• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜି ବିଜେପିର ୪୪ତମ ପ୍ରତିଷ୍ଠା ଦିବସ। ୬ ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । ଆଜି ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନେକ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଥିଲେ ।

୬ ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । କଂଗ୍ରେସ ବିରୋଧରେ ଦେଶରେ ଗଢ଼ି ଉଠିଥିବା ରାଜନୈତିକ ଶକ୍ତି ଭାବେ ଭାରତୀୟ ଜନସଂଘର ଜନ୍ମ ହୋଇଥିଲା । ପରେ ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଜନସଂଘ ନେଇଥିଲା ଭାରତୀୟ ଜନତା ପାର୍ଟିର ରୂପ । ମାତ୍ର ୨ଟି ସାଂସଦ ଥିବା ଦଳ ଆଜି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ରୂପ ନେଇଛି । ୨୦୧୪ ପରେ ବିଜେପିକୁ ମିଳିଛି ବଡ଼ ସଫଳତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ଲଗାତର ଦୁଇ ଥର ଦେଶରେ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିଛି ।