• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ରେ ଆରମ୍ଭ ହୋଇ ପରଦିନ ଭୋର୍ ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ ।

ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ୍ ସମୟରେ ଦେଖାଯିବ । ତେବେ ଏହି ପୂର୍ଣ୍ଣ ସୂର୍ଯ୍ୟୋପରାଗ ଭାରତର କୌଣସି ଅଞ୍ଚଳରେ ଦେଖାଯିବ ନାହିଁ । ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ଫଳରେ ସୂର୍ଯ୍ୟ ଦେଖାନଯିବା ସହ ଦିନବେଳା ରାତିରେ ଭ୍ରମ ସୃଷ୍ଟି ହୋଇଥାଏ ।

ତେବେ ନାସାର ଅଫିସିଆଲ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହା ଦେଖିବାକୁ ମିଳିବ । ଯାହାକୁ ଆପଣ ଭାରତରେ ରହି ମଧ୍ୟ ଦେଖିପାରିବେ । ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ଚଳିତ ବର୍ଷର ଏହା ପ୍ରଥମ ସୂର୍ଯ୍ୟୋପରାଗ ହେବାକୁ ଯାଉଛି ।

କିପରି ଦେଖିବେ ଭାରତୀୟ

ସୂର୍ଯ୍ୟୋପରାଗର ଭୌଗୋଳିକ ଦୂରତା ସତ୍ତ୍ୱେ ଭାରତୀୟମାନେ ଏହି ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ । ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଏହା ସମ୍ଭବପର । IST ରାତି ୧୦:୩୦ ରୁ ଏହାର ଲାଇଭ ଷ୍ଟ୍ରିମିଂ ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ଲାଇଭ ଷ୍ଟ୍ରିମିଂ ଫଳରେ ଭାରତ ପରି ଅନେକ ଅଞ୍ଚଳର ଲୋକେ ଏହି ଦୃଶ୍ୟ ଦେଖିପାରିବେ । ନାସା ତରଫରୁ ଏହି ଲାଇଭ ଷ୍ଟ୍ରିମିଂ ଆରମ୍ଭ କରାଯିବ । ପୃଥିବୀର ଲକ୍ଷ ଲକ୍ଷ ଲୋକଙ୍କୁ ଏହି ମହାଜାଗତିକ ଦୃଶ୍ୟ ଦେଖାଇବା ହେଉଛି ପ୍ରଥମ ଲକ୍ଷ୍ୟ ।

ତେବେ ଏହି ସୂର୍ଯ୍ୟୋପରାଗ ଭାରତ ତଥା ଆମ ରାଜ୍ୟ ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଏହା ପାଳନୀୟ ହେବନାହିଁ । ପୁରୀରେ ଶ୍ରୀଜୀଉଙ୍କ ଠାରେ ମଧ୍ୟ କୌଣସି ସ୍ୱତନ୍ତ୍ର ରୀତିନୀତି ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ।