• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲିଭ ଇନରେ ରହିବା ପରେ ଛାଡ଼ିଦେଲେ ବର୍ତ୍ତମାନ ମିଳିବ ଭରଣପୋଷଣ ଖର୍ଚ୍ଚ । ଜଣେ ପୁରୁଷଙ୍କ ସହ ରହୁଥିବା ଜଣେ ମହିଳା ଆଇନଗତ ଭାବରେ ବିବାହିତ ନଥିଲେ ମଧ୍ୟ ପୃଥକ ଭରଣପୋଷଣ ଖର୍ଚ୍ଚ ପାଇବାର ଅଧିକାର ଅଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ଜଷ୍ଟିସ୍ ଜେଏସ୍ ଅହଲୁୱାଲିଆଙ୍କ ଏକ ବେଞ୍ଚ ଏପରି ନିର୍ଦ୍ଦେଶ ଶୁଣାଇଛନ୍ତି ।

ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିବା ସହ ସାଙ୍ଗରେ ଥିବା ମହିଳାଙ୍କୁ ମହିଳାଙ୍କୁ ଭରଣପୋଷଣ ବାବଦକୁ ମାସିକ ୧୫୦୦ ଟଙ୍କା ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶୈଳେଶ ବୋପଚେ, ନିଜଠାରୁ ପ୍ରାୟ ୧୦ ବର୍ଷ ବଡ଼ ଅନୀତା ବୋପଚେଙ୍କ ସହ ରହୁଥିଲେ । ଏହା ସହ ଦମ୍ପତିଙ୍କର ମଧ୍ୟ ଏକ ସନ୍ତାନ ଥିବା ଜଣା ପଡ଼ିଛି ।

ଅନୀତାଙ୍କୁ ଭତ୍ତା ଦେବାକୁ କହିଥିଲେ ଟ୍ରାଏଲକୋର୍ଟ । କିନ୍ତୁ ଏହି ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଶୈଳେଶ । ସେ କହିଥିଲେ ଯେ, ନିଜର ବିବାହକୁ ସେ ପ୍ରମାଣିତ କରିପାରିବେ ନାହିଁ । ତେବେ ଅନୀତାଙ୍କର ଶୈଲେଶଙ୍କ ତରଫରୁ ଏକ ସନ୍ତାନ ଥିବାରୁ ଟ୍ରାଏଲ କୋର୍ଟ ତାଙ୍କୁ ଭତ୍ତା ପାଇବାକୁ ହକଦାର ବୋଲି କହିଥିଲେ ।

ଦୀର୍ଘଦିନ ଧରି ସ୍ୱାମୀ-ସ୍ତ୍ରୀ ଭାବେ ରହିବା ଫଳରେ ସେ ଭତ୍ତା ପାଇବାକୁ ହକଦାର ବୋଲି କୋର୍ଟ କହିଛନ୍ତି । ଏବଂ ଏହା ସହ ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଛି । ଏଣୁ ଶୈଳେଶ ଭତ୍ତା ଦେବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଶୈଳେଶ । କିନ୍ତୁ ହାଇକୋର୍ଟ, ନିମ୍ନ ଅଦାଲତଙ୍କର ନିର୍ଦ୍ଦେଶକୁ କାଏମ ରଖିଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ CrPC ର ଧାରା ୧୨୫ ଅନୁଯାୟୀ ରକ୍ଷଣାବେକ୍ଷଣ ପ୍ରଦାନ କରିବାକୁ କହି କୌଣସି ଭୁଲ କରିନାହାଁନ୍ତି ।