Advertisment

ଗେମ୍ ଖେଳୁଖେଳୁ ଆସିଲା ମେସେଜ୍, କଟିଗଲା ୨ଲକ୍ଷ; ଭୟରେ ଜୀବନ ହାରିଲେ ଛାତ୍ର

ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ।

author-image
Sonali Ojha
cyber crime online game

cyber crime online game

ସାଇବର ଠକେଇର ଶିକାର ହେବା ପରେ ଜୀବନ ହାରିଲେ ଛାତ୍ର। ଅନଲାଇନ ଗେମ ଖେଳୁଖଳୁ ସାଇବର ଠକେଇର ଶିକାର ହେଲେ । ମୋବାଇଲକୁ ଆସିଥିବା ଏକ ଲିଙ୍କରେ କ୍ଲିକ କରିବା ପରେ ୨ଲକ୍ଷ ଟଙ୍କା କଟିଯାଇଥିଲା। ଏହାପରେ ଭୟଭୀତ ହୋଇ ଛାତ୍ରଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ନାଲାସୋପରର ଜଣେ ୧୮ବର୍ଷୀୟ ଛାତ୍ର ଆତ୍ମହତ୍ୟା କରଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ପୋଲିସର ସୂଚନା ଅନୁଯାୟୀ, ମୃତ ଛାତ୍ର ଏକାଦଶ ଶ୍ରେଣୀରେ ପଢୁଥିଲେ। ସେ ଅନଲାଇନ ଗେମ୍ ଖେଳୁଥିଲେ। ବୁଧବାର ମା’ଙ୍କ ଫୋନ ନେଇ ଅନଲାଇନ ଗେମ୍ ଖେଳୁଥିଲେ। ଏହିସ ସମୟରେ ମୋବାଇଲକୁ ଏକ ଲିଙ୍କ ଆସିଥିଲା। ଛାତ୍ରଜଣକ ଅଜାଣତରେ ଲିଙ୍କରେ କ୍ଲିକ କରିବା ପରେ ବାପାଙ୍କ ଆକାଉଣ୍ଟରରୁ ୨ଲକ୍ଷ ଟଙ୍କା କଟିଯାଇଥିଲା।ଏହାପରେ ମୋଇବାଲକୁ ଟଙ୍କା କଟିଥିବା ନେଇ ଏକ ଏସଏମଏସ ଆସିଥିଲା।

ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ। ଯଦି ସେ ପୋଲିସକୁ ଯାଇଥାନ୍ତେ, ତେବେ ଠକେଇ ଟଙ୍କା ଉଦ୍ଧାର ହୋଇପାରିଥାନ୍ତା ବୋଲି ପୋଲିସ କହିଛି।କୀଟନାଶକ ପିଇବା ପରେ ପରେ ପାଟିରୁ ଫେଣ ବାହାରିବା ଆରମ୍ଭ ହେଲା। ଏହାଦେଖି ତାଙ୍କ ମା ଏବଂ କିଛି ପଡ଼ୋଶୀ ଯୁବକ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଛାତ୍ର ଜଣକ ଏନେଇ କୌଣସି ନୋଟ୍ ଲେଖିନଥିବା ଜଣାପଡିଛି।

Advertisment

ପୋଲିସ କହିଛି ଯେ ସାଇବର ଠକେଇ ଯୋଗୁଁ ଛାତ୍ରଜଣକ ଏଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ତାଙ୍କ ସତ୍ୟାସତ୍ୟ ଜାଣିବା ପାଇଁ ଛାତ୍ରଙ୍କ ଫୋନ୍ ଯାଞ୍ଚ ପାଇଁ ପଠାଯାଇଛି। ଯେଉଁ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା, ସେଠାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଏହି ମାମଲା ବର୍ତ୍ତମାନ ପେଲହର ପୋଲିସ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଛି ଯେଉଁଠାରେ ଛାତ୍ର ତାଙ୍କ ପିତାମାତା ଏବଂ ସାନଭାଇଙ୍କ ସହ ସେ ରହୁଥିଲେ। ପୋଲିସ କହିଛି ଯେ ଛାତ୍ର ଜଣକ ବୋଧହୁଏ ଜାଣି ନଥିଲେ ଯେ ଯଦି ୨୪ ଘଣ୍ଟା ମଧ୍ୟରେ ସାଇବର କ୍ରାଇମ ସେଲକୁ ଏହି ଘଟଣା ବିଷୟକେ ଜଣାଯାଇଥାନ୍ତା, ତେବେ ଠକେଇ ରାଶି ଫେରାଇବାର ସମ୍ଭାବନା ଅଧିକ ଥିଲା।

ଏପରି ପରିସ୍ଥିତିରେ ସାଇବର ଅପରାଧ ଅଧିକାରୀମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତି ଓ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥାନ୍ତି। ଗତ କିଛି ମାସ ମଧ୍ୟରେ ମୀରା ଭାୟାଣ୍ଡର ଭସାଇ ଭାଇର କମିଶନରଙ୍କ ସାଇବର କ୍ରାଇମ ପୋଲିସ ଅନଲାଇନ୍ ଠକେଇରେ କଟିଥିବା ୩.୮୪ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ଜନସାଧାରଣ ସାଇବର ଅପରାଧ ବିଷୟରେ ରିପୋର୍ଟ କରିବା ପାଇଁ ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ (www.cybercrime.gov.in) ଆରମ୍ଭ କରିଛନ୍ତି। ଅନଲାଇନ୍ ସାଇବର ଅଭିଯୋଗ ଦାଖଲ କରିବାରେ ସହାୟତା ପାଇଁ ଏହି କକ୍ଷରେ ଏକ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର-୧୯୩୦ ଜାରି କରାଯାଇଛି।

Cyber Crime Suicide Attempt
Advertisment
Advertisment