Advertisment

ବାୟୁସେନା ପକ୍ଷରୁ ଗଗନ ଶକ୍ତି ଅଭ୍ୟାସ ଆରମ୍ଭ; ସାମିଲ ହେଲା ତେଜସ୍‌, ସୁଖୋଇ..

ଭାରତୀୟ ବାୟୁସେନା ପକ୍ଷରୁ ଗଗନ ଶକ୍ତି ଅଭ୍ୟାସ ଆରମ୍ଭ  । ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ବିଭିନ୍ନ ଯୁଦ୍ଧ ଜାହାଜର ଅଭ୍ୟାସ । ଲମ୍ବା ଉଡାଣ ଭରିବା ପରେ ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ କରିଛନ୍ତି ଜାହାଜ ।

author-image
Sujit kumar Swain
ଅଦ୍ୟତନ ହୋଇଛି
gagan shakti

gagan shakti

ଭାରତୀୟ ବାୟୁସେନା ପକ୍ଷରୁ ଗଗନ ଶକ୍ତି ଅଭ୍ୟାସ ଆରମ୍ଭ ହୋଇଛି । ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ବିଭିନ୍ନ ଯୁଦ୍ଧ ଜାହାଜ ଏହି ଅଭ୍ୟାସ କରିଛନ୍ତି । ଆକାଶରେ ଲମ୍ବା ଉଡାଣ ଭରିବା ପରେ ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ କରିଛନ୍ତି । ଜାଗୁଆର, ସୁଖୋଇ, ମିରାଜ, ଗ୍ଲୋବ ମାଷ୍ଟର ହାର୍କୁଲେସ, ତେଜସ, ଚିନୁକ ଭଳି ଜାହାଜ ଉଡାଣ ଭରିବା ସହ ଲ୍ୟାଣ୍ଡିଂ କରିଥିଲେ। 

Advertisment

ଜରୁରୀକାଳିନ ସମୟରେ ଏହି ଏକ୍ସପ୍ରେସ ୱେ କେତେ ପ୍ରସ୍ତୁତ ଏବଂ ଏହା ମାଧ୍ୟମରେ ବାୟୁସେନା କେମିତି ଜରୁରୀ ମିଶନ ସମ୍ପୂର୍ଣ୍ଣ କରିପାରିବ ସେ ନେଇ ଅଭ୍ୟାସ କରାଯାଉଛି । ଏଥିସହ ଏୟାର ଟ୍ରାଫିକ ପରିଚାଳନା, ପାଇଲଟ ସହ ଯୋଗାଯୋଗ ଠିକ ଭାବେ ହୋଇପାରୁଛି କି ନାହିଁ ସେ ନେଇ ସବୁ ପ୍ରକାର ଅଭ୍ୟାସ କରାଯାଇଛି । ଏଥିସହ ୱାର ଡ୍ରିଲ୍ସ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ବାୟୁସେନା ପକ୍ଷରୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜି ଓ ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ଚାଲିବ ।

Advertisment
Indian Air Force Gagan Shakti
Advertisment
Advertisment