/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712396325.jpg)
Solar Eclipse
ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ମା ଦୁର୍ଗାଙ୍କ ନବରାତ୍ରୀ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ଲାଗିବାକୁ ଯାଉଛି ସୂର୍ଯ୍ୟୋପରାଗ । ତେବେ ନାସାର କହିବାନୁଯାୟୀ, ଆକାଶରେ ଘଟୁଥିବା ଏହି ବିରଳ ଜ୍ୟୋର୍ତିବିଜ୍ଞାନ ଘଟଣା ଭାରତରେ ଦୃଶ୍ୟମାନ ହେବ ନାହିଁ ।
ଆମେରିକା, ମେକ୍ସିକୋ, କାନାଡା ଏବଂ ଉତ୍ତର ଆମେରିକାର ଅଧିକାଂଶ ଦେଶରେ ଦୃଶ୍ୟମାନ ହେବ । ନାସାର ଅଫିସିଆଲ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହା ଦେଖିବାକୁ ମିଳିବ । ଯାହାକୁ ଆପଣ ଭାରତରେ ରହି ମଧ୍ୟ ଦେଖିପାରିବେ ।
ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ଚଳିତ ବର୍ଷର ଏହା ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଏହାକୁ ଦେଖିବାକୁ ଭାରତୀୟମାନେ ବି କୌତୁହଳର ସହ ଅପେକ୍ଷା କରି ରହିଛନ୍ତି। ତେବେ ଏହି ସୂର୍ଯ୍ୟପରାଗ କ’ଣ ଏବଂ ଏହା କେବେ ଭାରତରେ ଦେଖାଯିବ ସେ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ।
କିପରି ଦେଖିବେ ଭାରତୀୟ
ତେବେ ସୂର୍ଯ୍ୟୋପରାଗର ଭୌଗୋଳିକ ଦୂରତା ସତ୍ତ୍ୱେ ଭାରତୀୟମାନେ ଏହି ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ । ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଏହା ସମ୍ଭବପର । IST ରାତି 10:30 ରୁ ଏହାର ଲାଭଭ ଷ୍ଟ୍ରିମିଂ ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ଲାଇଭ ଷ୍ଟ୍ରିମିଂ ଫଳରେ ଭାରତ ପରି ଅନେକ ଅଞ୍ଚଳର ଲୋକେ ଏହି ଦୃଶ୍ୟ ଦେଖିପାରିବେ । ନାସା ତରଫରୁ ଏହି ଲାଇଭ ଷ୍ଟ୍ରିମିଂ ଆରମ୍ଭ କରାଯିବ । ପୃଥିବୀର ଲକ୍ଷ ଲକ୍ଷ ଲୋକଙ୍କୁ ଏହି ମହାଜାଗତିକ ଦୃଶ୍ୟ ଦେଖାଇବା ହେଉଛି ପ୍ରଥମ ଲକ୍ଷ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)