/odishatv-khabar/media/post_attachments/uploadimage/library/16_9/16_9_0/NIA_1712408669.jpg)
NIA
ପଶ୍ଚିମବଙ୍ଗ NIA ଅଧିକାରୀଙ୍କୁ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାତି ଅଧରେ କାହିଁକି ଏନଆଇଏ ଅଧିକାରୀ ଚଢାଉ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେମାନେ ସ୍ଥାନୀୟ ପୋଲିସଠୁ କାହିଁକି ଅନୁମତି ନେଇନଥିଲେ । ରାତି ଅଧରେ କେହି ଦୁର୍ବୃତ୍ତ ଆସିଲେ ବୋଲି ସ୍ଥାନୀୟ ଲୋକେ ଭାବିଲେ ବୋଲି ମମତା କହିଛନ୍ତି ।
ଠିକ ନିର୍ବାଚନ ପୂର୍ବରୁ କାହିଁକି ଏଭଳି ଭାବେ ଲୋକଙ୍କୁ ଗିରଫ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ନିର୍ବାଚନ ପୂର୍ବରୁ ସବୁ ବୁଥ ଏଜେଣ୍ଟଙ୍କୁ ଗିରଫ କରିଦେବ ବୋଲି ଭାବୁଛି କି ବୋଲି ପ୍ରଶ୍ନ କରିଛନ୍ତି ମମତା । ବିଜେପି ସମର୍ଥନରେ ଏନଆଇଏ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ବିଜେପିର ଏଭଳି ଡାର୍ଟି ପଲିଟିକ୍ସ ବିରୋଧରେ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ପୂର୍ବ ମେଦିନୀପୁର ଜିଲାର ଭୁପତିନଗରରେ NIA ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ NIA ଟିମ ଭୁପତିନଗର ବିସ୍ଫୋରଣ ମାମଲାର ଯାଞ୍ଚ କରିବାକୁ ଆସିଥିଲେ ।
ଏହି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । NIA ଅଧିକାରୀ ଏହି ମାମଲାରେ ୨ ଜଣଙ୍କୁ ପଚରାଉଚରା ପାଇଁ ଆଣୁଥିଲେ । ଏତିକି ବେଳେ ସେମାନଙ୍କ ଗାଡିର ଝରକା ଭାଙ୍ଗି ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଞ୍ଚଳର ମହିଳା ।
ସେପଟେ ବିଜେପି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛି । ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ଭାବେ ଦୁର୍ନୀତି ଗସ୍ତ ହୋଇଥିବା ବେଳେ ଜନତା ତ୍ରାହି ତ୍ରାହି ଡାକୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)