Advertisment

ଭାରତୀୟ ମୋବାଇଲ୍ ୟୁଜର୍ସଙ୍କୁ ଧମକାଉଛି ପାକିସ୍ତାନ; ଆଡଭାଇଜରି ଜାରି କଲା ଟେଲିକମ୍ ବିଭାଗ

ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି।

author-image
Sonali Ojha
WhatsApp

WhatsApp

ଆଜିକାଲି ସମସ୍ତେ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଅଜଣା ଫୋନ କଲ୍ ଉଠାଇବା ହେଉ ଅଥବା ଅଜଣା ଲିଙ୍କରେ କ୍ଲିକ କରି ସାଇବର ଠକେଇର ଶିକାର ମଧ୍ୟ ହେଉଛନ୍ତି। ତେବେ ଏହାର ଫାଇଦା ଆମର ଶତ୍ରୁଦେଶ ପାକିସ୍ତାନ ମଧ୍ୟ ଉଠାଉଛି। ହ୍ୱାଟସଆପକୁ ଟାର୍ଗେଟ୍ କରିଛି ପାକିସ୍ତାନ। ଲୋକଙ୍କୁ ହ୍ୱାଟସଆପ୍ କଲ କରି ଧମକଚମକ ଦେଉଥିବା ଖବର ସାମନାକୁ ଆସିଛି। ତେବେ ଏହାକୁ ରୋକିବା ପାଇଁ ଆଡଭାଇଜରି ଜାରି କରିଛି ଟେଲିକମ୍ ବିଭାଗ (DoT)।

Advertisment

ଅନ୍ତର୍ଜାତୀୟ ନମ୍ୱରରୁ ଆସୁଥିବା ଅଜଣା ଫୋନ କଲ୍ ନେଇ ଟେଲିକମ୍ ବିଭାଗ (DoT) ଏକ ଆଡଭାଇଜରି ଜାରି କରିଛି। ଟେଲିକମ୍ ମନ୍ତ୍ରଣାଳୟ ଅନୁଯାୟୀ, ଲୋକଙ୍କୁ ଟେଲିକମ୍ ବିଭାଗ ନାଁରେ ଫେକ୍ କଲ୍ ଆସୁଛି। ଫେକ୍ କଲ୍ କରୁଥିବା ବ୍ୟକ୍ତି ମୋବାଇଲ୍ ବ୍ୟବହାରକାରୀଙ୍କୁ ଧମକ ଦେଉଛନ୍ତି ଯେ ସେମାନଙ୍କ ମୋବାଇଲ୍ ନମ୍ବର ବିଚ୍ଛିନ୍ନ ହେବ। ୟୁଜର୍ସଙ୍କ ନମ୍ୱର ବେଆଇନ କାର୍ଯ୍ୟକଳାପରେ ଅପବ୍ୟବହାର କରାଯାଉଥିବା ଫୋନରେ ଧମକ ଦେଉଛନ୍ତି। ହ୍ୱାଟସଆପରେ +92-xxxxxxxxxx ନମ୍ୱରରୁ କଲ୍ ଆସୁଛି। ଠକମାନେ ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଉଛନ୍ତି।

ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି। ଏଥିସହ ଏହାରୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି। ଟେଲିକମ୍ ମନ୍ତ୍ରଣାଳୟ ମୋବାଇଲ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି ଯେ ସାଇବର ଅପରାଧୀମାନେ ଆର୍ଥିକ ଠକେଇ ପାଇଁ ଏପରି କଲ୍ କରୁଛନ୍ତି। ତେବେ ଟେଲିକମ୍ ବିଭାଗ ଏପରି କଲ୍ କେବେ କରେନି। ଏଥିପ୍ରତି ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି ଏବଂ ଏହିପରି କଲ୍ ଆସିଲେ ତୁରନ୍ତ ସାଇବର ସେଲ ସହ ଯୋଗାଯୋଗ କରିବାକୁ କହିଛି। ଯଦି+92 ରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲର ଉତ୍ତର ଦେଇଛନ୍ତି ତେବେ କୌଣସି ତଥ୍ୟ ଯେପରିକି ପରିଚୟପତ୍ର, ବ୍ୟାଙ୍କ ଲଗଇନ୍ ବିବରଣୀ କିମ୍ବା OTP ସେୟାର ନ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ଏନେଇ ସଞ୍ଚାର ସାଥି ପୋର୍ଟାଲ (www.sancharsaathi.gov.in)ରେ ଅଭିଯୋଗ କରିବାକୁ କହିଛି ଟେଲିକମ୍ ବିଭାଗ। ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ଉତ୍ସଗୁଡିକର ଅପବ୍ୟବହାରକୁ ରୋକିବାରେ ଏହା କାର୍ଯ୍ୟ କରୁଛି।ଏହାଛଡା ନାଗରିକ ସଞ୍ଚାର ସାଥି ପୋର୍ଟାଲ (www.sancharsathi)ରେ ଆପଣଙ୍କର ମୋବାଇଲ୍ ନମ୍ୱରର କନେକ୍ସନ ବିଷୟରେ ସବିଶେଷ ତଥ୍ୟ ଜାଣିହେବ। ସାଇବର କ୍ରାଇମ କିମ୍ବା ଆର୍ଥିକ ଠକେଇର ଶିକାର ହେଲେ ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.in ରେ ରିପୋର୍ଟ କରିବାକୁ ମଧ୍ୟ ପରାମର୍ଶ ଦେଇଛି ଟେଲିକମ୍ ବିଭାଗ।

WhatsApp Cyber Crime Fraud Case
Advertisment
Advertisment