• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

ରିଲିଜ୍ ହୋଇଛି ଏବର୍ଷ ବହୁ ପ୍ରତିକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ପୁଷ୍ପା-୨ର ଟିଜର୍ । ସାରା ଭାରତର ଫିଲ୍ମୀ ଫ୍ୟାନ୍ ଯାହାର ଗୋଟିଏ ଝଲକ ଦେଖିବାକୁ ଅପେକ୍ଷା କରିଥିଲେ ତାହା ରିଲିଜ୍ ହୋଇଛି । ପୋଷ୍ଟରରେ ଯେମିତି ଅଲୁ ଅର୍ଜୁନ୍ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ ମିଳିଛି । ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ରିଲିଜ୍ ଟିଜରରେ ଶାଢ଼ି ପିନ୍ଧିଥିବା ଅଲୁଙ୍କ ବେକରେ ଲେମ୍ବୁର ହାର ଆଉ ତା’ସହ ପୂରା ମୁହଁ ଏବଂ ଦେହ ଅବିର ରଙ୍ଗରେ ରଙ୍ଗୀନ । ଦେଖିବାକୁ ଯେତେ ଥ୍ରିଲ୍, ଆକ୍ସନ୍ ବି ସେମିତି...।

ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ । ଆଜି ଅଲୁ ଅର୍ଜୁନଙ୍କ ଜନ୍ମଦିନ । ଏହି ଅବସରରେ ଏକ ବଡ଼ ଗିଫ୍ଟ ଭାବେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପୁଷ୍ପା-୨ର ଟିଜର୍ ।

ସାଉଥ୍ ତଥା ଅଲୁଙ୍କ ଫିଲ୍ମରେ ସବୁବେଳେ ଷ୍ଟାଇଲ୍ ଏବଂ ସ୍ବାଗ୍ ସବୁଠୁ ଭିନ୍ନ ଥାଏ । ଏଥିରେ ବି ସେଭଳି କିଛି ଦେଖିବାକୁ ମିଳିଛି । ମାତ୍ର ୬୦ ସେକେଣ୍ଡରେ ପ୍ରଭାବିତ କରିଛନ୍ତି ପୁଷ୍ପା । ଫାଇଟ୍ ବି ଏମିତି ଯାହା ଥରେ ଦେଖିଲେ ଦର୍ଶକଙ୍କ ଆଖି ଲାଖି ଯାଉଛି ।

ସବୁଠୁ ବଡ଼ କଥା ହେଲା ପୁଷ୍ପା-୨ର ଅଧିକାଂଶ ସିନ୍ ଓଡ଼ିଶାରେ ସୁଟ୍ ହୋଇଛି । ମାଲକାନଗିରି ଜିଲ୍ଲାରେ ଲମ୍ବା ସମୟ ଧରି ସିନେମାର ବହୁ ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ସୁକୁମାର । ଅନେକ ସ୍ଥାନୀୟ ଯୁବକ ବି ଫିଲ୍ମରେ ଅଭିନୟ କରିଛନ୍ତି । ତେଣୁ ଫିଲ୍ମ ରିଲିଜକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ସେମିତିରେ ବି ଓଡ଼ିଶାରେ ଅଲୁଙ୍କ ରହିଛି ଜବରଦସ୍ତ ଫ୍ୟାନ୍ ବେସ୍ ।