ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ନଗ୍ନ ଅବସ୍ଥାରେ ଚଲାଇଲା ଅଭିଯୁକ୍ତ। ତା’ଛଡ଼ା ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ବି ମାରିଲା।
ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀରରେ ଏହି ସପ୍ତାହ ଶେଷ ସୁଦ୍ଧା ଫୋର୍ସ ମୁତୟନ ହେବେ ।
ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ବଢିବାରେ ଲାଗିଛି। ଏହାରି ଭିତରେ ସବୁଠାରୁ ଆକର୍ଷଣ ସାଜୁଛନ୍ତି ସେଲିବ୍ରେଟି। ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍ ତାରକା ରାଜନୀତିରେ ସକ୍ରିୟ ଥିବାବେଳେ ଏବେ ଆଉଜଣେ ସୁପର୍ଷ୍ଟାର ଏହି ଧାରାରେ ପାଦ ଦେଇଥିବା ଶୁଣିବାକୁ ମିଳୁଛି।
ବେଙ୍ଗାଲୁରୁର ରାଜାଜିନଗରରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି।
ମୁହାଁମୁହିଁ ହୋଇଛନ୍ତି ABVP ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ। ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି।
ଅଭିଯୁକ୍ତ ରାକେଶ ବେଆଇନ୍ ମଦ କାରବାରରେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି।
ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।
ଭାରତ ଗସ୍ତରେ ଅଛନ୍ତି ବିଲ୍ ଗେଟ୍ସ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭାରତୀୟ ଜିନିଷଗୁଡ଼ିକର ଭରପୁର ମଜା ନେଉଛନ୍ତି ।
ବୈଠକରେ ମୋଦି, ଶାହ ଓ ନଡ୍ଡାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।
୮.୪% ହାରରେ ଦୌଡ଼ିଲାଣି ଦେଶର ଜିଡିପି । ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଜବରଦସ୍ତ ଅଭିବୃଦ୍ଧି । ପୂର୍ବ କ୍ବାର୍ଟରରେ ଏହା ୭.୬ ପ୍ରତିଶତ ଥିଲା ଭାରତର ଜିଡିପି ।
Bank Holidays: ବଡ଼ ଖବର । ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ । କାମ ଥିଲେ କରି ନିଅନ୍ତୁ ତୁରନ୍ତ । କାରଣ ହୋଇପାରନ୍ତି ହଇରାଣ ।
ମୃତ ଛାତ୍ର ଏକାଦଶ ଶ୍ରେଣୀରେ ପଢୁଥିଲେ। ପରୀକ୍ଷା ଚାଲିଥିଲା। ମାତ୍ର ସେ ବିଳମ୍ୱରେ ପହଞ୍ଚିବାରୁ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଅନୁମତି ମିଳିନଥିଲା।
ଡାକ୍ତରମାନେ ଦୀର୍ଘ ଆଠ ଘଣ୍ଟାର ଅପରେସନ୍ କରି ସେହି ବ୍ୟକ୍ତିଙ୍କ ଫୁସ୍ଫୁସ୍ରୁ ୪ ସେମି ଲମ୍ବାର ଏକ ଅସରପା ବାହାର କରିଥିଲେ।
Ayodhya Ram Mandir: ଆଖିରେ କଳା ପଟି...ହାତରେ ବାଇକ୍...ଗାଡ଼ି ଚାଲିଛି ଅଯୋଧ୍ୟା...ଯେଉଁ ଦୃଶ୍ୟକୁ ଦେଖି ସମସ୍ତେ ଚକିତ । କାରଣ ପ୍ରଭୁ ରାମଲାଲାଙ୍କ ଦୁଇ ଭକ୍ତ ଆଖିରେ କଳା ପଟି ବାନ୍ଧି ବାଇକ୍ରେ ଯାଉଛନ୍ତି ଅଯୋଧ୍ୟା ।
ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍ରେ ଫେକ୍ ଭୋଟରଙ୍କ ତାଲିକା ରହିଥିଲା।
ବୃଦ୍ଧ ଯାତ୍ରୀଙ୍କ ପାଇଁ କାହିଁକି ପୂର୍ବରୁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇ ନଥିଲା ଏନେଇ ପ୍ରଶ୍ନ କରିଥିଲା ଡିଜିସିଏ। ତେବେ ଏହାର ସନ୍ତୋଷଜନକ ଉତ୍ତର ଏୟାର ଇଣ୍ଡିଆ ଦେଇ ପାରିନଥିଲା ।
ହତ୍ୟା ପରେ ଅଭିଯୁକ୍ତମାନେ ୟଶଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ତାଙ୍କ ପରିବାର ଲୋକଙ୍କୁ ଅପହରଣ ହୋଇଥିବା ନେଇ ମେସେଜ୍ ପଠାଇଥିଲେ ଏବଂ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ୬କୋଟି ଟଙ୍କା ମାଗିଥିଲେ।
ଏକ ଜାତୀୟ ଗଣମାଧ୍ୟମ ପାୱାରଫୁଲ୍ ଇଣ୍ଡିଆନ୍ସ-୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାର ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଫେବ୍ରୁଆରୀ ୨୯ ତାରିଖରେ ଜନ୍ମ ନେଇଥିବା ପିଲାମାନଙ୍କ ପାଇଁ ଜନ୍ମଦିନ ପାଳନ ଲଜିଷ୍ଟିକ୍ ଦୃଷ୍ଟିକୋଣରୁ ଟିକିଏ ଚିନ୍ତା ଦାୟକ । କାରଣ ସେମାନେ ତାଙ୍କ ଜନ୍ମଦିନ ପାଳନ କରିବାକୁ ସଠିକ୍ ତାରିଖ ପାଆନ୍ତି ନାହିଁ ।
ନିୟମ ଅନୁସାରେ ୨ରୁ ଅଧିକ ପିଲା ଥିଲେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିପାରିବେନି ପ୍ରାର୍ଥୀ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିୟମ ପୂର୍ବରୁ ପଲିସିରେ ରହିଛି।
ଉତ୍ତର ପ୍ରଦେଶର ୮୦, ଆସାମର ୧୪ ଓ ଦିଲ୍ଲୀର ୭ ଲୋକସଭା ଆସନ ଦାୟିତ୍ୱ ବୈଜୟନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଥର ସାଧାରଣ ନିର୍ବାଚନରେ 'NDA ୪ଶହ ପାର' ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କ ଦାୟିତ୍ୱରେ ସର୍ବାଧିକ ଆସନ ରହିଛି ।
ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଆହତମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ମୋହନ ଯାଦବ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ସରକାର ବଞ୍ଚାଇବାକୁ କଂଗ୍ରେସ ଦଳ ଦୁଇ ଜଣ ପର୍ଯ୍ୟବେକ୍ଷକ ଡି.କେ. ଶିବକୁମାର ଏବଂ ଭୂପିନ୍ଦର ସିଂ ହୁଡାଙ୍କୁ ସିମଲା ପଠାଇଛି ।
ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହ ଓ ରାଜନାଥଙ୍କ ଭଳି କିଛି ହେଭିୱେଟ୍ଙ୍କ ନାଁ ଘୋଷଣା ହୋଇପାରେ ।
ତାମିଲନାଡୁ ସରକାରଙ୍କ ଖବରକାଗଜ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରାଯାଇଛି । ବିଜ୍ଞାପନରେ ଇସ୍ରୋ ବଦଳରେ ଚୀନ୍ ରକେଟ୍ ଚିତ୍ର ପ୍ରଦର୍ଶିତ କରାଯାଇଛି ।