବା ବେଳେ ଏହି ଅଘଟଣ ଘଟିଛି । ହାଇ ଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପିଲାମାନେ ।
ଦିନେ ସ୍ୱପ୍ନ ଦେଖୁଥିଲେ, ଏବେ ସତ ହେଲା । ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ । କୁନି ପିଲାର ଇଚ୍ଛାକୁ ପୂରଣ କଲେ ବେଙ୍ଗାଲୁରୁ ସିଟିର ପୋଲିସ ଅଧିକାରୀ ।
ଯଦି ଆପଣଙ୍କୁ କୁହାଯାଏ, ପିମ୍ପୁଡ଼ିଙ୍କ ପାଇଁ ଘର ଛାଡ଼ିବାକୁ ପଡ଼ିଲା.. ତେବେ ଆପଣ ବିଶ୍ୱାସ କରିବେ କି । ନୁହେଁ ନା । ମଧ୍ୟପ୍ରଦେଶର ଏ ଘଟଣା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ପିମ୍ପୁଡ଼ିମାନଙ୍କର ଉତ୍ପାତ ପାଇଁ ଗୋଟେ ପରିବାରକୁ ଘର ଛାଡ଼ିବାକୁ ପଡ଼ିଛି ।